ଓଡିଶା ପ୍ରତି ନାହିଁ ବିପଦ, ପାରାଦୀପଠୁ ୩୨୦କିମି ଦୂରରେ ଗଭୀର ଅବପାତ
16/11/2023 at 2:23 PM

ନୂଆଦିଲ୍ଲୀ ୧୬।୧୧ : ଓଡ଼ିଶା ପ୍ରତି ବିପଦ ନାହିଁ। ବର୍ତ୍ତମାନ ଏହା ପାରାଦୀପରୁ ୩୨୦ କିମି ଦୂରରେ ଅଛି । କେନ୍ଦ୍ରୀୟ ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ଗଭୀର ଅବପତ ଆଗାମୀ ୨୪ ଘଣ୍ଟାରେ ଘୂର୍ଣିବାତ୍ୟାର ରୂପ ନେବା ବୋଲି କହିଛନ୍ତି ଆଏମ୍ଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ।
ସେ ଆହୁରି ମଧ୍ୟ କହିଛନ୍ତି ଯେ, ଆଗକୁ ଗତି କରି ଏହା ବାଂଲାଦେଶର ମଙ୍ଗୋଲା ଏବଂ ଖେପୁପାରାକୁ ଅତିକ୍ରମ କରିବା । ଏହପରେ ୧୮ ତାରିଖ ସକାଳେ ଏହା ଅତିକ୍ରମ କରିବ । ଏହି ସମୟରେ ପବନର ବେଗ ୮୦ କିମି ପ୍ରତି ଘଣ୍ଟା ରହିବ । ଏହାର ପ୍ରଭାବରେ ଉତ୍ତର ଓଡ଼ିଶାର କିଛି ଅଞ୍ଚଳରେ ବର୍ଷା ହେବା ସମ୍ଭାବନା । ୧୭ ସକାଳେ ଓଡ଼ିଶା ଉପକୂଳ ଦେଇ ଉତ୍ତର ପଶ୍ଚିମ ବଙ୍ଗଳା ଅଞ୍ଚଳ ରେ ପହଞ୍ଚିବ ।
Related Posts
ପ୍ରଥମ ଦକ୍ଷିଣ ଏସିଆ ରାଷ୍ଟ୍ର ଭାବେ ସମଲିଙ୍ଗୀ ବିବାହକୁ ଅନୁମତି ଦେଲା ନେପାଳ
29 November 2023