ପ୍ରଧାନମନ୍ତ୍ରୀ ମୋଦିଙ୍କୁ ବିଶ୍ବର ପ୍ରଭାବଶାଳୀ ନେତା ଦର୍ଶାଇଲା ଟାଇମ ମାଗାଜିନ କିନ୍ତୁ ସମ୍ପାଦକ କରିଛନ୍ତି ତୀବ୍ର ଆକ୍ଷେପ
23/09/2020 at 2:08 PM

ନୂଆଦିଲ୍ଲୀ ୨୩/୦୯: ଦୁନିଆର ସବୁଠୁ ଚର୍ଚିତ ଓ ପ୍ରତିଷ୍ଠିତ ‘ଟାଇମ’ ମାଗାଜିନ୍ ୧୦୦ ଜଣ ପ୍ରଭାବଶାଳୀ ବ୍ୟକ୍ତିବିଶେଷଙ୍କ ତାଲିକା ଜାରି କରିଛି। ସେଥିରେ ସାମିଲ ଅଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ତାଙ୍କୁ ଆାମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ, ଚୀନ ରାଷ୍ଟ୍ରପତି ଶି ଜିନପିଙ୍ଗଙ୍କ ଭଳି ପ୍ରଭାବଶାଳୀ ନେତାଙ୍କ ତାଲିକାରେ ଅନ୍ତର୍ଭୁକ୍ତ କରାଯାଇଛି। ଦୁନିଆର ୧୦୦ ପ୍ରଭାବଶାଳୀ ବ୍ୟକ୍ତିବିଶେଷଙ୍କ ମଧ୍ୟରେ ପ୍ରାୟ ଦୁଇ ଡଜନ ଲୋକ ରାଜନୈତିକ କ୍ଷେତ୍ରରୁ ଜଡ଼ିତ ଅଛନ୍ତି। ଯେଉଁଥିରେ ମୋଦି ହେଉଛନ୍ତି ଏକାକୀ ଜଣେ ଭାରତୀୟ ନେତା। ଅବଶ୍ୟ ଟାଇମ ମାଗାଜିନ୍ ପିଏମ ମୋଦିଙ୍କୁ ପ୍ରଭାବଶଳୀ ତାଲିକାରେ ସାମିଲ କରି ତାଙ୍କ ବିରୋଧରେ କଟୁ ତଥା ପ୍ରତିକୂଳ ମନ୍ତବ୍ୟ ଦେଇଛନ୍ତି। ଏତିକି ନୁହେଁ ମୋଦିଙ୍କୁ ତୀବ୍ର ଆକ୍ଷେପ କରିଛନ୍ତି ଏହାର ସମ୍ପାଦକ କାର୍ଲ।
ଟାଇମ ପତ୍ରିକାର ସମ୍ପାଦକ କାର୍ଲ ଓ୍ବିକ ପିଏମ ମୋଦିଙ୍କୁ ଟାର୍ଗେଟ କରିଛନ୍ତି। ତାଙ୍କୁ ମୁସଲମାନ ବିରୋଧୀ କହିଛନ୍ତି। ଏହା ସହ ଭାରତର ସବୁ ପ୍ରଧାନମନ୍ତ୍ରୀ ୮୦ ପ୍ରତିଶତ ଜନସଂଖ୍ୟା ବିଶିଷ୍ଟ ହିନ୍ଦୁ ସମ୍ପ୍ରଦାୟର କହିଛନ୍ତି। ଏମିତିରେ ଅଭିଯୋଗ ହୋଇଛି ଯେ ବିଜେପି ସରକାର ଭାରତରେ ସମୁହତାବାଦକୁ ଶେଷ କରିଛି।
ମୋଦିଙ୍କୁ ନେଇ ସେଥିରେ ଉଲ୍ଲେଖ କରାଯାଇଛି ଯେ ବାସ୍ତବରେ ଗଣତନ୍ତ୍ରରେ ନିରପେକ୍ଷ ନିର୍ବାଚନ ମୁଖ୍ୟ ନୁହେଁ। ଏଥିରୁ କେବଳ ଜଣାପଡେ ଯେ କାହାକୁ ସବୁଠୁ ଅଧିକ ଭୋଟ୍ ମିଳେ। ସାତ ଦଶକରୁ ଅଧିକ ସମୟ ଧରି ଭାରତ ହେଉଛି ଦୁନିଆର ସବୁଠୁ ବିଶାଳ ଗଣତନ୍ତ୍ର। ଏହି ୧୩୦ କୋଟି ଜନସଂଖ୍ୟାରେ ଖ୍ରୀଷ୍ଟିଆନ୍, ମୁସଲମାନ, ଶିଖ, ବୌଦ୍ଧ, ଜୈନ ଓ ଅନ୍ୟ ଧର୍ମର ଲୋକ ସାମିଲ ଅଛନ୍ତି। ଭାରତରେ ସମସ୍ତେ ମିଳିମିଶି ରହନ୍ତି। ଯାହାର ପ୍ରଶଂସା ଦଲାଇ ଲାମା ସଦଭାବ ଓ ସ୍ଥିରତାର ଉଦାହରଣ ଦେଇ କରିଥିଲେ।’’
ତେବେ ମୋଦି ସରକାର ଏଭଳି ଭାବେ ଶାସନ କରିଛି ଯେ ଅନ୍ୟମାନଙ୍କ ଚିନ୍ତା ଆଦୌ କରି ନାହିଁ। ପ୍ରଥମେ ସଶକ୍ତିକରଣର ଲୋକପ୍ରିୟ ପ୍ରତିଶ୍ରୁତି ସହ ଆସିଲେ ଓ ତାଙ୍କର ହିନ୍ଦୁ ରାଷ୍ଟ୍ରବାଦୀ ଭାରତୀୟ ଜନତା ପାର୍ଟି କେବଳ ଉତ୍କୃଷ୍ଟତା ନୁହେଁ, ସମୂହତାବାଦକୁ ବି ଖାରଜ କଲେ। ବିଶେଷକରି ଭାରତର ମୁସଲମାନ ମାନଙ୍କୁ ଟାର୍ଗେଟ କଲେ। ମହାମାରୀ ସଙ୍କଟ ଅସହମତିଙ୍କ ଗଳା ଚପାଇବାର ବାହାନ ହୋଇଗଲା। ଏହା ସହ ଦୁନିଆର ସବୁଠୁ ଜୀବନ୍ତ ଗଣତନ୍ତ୍ର ଗଭୀର ଅନ୍ଧକାରକୁ ଚାଲିଗଲାଣି।
ଏହା ପୂର୍ବରୁ ଅର୍ଥାତ ମେ ୨୦୧୯ରେ ଟାଇମ ମାଗାଜିନ ପିଏମଙ୍କୁ ପ୍ରଚ୍ଛଦ ପୃଷ୍ଠାରେ ସ୍ଥାନ ଦେଇ ‘ଭାରତର ଡିଭାଇନର ଇନ୍ ଚିଫ’ କହିଥିଲେ। ନିର୍ବାଚନର ଠିକ୍ ପୂର୍ବରୁ ମୋଦିଙ୍କ ଉପରେ ଉଲ୍ଲେଖ ହୋଇଥିବା ଏହି ଆଲେଖ୍ୟକୁ ନେଇ ବହୁ ବିବାଦ ହୋଇଥିଲା। ଯାହାକୁ ଭାରତୀୟ ସାମ୍ବାଦିକ ତବଲିନ ସିଂହ ଓ ପାକିସ୍ତାନୀ ନେତା ତଥା ବ୍ୟବସାୟୀ ସଲମାନ ତାସରୀଙ୍କ ପୁଅ ଆତିଶ ତାସିର ଲେଖି ଥିଲେ। ଏହି ପତ୍ରିକାର ଅନ୍ୟ ଏକ ଆଲେଖ୍ୟରେ କୁହାଯାଇଥିଲା ଯେ ପିଏମ ମୋଦି ଯେଉଁ ପ୍ରକାରରେ ଭାରତକୁ ଏକଜୁଟ କରିଛନ୍ତି ଏମିତି ଅନ୍ୟ କୌଣସି ପ୍ରଧାନମନ୍ତ୍ରୀ କରି ନାହାନ୍ତି। ସେହି ଆଲେଖ୍ୟର ଶୀର୍ଷକ ଥିଲା ‘ମୋଦି ଇଜ୍ ୟୁନାଇଟେଡ୍ ଇଣ୍ଡିଆ ଲାଇକ୍ ନୋ ପ୍ରାଇମ ମିନିଷ୍ଟର ଇନ ଡିକେଡସ’। ଏହି ଆଲେଖ୍ୟକୁ ଲେଖିଥିଲେ ମନୋଜ ଲଡଓ୍ବା।