ଡିସେମ୍ବର-ଫେବୃଆରୀ ଲାଗି ଜାରି ହେଲା IMDଙ୍କ ଶୀତ ପୂର୍ବାନୁମାନ, ଏ ବର୍ଷ ପଡିବ ଅଧିକ ଥଣ୍ଡା
29/11/2020 at 8:15 PM

ନୂଆଦିଲ୍ଲୀ ୨୯।୧୧: ଭାରତୀୟ ପାଣିପାଗ ବିଭାଗ (ଆଇଏମଜି) ରବିବାର ଡିସେମ୍ବରରୁ ଫେବୃଆରୀ ମାସ ପର୍ଯ୍ୟନ୍ତ ଶୀତ ପୂର୍ବାନୁମାନ ଜାରି କରିଛନ୍ତି। ଆଇଏମଡି ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର ଏହି ପାଣିପାଗ ପୂର୍ବାନୁମାନ ଜାରି କରିଥିବା ବେଳେ ପୂର୍ବବର୍ଷମାନଙ୍କ ତୁଳନାରେ ଚଳିତବର୍ଷ ଅଧିକ ଥଣ୍ଡା ଅନୁଭୂତ ହେବ ବୋଲି ସତର୍କ କରିଛନ୍ତି। ଉତ୍ତର ଭାରତର କେତେକ ସ୍ଥାନରେ ଶୀତ ଋତୁରେ ନିୟମିତ ତାପମାତ୍ରା ଶୁନ୍ୟରୁ ବିଯୁକ୍ତ ହୋଇପାରେ ବୋଲି ମଧ୍ୟ ପୂର୍ବାନୁମାନ କରିଛନ୍ତି।

ମହାପାତ୍ର କହିଛନ୍ତି ଯେ ଅନ୍ୟବର୍ଷ ତୁଳନାରେ ଚଳିତବର୍ଷ ଅଧିକ ଶୀତ ଲହର ଅନୁଭୂତ ହେବ। ଏଣୁ ଉତ୍ତର ଓ ମଧ୍ୟ ଭାରତର ତାପମାତ୍ରା ସ୍ରବନିମ୍ନରୁ ବି କମ୍ ହେବ ବୋଲି ସତର୍କ କରାଇଛନ୍ତି। ଏଥିରୁ ଚଳିତ ଋତୁରେ ଉତ୍ତର ଭାରତରେ ସବୁଠାରୁ ଅଧିକ ଥଣ୍ଡା ଅନୁଭୂତ ହେବ ବୋଲି ସେ କହିଛନ୍ତି। ଅଧିକ ଥଣ୍ଡା ଯୋଗୁ ଉତ୍ତର ଭାରତରେ ରାତିର ସାଧାରଣ ତାପମାତ୍ରା ପୂର୍ବବର୍ଷମାନଙ୍କ ତୁଳନାରେ ହ୍ରାସ ହୋଇପାରେ। ହେଲେ ଏହି ସମୟରେ ଦିନର ତାପମାତ୍ରା ସାମାନ୍ୟ ବୃଦ୍ଧି ହେବା ନେଇ ଆକଳନ କରିଛନ୍ତି।

ପାଣିପାଗ ବିଭାଗ ଅନେକ ପୂର୍ବରୁ ଆଗାମୀ ଶୀତ ଋତୁର ସାମ୍ଭବ୍ୟ ପୂର୍ବାନୁମାନ କରିଥିଲେ। ଯେଉଁଥିରେ ଅନ୍ୟବର୍ଷମାନଙ୍କ ତୁଳନାରେ ଚଳିତବର୍ଷ ଶୀତ ଋତୁ ଅଧିକ ଦୀର୍ଘ ହୋଇପାରେ ବୋଲି ଆକଳନ କରିଥିଲେ। ପାଣିପାଗ ପରିବର୍ତ୍ତନ ଓ ସମୁତ୍ର ପୃଷ୍ଠ ତାପମାତ୍ରା ପରିବର୍ତ୍ତନ ଚଳିତବର୍ଷ ଶୀତ ଋତୁକୁ ପ୍ରଭାବିତ କରିବ ବୋଲି ପାଣିପାଗ ବିଭାଗ ଜଣାଇଛନ୍ତି।