ପାଣିପାଗ ବିଭାଗ ଦେଲା ଖୁସିଖବର, ଚଳିତ ଥର ସ୍ୱାଭାବିକଠାରୁ ଅଧିକ ରହିବ ମୌସୁମୀ ବର୍ଷା

Published By : Prameya-News7 Bureau | May 27, 2024 IST

ନୂଆଦିଲ୍ଲୀ: ଭାରତୀୟ ପାଣିପାଗ ବିଜ୍ଞାନ (ଆଇଏମଡି) ଦକ୍ଷିଣ-ପଶ୍ଚିମ ମୌସୁମୀକୁ ନେଇ ଦୀର୍ଘକାଳିନ ପୂର୍ବାନୁମାନ ଜାରି କରିଛି । ଏହା ଅନୁସାରେ ଚଳିତ ବର୍ଷ ମୌସୁମୀ ବର୍ଷା ସ୍ୱାଭାବିକଠାରୁ ଅଧିକ ହେବାର ଆଶା ରହିଛି । ଆଇଏମଡି ଅନୁସାରେ ମୌସୁମୀ ସାମାନ୍ୟଠାରୁ ଅଧିକ ରହିବାର ୩୨ ପ୍ରତିଶତ ସମ୍ଭାବନା ରହିଛି । ଏଲପିଏ ଆଧାରରେ ଏହା ୧୦୫%ରୁ ୧୧୦% ରହିବ । ଏହାସହ ୨୯% ସମ୍ଭାବନା ଯେ ମୌସୁମୀ ବର୍ଷା ଅଧିକ ହେବ । ଏଲପିଏ ଅନୁସାରେ ଏହା ୧୧୦%ରୁ ଅଧିକ ଅଟେ । ଉଲ୍ଲେଖଯୋଗ୍ୟ ଯେ ୧୯୭୧ରୁ ୨୦୨୦ର ଅବଧିକୁ ନେଇ ପୂରା ସିଜିନ ପାଇଁ ଏଲପିଏ ୮୭ ସେମି ରହିଛି ।

ରିପୋର୍ଟ ଅନୁସାରେ ଦେଶର ଅଧିକାଂଶ କୃଷି କ୍ଷେତ୍ର ପାଇଁ ମଧ୍ୟ ଖୁସିଖବର ଅଟେ । ଆଇଏମଡିର କହିବା ଅନୁସାରେ ମୌସୁମୀ କୋର ଜୋନରେ ଏଲପିଏର ସ୍ୱଭାବିକ ବର୍ଷା (୧୦୬%)ରୁ ଅଧିକ ହୋଇଥାଏ । ଆଇଏମଡି ଡିଜି କହିଛନ୍ତି, ସ୍ୱାଭାବିକଠାରୁ ଅଧିକ ବର୍ଷା ନେଇ ନିଜ ପୂର୍ବାନୁମାନ ଉପରେ ଆମେ ସ୍ଥିର ଅଛୁ । ଆମେ ପୂରା ଆଶାବଦୀ ଯେ ଏଥର ମୌସୁମୀ ସ୍ୱାଭାବିକଠାରୁ ଅଧିକ ରହିବ । ଏଥିପାଇଁ ଆମେ ଚଳିତ ବର୍ଷ ଭଲ ବର୍ଷାର ଆଶା କରିପାରିବା ।

ଯଦି ଗତ ବର୍ଷର ଡାଟା ଉପରେ ନଜର ପକାଇବା ତେବେ ମୌସୁମୀ ଏଲପିଏ ଉପରେ ୯୪.୪% ସହ ସ୍ୱାଭାବିକଠାରୁ କମ ଥିଲା । ଏହା ପୂର୍ବରୁ ୨୦୨୨ରେ ମୌସୁମୀ ଏଲପିଏ ୧୦୬% ସହ ସ୍ୱାଭାବିକଠାରୁ ସାମାନ୍ୟ ଅଧିକ ଥିଲା । ଆଇଏମଡି ଡିଜିଙ୍କ କହିବା ଅନୁସାରେ ମେ ୩୦ ପରେ ଭୀଷଣ ଗରମରୁ ଆଶ୍ୱସ୍ତି ମଳିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.