oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବ୍ରହ୍ମପୁର: ରେଶମ ସହରରେ ବେଧଡ଼କ ଚାଲିଛି ଧଳାଜହର କାରବାର, ଜଣେ ମହିଳା ଗିରଫ
  • ||
  • ରାୟଗଡା : ବନ୍ଦ ହେଲା ରାଜ୍ୟର ଦ୍ୱିତୀୟ ଝୁଲାପୋଲ, ସୁରକ୍ଷା ଦୃଷ୍ଟିରୁ ପ୍ରଶାସନର ନିଷ୍ପତ୍ତି
  • ||
  • ଏକ୍‌ଜିଟ୍ ପୋଲର ଆକଳନ, ଇଟାଲୀର ପ୍ରଧାନମନ୍ତ୍ରୀ ହେବେ ମେଲୋନୀ
  • ||
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୬୪ କୋଭିଡ୍ ପଜିଟିଭ୍
  • ||
  • ସାଲେପୁର: ବିଳମ୍ୱିତ ରାତିରେ ମାତିଲେ ଲୁଟେରା, ମନ୍ଦିରରୁ ଲୁଟିନେଲେ ୩ କୋଟିର ଅଷ୍ଟଧାତୁ ମୂର୍ତ୍ତି
  • ||
  • ଯାଜପୁର: ଗଡିବ ମା’ ବିରଜାଙ୍କ ସିଂହଧ୍ଵଜ ରଥ, ୯ ଦିନ ଧରି ଭକ୍ତଙ୍କୁ ଦର୍ଶନ ଦେବେ ଦେବୀ
  • ||
  • ହିମାଚଳ ପ୍ରଦେଶର କୁଲୁରେ ମର୍ମନ୍ତୁଦ ଦୁର୍ଘଟଣା, ୭ ପର୍ଯ୍ୟଟକ ମୃତ
  • ||
  • ସୋମବାରଠୁ ନବରାତ୍ର ପୂଜା, ମାଆଙ୍କ ଷୋଡ଼ଶ ପୂଜାପାଠରେ କମ୍ପୁଛି ଶକ୍ତିପୀଠ
  • ||
  • ମୋହନା : ଘାଟିରେ ଓଲଟିଲା ଯାତ୍ରୀବାହୀ ବସ୍, ଅଳ୍ପକେ ବର୍ତ୍ତିଲେ ୨୪ଯାତ୍ରୀ
  • ||

ବାବା ରାମଦେବଙ୍କ ବିରୋଧରେ କଠୋର ହେଲା ଆଇଏମଏ, ଦେଶଦ୍ରୋହ ମାମଲା ରୁଜୁ କରିବାକୁ ପ୍ରଧାନମନ୍ତ୍ରୀଙ୍କୁ ଲେଖିଲା ଚିଠି

26/05/2021 at 5:43 PM

ନୂଆଦିଲ୍ଲୀ ୨୬।୦୫: ମାନହାନୀ ନୋଟିସ୍ ପଠାଇବା ପରେ ବାବା ରାମଦେବଙ୍କ ବିରୋଧରେ ଆହୁରି କଡା ଆଭିମୁଖ୍ୟ ଗ୍ରହଣ କଲା ଇଣ୍ଡିଆନ ମେଡିକାଲ ଆସୋସିଏସନ(ଆଇଏମଏ)। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଚିଠି ଲେଖି ପତଞ୍ଜଳୀ ମାଲିକ ବାବା ରାମଦେବଙ୍କ ବିରୋଧରେ ଦେଶଦ୍ରୋହ ମାମଲା ଚଲାଇବାକୁ ଦାବି କଲା ଆଇଏମ। ବାବା ରାମଦେବ ଭ୍ରମାତ୍ମକ ସୂଚନା ପ୍ରଚାର କରୁଥିବା ଆଇଏମଏ ଚିଠିରେ ଉଲ୍ଲେଖ କରିଛି। ରାମଦେବଙ୍କ ଏମିତି ଭୁଲ୍ ସୂଚନା ଉପରେ ରୋକ୍ ଲଗାଯାଉ ବୋଲି ଆଇଏମଏ ଦାବି କରିଛି। ଭ୍ୟାକ୍ସିନର ଦୁଇ ଡୋଜ୍ ନେବା ପରେ ମଧ୍ୟ ୧୦ ହଜାର ଡାକ୍ତର ଓ ଲକ୍ଷାଧିକ ଲୋକ ମରିଥିବା ବାବା କହୁଥିବା ଏକ ଭିଡିଓ ଭାଇରାଲ୍ ହୋଇଛି।

ଆଇଏମଏ ପ୍ରଧାନମନ୍ତ୍ରୀଙ୍କ ନିକଟକୁ ଲେଖିଥିବା ଚିଠିରେ କହିଛି ଯେ, ଆଇଏମଏ କ୍ରମାଗତ ୧୮ ବର୍ଷ ବୟସରୁ  ଅଧିକ ବର୍ଗର ଲୋକଙ୍କ ଟିକାକରଣ ଉପରେ ଗୁରୁତ୍ଵାରୋପ କରୁଛି। ଭାରତ ସରକାର ଓ ମୋଡେର୍ଣ୍ଣ ହେଲ୍‌ଥ କେୟାରର ପେଶାଦାର ସଂସ୍ଥାଙ୍କ କାରଣରୁ ଆଜି ଭାରତରେ ପ୍ରାୟ ୨୦ କୋଟି ଲୋକଙ୍କ ଟିକାକରଣ ହୋଇ ପାରିଛି। ଖୁବ୍ ଅଳ୍ପ ସମୟରେ ଦୁନିଆରେ ଭାରତରେ ହିଁ ଏତେ ସଂଖ୍ୟକ ଲୋକଙ୍କୁ ଟିକା ଦିଆଯାଇ ପାରିଛି।

ସୂଚନାଯୋଗ୍ୟ, ଆଇଏମଏ ଓ ବାବା ରାମଦେବଙ୍କ ମଧ୍ୟରେ ବିବାଦ ବଢିବାରେ ଲାଗିଛି। ଏକ ହ୍ଵାଟ୍ସଆପ୍ ମେସେଜ୍‌ ପଢିବାଠୁ ନେଇ ଆରମ୍ଭ  ହୋଇଥିବା ବିବାଦ ଦେଶଦ୍ରୋହ ପର୍ଯ୍ୟନ୍ତ ପହଞ୍ଚି ସାରିଛି। ସମସ୍ତ ଡାକ୍ତର ସଂପ୍ରତି ବାବାଙ୍କ ପ୍ରତି ଖୁବ୍ ଅସନ୍ତୋଷ ଅଛନ୍ତି। ବାବା ଆଇଏମଏ ବିରୋଧରେ ଭ୍ରମାତ୍ମକ ସୂଚନା ପ୍ରଚାର କରୁଛନ୍ତି। ଡାକ୍ତରଙ୍କ ଛବି ମଳିନ କରୁଥିବା ଡାକ୍ତର ସଂଘ ଅଭିଯୋଗ କରିଛନ୍ତି।

ସୂଚନାଯୋଗ୍ୟ, ଆଇଏମଏ ପତଞ୍ଜଳୀ ଯୋଗ ପୀଠର ପ୍ରମୁଖ ସ୍ଵାମୀ ରାମଦେବଙ୍କୁ ମାନହାନୀ ନୋଟିସ୍ ପଠାଇଛି। ନିଜ ବିବାଦୀୟ ମନ୍ତବ୍ୟ ପାଇଁ ୧୫ ଦିନ ଭିତରେ କ୍ଷମା ନମାଗିଲେ ୧୦୦୦  କୋଟି ଟଙ୍କାର ମାନହାନୀ ମୋକଦ୍ଦମା ରୁଜୁ କରାଯିବ ବୋଲି ଆଇଏମଏ ନୋଟିସ୍‌ରେ ଉଲ୍ଲେଖ କରିଛି। ଡାକ୍ତର ସଂଗଠନ ଦାବି କରିଛନ୍ତି ଯେ, ରାମଦେବଙ୍କୁ ନିଜର ବିବାଦୀୟ ମନ୍ତବ୍ୟ ପାଇଁ ଲିଖିତ କ୍ଷମା ମାଗିବା ଉଚିତ୍। ଅନ୍ୟତା ତାଙ୍କ ବିରୋଧରେ ଏଫଆଇଆର ଦିଆଯିବ ବୋଲି ଆଇଏମଏ କହିଛି।

ଏହା ପୂର୍ବରୁ ବାବା ନିଜ ବିବାଦୀୟ ମନ୍ତବ୍ୟ ନେଇ କ୍ଷମା ମାଗିବା ପରେ ପୁଣି ଥରେ ଆଇଏମକୁ ଏଲୋପାଥି ଉପରେ ୨୫ ପ୍ରଶ୍ନ କରି ଥିଲେ। ଏହା ପରଠୁ ରାମଦେବ ଏବଂ ଆଇଏମଏ ମଧ୍ୟରେ ବିବାଦ ଥମିବାର ନାଁ ଧରୁନାହିଁ।

   Related Posts