ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଚାନ୍ଦବାଲି: କଇଥଖୋଲା ବଜାରରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ୧୦ରୁ ଅଧିକ ଦୋକାନ
  • ||
  • ବ୍ରହ୍ମପୁରରେ ପୁଣି ରାଗିଂ ଅଭିଯୋଗ, ଘରୋଇ ସ୍କୁଲରେ ଜୁନିୟରଙ୍କୁ ପିଟିଲେ ସିନିୟର
  • ||
  • ଭୁବନେଶ୍ୱର: ଗୁମର ଖୋଲିଛି ଶ୍ରଦ୍ଧାଞ୍ଜଳୀ, ଇଡି ହାତରେ ଲାଗିଛି ବିସ୍ଫୋରକ ତଥ୍ୟ
  • ||
  • ଚାନ୍ଦବାଲି: କଇଥଖୋଲା ବଜାରରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ୧୦ରୁ ଅଧିକ ଦୋକାନ
  • ||

ଆୟୁର୍ବେଦ ଡାକ୍ତରଙ୍କୁ ସରକାରଙ୍କ ସର୍ଜରୀ ଅନୁମତିକୁ ବିରୋଧ, ଶୁକ୍ରବାର ଦେଶବ୍ୟାପୀ ଆନ୍ଦୋଳନ ଡାକରା ଦେଲା IMA

10/12/2020 at 10:20 PM

ନୂଆଦିଲ୍ଲୀ ୧୦/୧୨: ଗୋଟିଏ ପଟେ ନୂଆ କୃଷି ଆଇନ୍‌ ବିରୋଧେର ଦିଲ୍ଲୀରେ ଗର୍ଜୁଛନ୍ତି ହଜାର ହଜାର ଚାଷୀ। ଅନ୍ୟପଟେ ସରକାରଙ୍କ ଅନ୍ୟ ଏକ ନିଷ୍ପତ୍ତିକୁ ନେଇ ଇଣ୍ଡିଆନ୍‌ ମେଡିକାଲ୍‌ ଆସୋସିଏସନ୍‌ (ଆଇଏମଏ) ୧୧ ଡିସେମ୍ବରରେ ଦେଶର ୧୦ ହଜାର ସ୍ଥାନରେ ଷ୍ଟ୍ରାଇକ୍‌ କରିବାକୁ ଘୋଷଣା କରିଛି।

ଆୟୁର୍ବେଦ ଡାକ୍ତରଙ୍କମାନଙ୍କୁ ସର୍ଜରୀ କରିବାକୁ ସରକାରଙ୍କ ଅନୁମତି ବିରୋଧରେ ଆଇଏମଏ ସ୍ବର ଶାଣିତ କରିଛି । ଚିକିତ୍ସା ପଦ୍ଧତିରେ ଏକ ଲକ୍ଷ୍ମଣ ରେଖା ରହିବା ଦରକାର ବୋଲି ଆଇଏମଏ କହିବା ସହ ସର୍ଜରୀ ପାଇଁ ସିସିଆଇଏମ ନୂଆ ପ୍ରଣାଣୀ ବାହାର କରୁ ବୋଲି ଦାବି କରିଛି। ସର୍ଜରୀ ଆଧୁନିକ ମେଡିକାଲ୍‌ ସାଇନ୍ସର ଅଂଶ ଏବଂ ଏହାକୁ ଆୟୁେର୍ବଦ ସାହାଯ୍ୟରେ ମୁଖ୍ୟଧାରାକୁ ଅଣାଯାଇପାରିବ ନାହିଁ ବୋଲି ଆଇଏମଏ କହିଥିଲା।

ଅନ୍ୟପଟେ ଭାରତ ସରକାରଙ୍କ କହିବା କଥା ହେଉଛି, ଚିକିତ୍ସା କ୍ଷେତ୍ରରେ ଆୟୁର୍ବେଦକୁ ଆହୁରି ଆଗକୁ ନେବାକୁ ପଦକ୍ଷେପ ଗ୍ରହଣ କରାଯାଉଛି। ଆୟୁର୍ବେଦର ପୋଷ୍ଟ ଗ୍ରାଜୁଏଟ୍‌ ଡାକ୍ତରଙ୍କୁ ସର୍ଜରୀ କରିବାକୁ ଅନୁମତି ଦେବା ଦ୍ବାରା ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ ଅଭୁତପୂର୍ବ ସୁଧାର ଆସିବ ବୋଲି ସରକାର ବିଶ୍ବାସ କରିଛନ୍ତି।

୧୧ ଡିସେମ୍ବରରେ ଅତ୍ୟାବଶ୍ୟକ ସେବାକୁ ଛାଡ଼ି ଚିକିତ୍ସମାନେ ଧାରଣାରେ ଯୋଗ ଦେବେ। ସକାଳ ୬ରୁ ସନ୍ଧ୍ୟା ୬ ଯାଏ ଓପିଡି ଖୋଲା ରହିବ ନାହିଁ ବୋଲି ଆଇଏମଏ ସୂଚନା ଦେଇଛି।

ଏହା ପୂର୍ବରୁ ସେଣ୍ଟ୍ରାଲ କାଉନସିଲ୍‌ ଅଫ୍‌ ଇଣ୍ଡିଆନ୍‌ ମେଡିସନ୍‌ (ସିସିଆଇଏମ୍‌) ୩୯ ପ୍ରକାର ସର୍ଜରୀକୁ ଆୟୁର୍ବେଦ ପୋଷ୍ଟ ଗ୍ରାଜୁଏଟ୍‌ ଡାକ୍ତରଙ୍କ ଦ୍ବାରା କରାଇବାକୁ ନିଷ୍ପତ୍ତି ନେଇଥିଲା। ଏହା ମଧ୍ୟରେ ଅର୍ଥୋପେଡିକ୍‌, ଅପ୍ଥାଲମୋଲୋଜି, ଇଏନଟି ଓ ଦାନ୍ତ ଜନିତ ଅସ୍ତ୍ରୋପ୍ରଚାର ସାମିଲ ରହିଛି। ଏହାକୁ ଆଇଏମଏ ‘ମିକ୍ସୋପାଥି’ ବୋଲି ନାଁ ଦେଇଥିବା ବେଳେ ଏହା ବିରୋଧରେ ବନ୍ଦ ଡାକରା ଦେଇଛି।   

   Related Posts