ଦିଲ୍ଲୀ ୧୩।୦୮: ଉତ୍ତର ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ ପ୍ରଭାବ ଓଡ଼ିଶାରେ ବର୍ଷା ଆରମ୍ଭ ହୋଇଛି। ଆଜି ଏବଂ ଆସନ୍ତାକାଲି ଅନେକ ସ୍ଥାନରେ ବର୍ଷା ହେବା ସହ କେତେକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ବୋଲି କହିଛନ୍ତି ଆଇଏମ୍ଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ।
ସେ ଆହୁରୀ ମଧ୍ୟ ଶନିବାର ଇଷ୍ଟ ଓଡ଼ିଶାରେ ବର୍ଷ ହେବ ଏବଂ ଧୀରେ ଧୀରେ ଏହା ଅଭୂନ୍ତରୀଣ ଓଡ଼ିଶାକୁ ଗତି କରିବା । ପଶ୍ଚିମ ଓଡ଼ିଶାରେ ଅଧିକ ବର୍ଷା କିଛି ଅଞ୍ଚଳରେ ଅଧିକ ବର୍ଷ ହେବ। କେନ୍ଦ୍ରୀୟ ଅଞ୍ଚଳରେ ମଧ୍ୟ ବର୍ଷା ହେବା । ଏହି ଲଘୁଚାପ ଧୀରେ ଧୀରେ ଘନୀଭୂତ ହେଉଛି। ସନ୍ଧ୍ୟାରେ ଏହା ୱେଲ ମାର୍କ ଲୋ ପ୍ରେସରରେ ପରିଣତ ହେବ । ପରେ ରବିବାର ଡିପ୍ ଡ୍ରିପେସନ୍ରେ ପରିଣତ ହେବ। ଏହି ସମୟରେ ପବନର ବେଗ ୪୫ରୁ ୫୫ କିମି ବେଗରେ ଗତି କରିବା । ଜୁଲାଇରେ ଭଲ ବର୍ଷା ହୋଇଛି । ଅଗଷ୍ଟରେ ମଧ୍ୟ ଓଡ଼ିଶାରେ ଭଲ ବର୍ଷା ହେଉଛି । ସମୁଦ୍ର ଅଶାନ୍ତ ରହିବ। । ତେଣୁ ମତ୍ସ୍ୟଜୀବୀଙ୍କୁ ସମୁନ୍ଦ୍ର ଭିତରକୁ ଯିବାକୁ ବାରଣ ହୋଇଛି। ଏହା ମୌସୁମୀ ଜନିତ ଲଘୁଚାପ।