ଚଳିତ ଶୀତ ଋତୁରେ ସ୍ୱଭାବିକରୁ ଅଧିକ ରହିବ ସର୍ବନିମ୍ନ ତାପମାତ୍ରା : IMD

Published By : Prameya-News7 Bureau | December 03, 2023 IST

ନୂଆଦିଲ୍ଲୀ ୩।୧୨: ଦେଶରେ ଶୀତ ଋତୁର ସମୟ ହ୍ରାସ ଓ ପୃଥିବୀର ବଢୁଥିବା ତାପମାତ୍ରାକୁ ନେଇ ପରିବେଶ ବୈଜ୍ଞାନିକ ଏବେ ଚିନ୍ତିତ। ଏଥିରେ ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ୨୦୨୩ ବର୍ଷକୁ ପୃଥିବୀରେ ଏପର୍ଯ୍ୟନ୍ତ ସବୁଠୁ ଉତପ୍ତ ବର୍ଷ ବୋଲି  ଅନୁମାନ କରିଛନ୍ତି।  ଭାରତୀୟ ପାଣିପାଗ ବିଜ୍ଞାନ ବିଭାଗ ଚଳିତବର୍ଷ ଶୀତ ଋତୁ ଗତବର୍ଷମାନଙ୍କ ଅପେକ୍ଷା ଅଧିକ ଉଷ୍ଣ ରହିବ ବୋଲି ଅନୁମାନ କରିଛନ୍ତି। ଆଇଏମଡିଙ୍କ ଅନୁସାରେ ଏଥର ଥଣ୍ଡା ଦିନମାନଙ୍କରେ ଦିନର ସର୍ବନିମ୍ନ ତାପମାତ୍ରା ସ୍ୱଭାବିକରୁ ବି ଅଧିକ ରହିପାରେ।

ଏଥି ପାଇଁ ଆଇଏମଡିଙ୍କ ପାଣିପାଗ ବୈଜ୍ଞାନିକମାନେ ଗତ ୩ ମାସର ତାପମାତ୍ରା ରେ ହୋଇଥିବା ପରିବର୍ତ୍ତନର ଡାଟାକୁ ଆଧାର କରିଛନ୍ତି। ବୈଜ୍ଞାନିକଙ୍କୁ ଏହି ଡାଟା ବିଶ୍ଲେଷଣରୁ ମିଳିଥିବା ପରିଣାମ ଆଧାରରେ ଏହି ଅନୁମାନ କରାଯାଇଛିଯେ ୨୦୨୩ ବର୍ଷ  ପୃଥିବୀରେ ଏପର୍ଯ୍ୟନ୍ତ ସବୁଠୁ ଉଷ୍ଣ ବର୍ଷ ହୋଇପାରେ। ଆଇଏମଡି ମହାନିର୍ଦ୍ଦେଶକ ଡ. ମୃତ୍ୟୁଞ୍ଜୟ ମହାପାତ୍ର ଏକ ବୟାନରେ କହିଛନ୍ତି ଯେ ୱେଷ୍ଟର୍ଣ୍ଣ ଡିଷ୍ଟରବାନ୍ସ ଓ ବଙ୍ଗୋପସାଗରରେ ଘୂର୍ଣ୍ଣିବାତ୍ୟା ଭଳି ପଡା ଉଠା ପାଗ ଏହି ବଡ଼ ପରିବର୍ତ୍ତନର କାରଣ ହୋଇପାରେ।

{"id":878259,"width":841,"height":563,"sizeSlug":"full","linkDestination":"none"}

ସେ କହିଛନ୍ତି ଯେ ଅଲନିନୋ, ୱେଷ୍ଟର୍ଣ୍ଣ ଡିଷ୍ଟରବାନ୍ସ ଓ ବଙ୍ଗୋପ ସାଗରରେ ପଛକୁ ପଛ ଆସୁଥିବା ଘୂର୍ଣ୍ଣିବାତ୍ୟା ଛଡା ଶୀତ ଋତୁରେ ଭାରତରେ ସାଧାରଣ ତାପମାତ୍ରା ନ୍ୟୁନତମ ତାପମାତ୍ରାରୁ ଅଧିକ ରହିବା ଯୋଗୁ ଶୀତ ଋତୁରେ ଶୀତ ଲହର ଭଳି ଥଣ୍ଡା ବଢିବାର ସମ୍ଭାବନା ନାହିଁ। ଆଇଏମଡି ମୁଖ୍ୟଙ୍କ ବୟାନ ଅନୁସାରେ ତମାମ ଡିସେମ୍ବର ମାସରେ ତାପମାତ୍ରାରେ ସେପରି ହ୍ରାସର କୌଣସି କାରଣ ନାହିଁ ଓ ପୂର୍ବ ଏବଂ ପୂର୍ବୋତ୍ତର ଭାରତକୁ ଛାଡିଦେଲେ ଦେଶର ଅଧିକାଂସ ଅଞ୍ଚଳରେ ସର୍ବନିମ୍ନ ତାପମାତ୍ରା ସ୍ୱଭାବିକରୁ ଅଧିକ ରହିବ।

ସେ କହିଛନ୍ତି ଯେ ବଙ୍ଗୋପସାଗରରେ ଆସୁଥିବା ଘୂର୍ଣ୍ଣିବାତ୍ୟା ଯୋଗୁ ମଧ୍ୟ ବାଦଲ ଛାଇବ ଓ ଆଗାମୀ ଦିନମାନଙ୍କରେ ଦକ୍ଷିଣପ୍ରାୟୋଦ୍ୱିପୀୟ ଭାରତ ଓ ପୂର୍ବତଟ ଭାରତରେ ସର୍ବନିମ୍ନ ତାପମାତ୍ରା ସ୍ୱଭାବିକରୁ ଅଧିକ ରହିବ। ପାଣିପାଗ ବିଭାଗର ପୂର୍ବାନୁମାନ ଅନୁସାରେ ଚଳିତବର୍ଷ ଶୀତ ଋତୁରେ ସର୍ବନିମ୍ନ ତାପମାତ୍ରା ସ୍ୱଭାବିକରୁ ଅଧିକ ରହିପାରେ। ଯଦି ଏହି ପୂର୍ବାନୁମାନ ସଠିକ ପ୍ରମାଣିତ ହେଲା ତେବେ ୧୯୦୧ ମସିହା ପରେ ୨୦୨୩ ବର୍ଷ ତୃତୀୟ ଏପରି ବର୍ଷ ସାବ୍ୟସ୍ତ ହେବ ଯେତେବେଳେ ନଭେମ୍ବର ମାସ ସବୁଠୁ ଅଧିକ ଉତପ୍ତ ମାସ ହେବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.