ଭାରତକୁ ପୁଣି ପ୍ରଶଂସା କଲା IMF, କହିଲା-ନିର୍ବାଚନୀ ବର୍ଷରେ ବି ଦେଶ...

Published By : Prameya-News7 Bureau | April 19, 2024 IST

ନୂଆଦିଲ୍ଲୀ: ଭାରତୀୟ ଅର୍ଥବ୍ୟବସ୍ଥାର ପ୍ରଗତିକୁ ନେଇ ସାରା ଦୁନିଆର ରେଟିଂ ଏଜେନ୍ସି ପ୍ରଶଂସା କରୁଛନ୍ତି । ଅନ୍ତରାଷ୍ଟ୍ରୀୟ ମୁଦ୍ରା କୋଷ ମଧ୍ୟ ବାରମ୍ୱାର ଭାରତ ସରକାରଙ୍କ ନୀତିକୁ ପ୍ରଶଂସା କରିଆସିଛି । ଏହାରି ଭିତରେ ପୁଣି ଥରେ ଆଇଏମଏଫ ଭାରତର ପ୍ରଶଂସା କରିଛି । ନିର୍ବାଚନୀ ବର୍ଷରେ ଆର୍ଥିକ ଅନୁଶାସନକୁ ସ୍ଥିର ରଖିଥିବାରୁ ଆଇଏମଏଫ ଭାରତକୁ ପ୍ରଶଂସା କରିଛି । ଏହାସହ ଆଇଏମଏଫ କହିଛି ଯେ ଭାରତୀୟ ଅର୍ଥବ୍ୟବସ୍ଥା ଭଲ ପ୍ରଦର୍ଶନ କରୁଛି ଏବଂ ଏବେ ବି ଦୁନିଆର ବ୍ରାଇଟ୍ ସ୍ପଷ୍ଟ ହୋଇ ରହିଛି ।

ଆଇଏମଏଫର ଏସିଆ-ପ୍ରଶାନ୍ତ ବିଭାଗ ମୁଖ୍ୟର ନିର୍ଦ୍ଦେଶକ କୃଷ୍ଣା ଶ୍ରୀନିଭାସନ କହିଛନ୍ତି, 'ବର୍ତ୍ତମାନ ଭାରତର ଅର୍ଥବ୍ୟବସ୍ଥା ଭଲ ପ୍ରଦର୍ଶନ କରୁଛି । ୬.୮ ପ୍ରତିଶତର ବୃଦ୍ଧି ବହୁତ ଭଲ । ଦରବୃଦ୍ଧି କମ ହେଉଛି । ଆମକୁ ଏହା ସୁନିଶ୍ଚତ କରିବାକୁ ହେବ ଯେ ମୁଦ୍ରାସ୍ଫୀତିକୁ ଧାର୍ଯ୍ୟ ଲକ୍ଷ୍ୟ ଭିତରେ ରହିବ । ରାଜଜୋଷୀୟ ଅନୁଶାସନ ବଜାୟ ରଖିବା ଖାସକରି ନିର୍ବାଚନ ବର୍ଷରେ ମୋ ପାଇଁ ଗୁରୁତ୍ୱପୂର୍ଣ୍ଣ ବିଷୟ ଅଟେ । କାରଣ ଦେଶ ନିର୍ବାଚନୀ ବର୍ଷରେ ଆର୍ଥିକ ସହାୟକ କାର୍ଯ୍ୟ ଆରମ୍ଭ କରିଥାଏ ।'

ଶ୍ରୀନିଭାସନ କହିଛନ୍ତି, 'ଏଇ ସରକାର ଅନୁଶାସନ ବଜାୟ ରଖିଛି । ମୁଁ ମତରେ ଏହା ହିଁ ଗୁରୁତ୍ୱପୂର୍ଣ୍ଣ କାରଣ ଶେଷରେ ମାଇକ୍ରୋ ଫଣ୍ଡାମେଣ୍ଟାଲ ଆଧାରରେ ହିଁ ଦେଶ ସମୃଦ୍ଧ ହୁଏ ଏବଂ ସ୍ଥିର ବୃଦ୍ଧି ଜାରି ରହେ ।'

ଶ୍ରୀନିଭାସନ କହିଛନ୍ତି ଯେ ଭାରତ, ବୈଶ୍ୱିକ ବୃଦ୍ଧିରେ ଯୋଗଦାନ ଦେଉଥିବା ପ୍ରମୁଖ ଦେଶ ମଧ୍ୟରୁ ଗୋଟିଏ । ସେ କହିଛନ୍ତି, 'ଚଳିତ ବର୍ଷ ୬.୮ ପ୍ରତିଶତର ଆର୍ଥିକ ବୃଦ୍ଧି ନେଇ ଆମେ ଅନୁମାନ କରୁଛୁ । ଏହା ଘରୋଇ ଚାହିଦା ଏବଂ ବଡ଼ ଧରଣର ସାର୍ବଜାନୀନ ନିବେଶ ଦ୍ୱାରା ସମ୍ଭବ ହେବ । ଭାରତ ବୈଶ୍ୱିକ ବୃଦ୍ଧିରେ ପ୍ରାୟ ୧୭ ପ୍ରତିଶତର ଯୋଗଦାନ ହେବ ।'

 

 

 

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.