ଲଘୁଚାପର ପ୍ରଭାବ ଓଡ଼ିଶା ଉପରେ ରହିବ ନାହିଁ, ୨୩ରୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଯିବା ମନା

Published By : Prameya-News7 Bureau | May 22, 2024 IST

ଭୁବନେଶ୍ବର ୨୨।୫: ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ । ୨୪ ତାରିଖରେ ନେବ ଅବପାତର ରୂପ । ଏ ନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶିକା ମନୋରମା ମହାନ୍ତି ପ୍ରେସମିଟ୍ ଜରିଆରେ ସୂଚନା ପ୍ରଦାନ କରିଛନ୍ତି ।

ମଙ୍ଗଳବାର ଘନୀଭୂତ ଘୂର୍ଣ୍ଣିବଳୟ ପ୍ରଭାବରେ ବୁଧବାର ଦକ୍ଷିଣପଶ୍ଚିମ ପାର୍ଶ୍ଵବର୍ତ୍ତୀ ପଶ୍ଚିମକେନ୍ଦ୍ରୀୟ ତତସଂଲଗ୍ନ ଉତ୍ତର ତାମିଲନାଡୁ-ଦକ୍ଷିଣ ଆନ୍ଧ୍ର ପ୍ରଦେଶ ଉପକୂଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ଏହା ସହିତ ଜଡିତ ଘୂର୍ଣ୍ଣିବଳୟ ବାୟୁମଣ୍ଡଳର ୫.୮ କି.ମି. ଯାଏଁ ବ୍ୟାପିଛି । ଏହା ଉତ୍ତରପୂର୍ବ ଦିଗରେ ଗତି କରିବା ସହ ୨୪ ତାରିଖ ସକାଳ ସମୟରେ କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଏକ ଅବପାତରେ ପରିଣତ ହେବାର ସମ୍ଭାବନା ରହିଛି l ପରବର୍ତ୍ତୀ ସମୟ ଏହା ପରେ ଅଧିକ ଘନୀଭୂତ ହୋଇ ଉତ୍ତରପୂର୍ବ ଦିଗରେ ରହିବା ସହ ଆହୁରି ଘନୀଭୂତ ହେବାର ସମ୍ଭାବନା ରହିଛି । ଏହା ପ୍ରଭାବରେ ସମୁଦ୍ର ମୁଖ୍ୟତଃ ଅଶାନ୍ତ ରହିବ । ଫଳରେ ୨୩ ତାରିଖରୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଯିବାକୁ ବାରଣ କରାଯାଇଛି । ୨୩ ତାରିଖ ଠାରୁ ଦକ୍ଷିଣ ଏବଂ କେନ୍ଦ୍ରୀୟ ବଙ୍ଗୋପସାଗରକୁ ମତ୍ସ୍ୟଜୀବୀଙ୍କୁ ଯିବାକୁ ବାରଣ କରାଯାଇଛି । 

ସେହିଭଳି ୨୪ ତାରିଖରେ ଉତ୍ତର ବଙ୍ଗୋପସାଗରରେ ସମୁଦ୍ରକୁ ନଯିବା ପାଇଁ ମସ୍ୟଜୀବୀଙ୍କୁ ପରାମର୍ଶ ଦିଆଯାଇଛି । ୨୩ ପୂର୍ବରୁ ଉପକୂଳକୁ ଫେରିବା ପାଇଁ ପରାମର୍ଶ ଦିଆଯାଇଛି । ଓଡିଶାର କୌଣସି ଜିଲ୍ଲା ଏତେ ମାତ୍ରାରେ ପ୍ରଭାବିତ ହେବାର ନାହିଁ । ରାଜ୍ୟରେ କାଳବୈଶାଖୀ ବର୍ଷା  ଜାରି ରହିବ । ଦକ୍ଷିଣ ଓ ଉପକୂଳ ଓଡିଶାରେ କାଳବୈଶାଖୀ ପ୍ରଭାବ ରହିବ । ଏଥିପାଇଁ ୩ ଦିନ ଯାଏଁ ସତର୍କତା ଜାରି ହୋଇଛି । ୨୫ ତାରିଖରେ ଘଡଘଡି, ବିଜୁଳି ସହ ବର୍ଷା, ଝଡ ପବନ ହେବ । ଏହି ସମୟରେ ଘଣ୍ଟା ପ୍ରତି ୩୦ରୁ ୪୦ କି.ମି. ବେଗରେ ପବନ ବହିବ । ଓଡିଶାରେ ପ୍ରବଳ ବର୍ଷା ପାଇଁ ସେମିତି ସତର୍କ ସୂଚନା ଜାରି ହୋଇନାହିଁ । ଗତ   ୨୪ ଘଣ୍ଟାରେ ନୂଆପଡ଼ାରେ ଦିନ ତାପମାତ୍ରା ସର୍ବାଧିକ ୪୨.୪ ଡିଗ୍ରୀ ରେକର୍ଡ଼ ହୋଇଛି । ୮ଟି ସହରର ତାପମାତ୍ରା ୪୦ ଡ଼ିଗ୍ରୀ ରେକର୍ଡ ହୋଇଛି ।

You Can Read :

ଭୁବନେଶ୍ବର ସାଂସଦଙ୍କୁ ଟାର୍ଗେଟ୍ କଲେ ପାଣ୍ଡିଆନ୍, ‘ରାଜଧାନୀରେ ରିଂ ରୋଡ୍ ପାଇଁ ଇଟା ଖଣ୍ଡେ ପକାଇ ପାରିଲେନି’

 

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.