ସମ୍ଭାବ୍ୟ ବାତ୍ୟା ନେଇ IMD DGଙ୍କ ସୂଚନା, କହିଲେ ଏବେ ସ୍ପଷ୍ଟ ହୋଇନି ଚିତ୍ର

Published By : Prameya-News7 Bureau | September 22, 2023 IST

ଭୁବନେଶ୍ୱର ୨୨/୦୯: IMDର ପୂର୍ବ ସୂଚନା ମୁତାବକ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ସେପ୍ଟେମ୍ବର ଶେଷ ବେଳକୁ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେଉଛି । ଯାହା ଅକ୍ଟୋବର ଆରମ୍ଭ ବେଳକୁ ଲଘୁଚାପରେ ପରିଣତ ହୋଇ ଅବପାତର ରୂପ ନେଇପାରେ । ଏହାର ସ୍ପଷ୍ଟ ଚିତ୍ର ଆଗକୁ ଲଘୁଚାପରେ ପରିଣତ ହେଲେ ଜଣା ପଡ଼ିବ ଯାହା କ୍ରମଶଃ ପଶ୍ଚିମ ଉତ୍ତର ପଶ୍ଚିମ ଆଡ଼କୁ ଗତି କରିବ ବୋଲି IMDର ମଡେଲ କହୁଛି ।

ବାତ୍ୟା ନେଇ ସତର୍କ ସୂଚନା ଜାରି କରି ନାହିଁ IMD । ସେ କହିଛନ୍ତି ଅଯଥା ଗୁଜବ ଉପରେ ବିଶ୍ୱାସ କରନ୍ତି ନାହିଁ । IMD ଡିଜିଙ୍କ ସୂଚନା ମୁତାବକ ୧୦ଟି ମଡେଲ ମଧ୍ୟରୁ ଗୋଟିଏ ମଡେଲ ବାତ୍ୟା ଦର୍ଶାଉଛି । କିନ୍ତୁ ଏହା ଅବପାତର ରୂପ ନେଇପାରେ । ଏବେ ବହୁତ୍ ଜଲଦି ବାତ୍ୟା କଥା କହିବା ଭୁଲ୍ ହେବ । IMD ଏହା ଉପରେ ନଜର ରଖିଛି । ଏହା ସତ ଯେ, ଅକ୍ଟୋବର ମାସ ଏକ ବାତ୍ୟା ପ୍ରବଣ ମାସ । ତେଣୁ ଆମେ ଏହା ଉପରେ ନଜର ରଖିଛୁ । ବର୍ତ୍ତମାନ ଆମେ ବାତ୍ୟା ନେଇ କୌଣସି ସୂଚନା ଦେଇନାହୁଁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.