ଧନୁଷ, ଆଲିଆ ଭଟ୍ଟ, ୟଶ୍ ୨୦୨୨ ର ସବୁଠୁ ଲୋକପ୍ରିୟ ଫିଲ୍ମ ତାରକା: IMDb ରିପୋର୍ଟ

Published By : Prameya-News7 Bureau | December 07, 2022 IST

ନୂଆଦିଲ୍ଳୀ, ୭/୧୨: ଚଳିତ ବର୍ଷ ଦେଶର ବିଭିନ୍ନ ଫିଲ୍ମ ଇଣ୍ଡଷ୍ଟ୍ରି ଦର୍ଶକଙ୍କୁ ଅନେକ ସୁପରହିଟ୍ ଫିଲ୍ମ ଭେଟିଦେଇଥିଲେ। ଯେଉଁଥିରେ ସାଉଥ ଫିଲ୍ମ ଆରଆରଆର, କେଜିଏଫ୍-୨, ବ୍ରହ୍ମାସ୍ତ୍ର ଭଳି ଫିଲ୍ମର ନାଁ ରହିଛି। ଜୁନିୟର ଏନଟିଆର ଏବଂ ରାମ ଚରଣଙ୍କ ଫିଲ୍ମ ଆରଆରଆର, ଏବଂ ୟଶଙ୍କ କେଜିଏଫ୍‌ ୨ ମଧ୍ୟ ବକ୍ସ ଅଫିସ୍‌ରେ ସର୍ବୋତ୍କୃଷ୍ଟ ପ୍ରଦର୍ଶନ କରିଥିଲା। ତେବେ ଏହି ଲିଷ୍ଟ ଆଇଏମଡିବି ଓ୍ବେବସାଇଟରେ ୟୁଜର୍ସଙ୍କ ରେଟିଂଙ୍କୁ ନେଇ ଦିଆଯାଇଛି।

ବୁଧବାର ଆଇଏମଡିବି ୨୦୨୨ ଲୋକପ୍ରିୟ ଫିଲ୍ମ ତାରକାଙ୍କ ନାମ ଘୋଷଣା କରିଛି । ଏହି ଲିଷ୍ଟରେ ଧନୁଷଙ୍କ ନାମ ସର୍ବପ୍ରଥମେ ଥିବାବେଳେ, ଦ୍ବିତୀୟ​‌ରେ ଆଲିଆ ଭଟ୍ଟଙ୍କ ନାଁ ରହିଛି। ଏହାସହ ସମାନ୍ଥା ରୁଥ ପ୍ରଭୁ ଏବଂ ହ୍ରିତିକ ରୋଶନ ତଥା ଅନ୍ୟ ତାରକାଙ୍କ ନାଁ ରହିଛି।

ଚଳିତ ବର୍ଷ ଧନୁଷଙ୍କ ପାଞ୍ଚଟି ଫିଲ୍ମ ରିଲିଜ୍ ହୋଇଥିଲା, ଯେଉଁଥିରେ ରୁଷୋ ବ୍ରଦର୍ସଙ୍କ ଦ ଗ୍ରେ ମ୍ୟାନ୍, ତାମିଲ ହିଟ୍ ତିରୁଚିତ୍ରାମ୍ବଲମ୍, ନାନେ ଭାରୁଭେନ ଏବଂ ଭାଥି ରହିଥିଲା। ଆଲିଆ ଭଟ୍ଟଙ୍କ ଦୁଇଟି ଫିଲ୍ମ ଗଙ୍ଗୁବାଈ କାଠିଆଓ୍ବାଡ଼ି ଏବଂ ବ୍ରହ୍ମାସ୍ତ୍ର ଏବଂ ନେଟ୍‌ଫ୍ଲିକ୍ସରେ ଡାର୍ଲିଂଙ୍ଗ୍ସ ନେଟ୍‌ଫ୍ଲିକ୍ସ ରେ ରିଲିଜ୍ ହୋଇଥିଲା।

ତେବେ ନଜର ପକାଇବା ଓ୍ବେବସାଇଟ୍ ଅନୁଯାୟୀ ତାରକାଙ୍କ ରାଙ୍କିଂ

୧. ଧନୁଷ

୨. ଆଲିଆ ଭଟ୍ଟ

୩. ଐଶ୍ବର୍ଯ୍ୟା ରାୟ ବଚ୍ଚନ

୪. ରାମ ଚରଣ ତେଜା

୫. ସମାନ୍ଥା ରୁଥ ପ୍ରଭୁ

୬. ହ୍ରିତିକ୍ ରୋଶନ୍

୭. କିଆରା ଆଡଭାନୀ

୮. ଏନ.ଟି. ରାମା ରାଓ ଜୁନିୟର

୯. ଅଲ୍ଲୁ ଅର୍ଜୁନ୍

୧୦. ୟଶ୍

wp:embed {"url":"https://twitter.com/IMDb_in/status/1600351637121294338?s=20\u0026t=zR0xuOeSPBoytq8gGiwu6Q","type":"rich","providerNameSlug":"twitter","responsive":true}
https://twitter.com/IMDb_in/status/1600351637121294338?s=20&t=zR0xuOeSPBoytq8gGiwu6Q
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.