ନିଷ୍ଠୁର ଗ୍ରୀଷ୍ମଠୁ ନିସ୍ତାର ନାହିଁ; ମେ ୨ ପର୍ଯ୍ୟନ୍ତ ବହିବ ଗ୍ରୀଷ୍ମ ପ୍ରବାହ, ୫୦ ଡିଗ୍ରୀ ପର୍ଯ୍ୟନ୍ତ ଚଢ଼ିପାରେ ପାରା

Published By : Prameya-News7 Bureau | April 30, 2022 IST

ନୂଆଦିଲ୍ଲୀ: ଓଃ… କି ଖରା… ପ୍ରବଳ ଖରା ସାଙ୍ଗକୁ ବହୁଛି ଝାଞ୍ଜି ପବନ। ସୁଖିଯାଉଛି ନଈ ନାଳ। ଲାଗୁଛି ଯେମିତି କିଏ କରେଇ ରଖି ଭାଜୁଛି ମଣିଷକୁ। ଅସ୍ତବ୍ୟସ୍ତ ହୋଇପଡ଼ିଲାଣି ଜନଜୀବନ। ନିଇତି ରେକର୍ଡ ଭାଙ୍ଗୁଛି ପାରଦ। ବର୍ଷାର ଦେଖା ନାହିଁ…। ଏପଟେ ପାଣିପାଗ ବିଭାଗ ଯେଉଁ ପୂର୍ବାନୁମାନ କରିଛି, ତାହା ଶୁଣିଲେ ହୋସ୍ ଉଡ଼ିଯାଉଛି।

ଆଜି ସାମ୍ବାଦିକ ସମ୍ମିଳନୀ କରି ଆଇଏମ୍‌ଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି ଯେ ୫୦ ଡିଗ୍ରୀ ପର୍ଯ୍ୟନ୍ତ ଯିବ ତାପମାତ୍ରା। ନିଷ୍ଠୁର ଗ୍ରୀଷ୍ମ ଦାଉରୁ ମେ ୨ ପର୍ଯ୍ୟନ୍ତ ନିସ୍ତାର ନାହିଁ।

{"width":837,"height":471}

ସେ କହିଛନ୍ତି “ ଚଳିତ ବର୍ଷ ମେ ମାସ ସବୁଠାରୁ ଗରମ ମାସ ହେବ। ଏହି ସମୟରେ ପଶ୍ଚିମ ରାଜସ୍ଥାନର ତାପମାତ୍ରା ୫୦ ଡିଗ୍ରୀ ସେଲ୍‌ସିୟସ୍‌ ହେଇପାରେ। ତେବେ ଚଳିତ ଏପ୍ରିଲ ମାସ ଏପର୍ଯ୍ୟନ୍ତ ସବୁଠାର ଗରମ ମାସ ହୋଇଛି।” ତେବେ ୧୯୫୬ ମସିହାରେ ରାଜସ୍ଥାନର ତାପାମାତ୍ରା ୫୨.୬ ଡିଗ୍ରୀ ରହିଥିଲା ବୋଲି ଶ୍ରୀ ମହାପାତ୍ର ସୂଚନା ଦେଇଛନ୍ତି।  

ଶ୍ରୀ ମହାପାତ୍ର କହିଛନ୍ତି ଯେ ଦେଶର ପଶ୍ଚିମ କେନ୍ଦ୍ରାଞ୍ଚଳ ଓ ଉତ୍ତରପଶ୍ଚିମାଞ୍ଚଳରେ ସାଧାରଣ ତାପମାତ୍ରା ଠାରୁ ଅଧିକ ତାପମାତ୍ରା ରହିବ। ସେହିପରି ଉତ୍ତର ଦିଗରେ ଥିବା ରାଜ୍ୟଗୁଡ଼ିକରେ ଦିନରେ ତାପମାତ୍ରା ବୃଦ୍ଧି ପାଇବ। ସେ କହିଛନ୍ତି “୨୦୨୨ ଏପ୍ରିଲରେ ଉତ୍ତର ପଶ୍ଚିମ ଓ କେନ୍ଦ୍ରୀୟ ଭାରତରେ ହାରାହାରି ତାପମାତ୍ରା ଯଥା କ୍ରମେ ୩୫.୯୦ ଡିଗ୍ରୀ ଓ ୩୭.୭୮ ଡିଗ୍ରୀ ରହିଛି। ଯାହା ୧୨୨ ବର୍ଷ ଭିତରେ ସର୍ବାଧିକ।

ତେବେ କେତେକ ସ୍ଥାନରେ ପାରଦ ୪୬ ଡିଗ୍ରୀ ତାପମାତ୍ରା ଅତିକ୍ରମ କରିଛି। ଅଲ୍ଲାହବାଦ, ଝାନ୍‌ସୀ ଏବଂ ଲକ୍ଷ୍ନୌରେ ତାପମାତ୍ରା ଯଥାକ୍ରମେ ୪୬.୮, ଡିଗ୍ରୀ ସେଲ୍‌ସିୟସ, ୪୬.୨ ଡିଗ୍ରୀ ସେଲ୍‌ସିୟସ ଏବଂ ୪୫.୧ ଡିଗ୍ରୀ ସେଲ୍‌ସିୟସ ସର୍ବକାଳୀନ ରେକର୍ଡ ଭାଙ୍ଗିଛି।”

Heatwave claims over 1,100 across country, temperatures soaring | Latest  News India - Hindustan Times

ସେହିପରି ହରିୟାଣାର ଗୁରୁଗ୍ରାମ ମଧ୍ୟପ୍ରଦେଶର ସତନାରେ ମଧ୍ୟ ଏପ୍ରିଲ ମାସରେ ସର୍ବାଧିକ ତାପମାତ୍ରା ଯଥାକ୍ରମେ  ୪୫.୯ ଓ ୪୫.୩ ଡିଗ୍ରୀ ସେଲ୍‌ସିୟସ୍‌ ରେକର୍ଡ କରାଯାଇଛି।   

ତେବେ ମେ ମାସର କଥା ଦେଖିଲେ ତାତିରୁ ସାମାନ୍ୟ ତ୍ରାହି ମିଳିପାରେ। ସ୍ଥାନେ ସ୍ଥାନେ ସାମାନ୍ୟ ଓ ସାମାନ୍ୟଠୁ ଅଧିକ ବର୍ଷା ହୋଇପାରେ। ତେବେ ଏପର୍ଯ୍ୟନ୍ତ ଭାରତ ହାରିହାରି ଭର୍ଷା ଠାରୁ ୩୨ ପ୍ରତିଶତ କମ ବର୍ଷା ହୋଇଛି। ତେବେ ଉତ୍ତରପଶ୍ଚିମବ ଭାରତରେ ମେ ୨ ତାରିଖ ପର୍ଯ୍ୟନ୍ତ ଓ ପଶ୍ଚିମ ଭାରତରେ ଏପ୍ରିଲ ୩୦ ତାରିଖ ପର୍ଯ୍ୟନ୍ତ ଗ୍ରୀଷ୍ମ ପ୍ରବାହ ବୋହିବ ବୋଲି IMD କହିଛି।  

Heat wave singes North India; Delhi records hottest day in 18 years -  BusinessToday

ଶନିବାର ହରିଆଣା, ପଞ୍ଜାବ, ଦିଲ୍ଲୀ, ଉତ୍ତର ପ୍ରଦେଶ, ରାଜସ୍ଥାନ, ମଧ୍ୟପ୍ରଦେଶ, ଝାରଖଣ୍ଡ ଏବଂ ମହାରାଷ୍ଟ୍ରର ବିଦର୍ଭ ଅଞ୍ଚଳରେ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। ସେହିପରି ରବିବାର ଦିଲ୍ଲୀର ଆକାଶ ମେଘୁଆ ରହିବା ସହିତ ୫୦ କିମି ଗଷ୍ଟିଂ ସ୍ପିଡ୍‌ରେ ପବନ ବହିପାରେ। ଯାହା ତାପମାତ୍ରାକୁ ସାମାନ୍ୟ ହ୍ରାସ କରିପାରେ ବୋଲି ପାଣିପାଗ ବିଭାଗ କହିଛି।  

ସେହିପରି ଉତ୍ତରପଶ୍ଚିମ ଭାରତ ପାଇଁ ଆସ୍ୱସ୍ତିର ଖବର ହେଲା ସୋମବାର ଠାରୁ ସେଠି ତାପମାତ୍ରା କମିପାରେ। ରାଜସ୍ଥାନ, ଦିଲ୍ଲୀ, ପଞ୍ଜାବ ଏବଂ ହରିଆଣାରେ ମେ ୨-୪ ଭିତରେ ବର୍ଷା ହେବାର ସମ୍ଭାବନା ରହିଛି।

ତେବେ ପଶ୍ଚିମବଙ୍ଗରେ କାଳବୈଶାଖି ହୋଇପାରେ ବୋଲି ସତର୍କ ସୂଚନା ଦେଇଛି ଭାରତୀୟ ପାଣିପାଗ ବିଭାଗ। ଏପ୍ରିଲ ୩୦ ତାରିଖରୁ ମେ ୪ ତାରିଖ ପର୍ଯ୍ୟନ୍ତ କାଳବୈଶାଖି ହେଇପାରେ ବୋଲି ବିଭାଗ ସୂଚନା ଦେଇଛି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.