ଜାମ୍ମୁ-କାଶ୍ମୀରରେ ପ୍ରକୃତିର କୋପ; ବର୍ଷା ସହ ଭୂ-ସ୍ଖଳନ, ମାଟି ତଳେ ଦବି ୪ ମୃତ

Published By : Prameya-News7 Bureau | March 03, 2024 IST

ଶ୍ରୀନଗର: ଜାମ୍ମୁ-କାଶ୍ମୀରରେ ପ୍ରକୃତିର ପ୍ରକୋପ । ଗତ ୩ଦିନ ହେଲା ତାଣ୍ଡବ ରଚୁଛି ବର୍ଷା । ଏହା ସହିତ ତୁଷାରପାତ ଜାରି ରହିଛି । ଅଧିକାଂଶ ସ୍ଥାନରେ ଭୂ-ସ୍ଖଳନରେ ଧସୁଛି ମାଟି । ଅଦିନିଆ ବର୍ଷା ଜାମ୍ମୁ-କାଶ୍ମୀରବାସୀଙ୍କୁ ଅସ୍ତବ୍ୟସ୍ତ କରିଦେଇଛି । ଲ୍ୟାଣ୍ଡ୍ ସ୍ଲାଇଡିଂ ଯୋଗୁ ଏପର୍ଯ୍ୟନ୍ତ ୪ଜଣ ପ୍ରାଣ ହରାଇଛନ୍ତି । ମୃତତଙ୍କ ମଧ୍ୟରେ ୩ଜଣ ଶିଶୁ ରହିଥିବା ବେଳେ ଜଣେ ମହିଳା ରହିଛନ୍ତି । ସେହପରି ୨ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି । ଆହତଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି ।

ଲଗାଣ ବର୍ଷା ଯୋଗୁ ଜାମ୍ମୁ-ଶ୍ରୀନଗର ଜାତୀୟ ରାଜପଥରେ ଯାତାୟାତ ବନ୍ଦ ହୋଇଛି । ରାମବନ ଜିଲ୍ଲାରେ ଭୂ-ସ୍ଖଳନ ଫଳରେ ରାସ୍ତା ଉପରେ ଧ୍ବଂସାବଶେଷ ଜମି ରହିଛି । ସେହିପରି ଶନିବାର ମୋଗଲ ରୋଡରେ ଏକ ଆମ୍ବୁଲାନ୍ସ ଫସିଯାଇଥିଲା । ରାସ୍ତାରେ ଫଶି ରହିଥିବା ୭ ଟ୍ୟାଙ୍କରକୁ ମେକାନିକାଲ୍ ବିଭାଗ ରେସକ୍ୟୁ କରିଛି ।     

ସମତଳ ଅଞ୍ଚଳରେ ବର୍ଷା ସାଙ୍ଗକୁ ବିଜୁଳି ଘଡ଼ଘଡ଼ି ତାଣ୍ଡବ ରଚିଛି । ଉତ୍ତର ପ୍ରଦେଶରେ ବିଜୁଳି ମାରିବା ଯୋଗୁ ୩ଜଣଙ୍କ ଜୀବନ ଯାଇଛି । ଝାନ୍ସିରେ ଛଡ଼ ତୋଫାନ ସହିତ କୁଆପଥର ମାଡ଼ ହୋଇଛି । ବର୍ଷାକୁ ଦୃଷ୍ଟିରେ ଭାରତୀୟ ପାଣିପାଗ ବିଭାଗ ରାଜ୍ୟର ୫୦ ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ଓ୍ବାର୍ଣ୍ଣିଂ ଜାରି କରିଛି ।

wp:embed {"url":"https://www.prameyanews7.com/33-sitting-mps-replaced-with-new-faces-as-bjp-shuffles-lok-sabha/","type":"wp-embed","providerNameSlug":"prameya-news-7"}
https://www.prameyanews7.com/33-sitting-mps-replaced-with-new-faces-as-bjp-shuffles-lok-sabha/
/wp:embed

ସେହିପରି ପଞ୍ଜାବ ଓ ହରିୟାଣାରେ ମଧ୍ୟ ପ୍ରବଳ ବର୍ଷିଛି । ହରିୟାଣର ୪୬ଟି ସହରରେ କୁଆପଥର ମାଡ଼ ହୋଇଛି । ଆଜି ମଧ୍ୟ ବର୍ଷାର ସମ୍ଭାବନା ରହିଛି । ୭୦-୬୦ କିମି ବେଗରେ ପବନ ବହିବା ନେଇ ପୂର୍ବାନୁମାନ କରିଛି ଆଇଏମଡି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.