୧୨ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା; ଅରେଞ୍ଜ ୱାର୍ଣ୍ଣିଂ ଜାରି କଲା ପାଣିପାଗ ବିଭାଗ
19/05/2022 at 8:35 PM

ଥିରୁଭନନ୍ତପୁରମ: ରାଜ୍ୟର ୧୨ ଜିଲ୍ଲାରେ ପ୍ରବଳ ବର୍ଷିବ। ଏଥିପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି କଲା IMD ବା ଭାରତୀୟ ପାଣିପାଗ ବିଭାଗ। କେରଳ ପାଇଁ ଏହି ସତର୍କ ସୂଚନା ଜାରି କରାଯାଇଛି। କେରଳର ୧୨ ରାଜ୍ୟ – କସରଗୋଡ଼, କନ୍ନୁର, ୱାୟନଡ଼, କୋଝିକୋଡେ, ମଲାପ୍ପୁରମ, ପଲକ୍କଡ, ଥ୍ରୀସୁର, ଏର୍ଣ୍ଣାକୁଲମ, ଇଡୁକ୍କୀ, କଟାୟାମ୍, ଅଲପ୍ପୁଝା ଏବଂ ପଥନମଥି୍ଟ୍ଟା ପ୍ରବଳ ବର୍ଷା ନେଇ ପାଣିପାଗ ବିଭାଗ କହିଛି।
IMDର ପୂର୍ବାନୁମାନ ଅନୁସାରେ, ଆଗାମୀ ୪୮ ଘଣ୍ଟାରେ ଉପରୋକ୍ତ ସ୍ଥାନଗୁଡ଼ିକରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ। ଏହାପରେ ମେ ୨୧ ତାରିଖରେ ପରେ ବର୍ଷାର ପରିମାଣ ସାମାନ୍ୟ କମିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଆଗାମୀ ୫ ଦିନରେ କେରଳ ଓ ଲାକ୍ଷାଦ୍ୱୀପରେ କାଳବୈଶାକ୍ଷୀ ସହ ପ୍ରବଳ ବର୍ଷା ହେବ। ଫଳରେ କେତେକ ଅଞ୍ଚଳରେ ବର୍ଷାଜନିତ ସମସ୍ୟା ସୃଷ୍ଟି ହୋଇପାରେ।
Heavy to very heavy rainfall spell over Kerala and Coastal & South Interior Karnataka during next 2 days and substantial reduction in rainfall intensity over the region from 21st May, 2022.
— India Meteorological Department (@Indiametdept) May 19, 2022
ଉତ୍ତରତାମିଲନାଡୁ ଆଖାପଖ ଅଞ୍ଚଳରେ ଘୂର୍ଣ୍ଣିବଳୟ ଯୋଗୁ କେରଳରେ ପ୍ରବଳ ବର୍ଷା ସମ୍ଭାବନା ରହିଛି ବୋଲି କେରଳ ରାଜ୍ୟ ବିପର୍ଯ୍ୟୟ ପରିଚାଳନା ଅଧିକାରୀ କହିଛନ୍ତି। ବର୍ଷା ସମ୍ଭାବନା ଯୋଗୁ ଆଗୁଆ ସତର୍କ କରାଇଛନ୍ତି କେରଳ ସରକାର। ଜଳଯୋଗାଣ ବିଭାଗକୁ ପାହାଡ଼ ଅଞ୍ଚଳକୁ ଯିବାକୁ ବାରଣ କରାଯାଇଥିବା ସହ ଉପକୂଳବର୍ତ୍ତୀ ଲୋକମାନଙ୍କୁ ସତର୍କ କରାଯାଇଛି। ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତର ନଯିବାକୁ ମଧ୍ୟ ସତର୍କ କରିଛି ପାଣିପାଗ ବିଭାଗ। ବର୍ଷା ସମୟରେ ପବନର ଗଷ୍ଟିଂ ସ୍ପିଡ୍ ଘଣ୍ଟା ପ୍ରତି ୬୦ କିମି ରହିବ ବୋଲି ବିଭାଗ ସତର୍କ କରାଇଛି।