ସୁସ୍ଥ ହୋଇ ଡାକ୍ତରଖାନାରୁ ଫେରିଲେ ପୋଫ୍ ଫ୍ରାନ୍ସିସ୍
1/04/2023 at 8:29 PM

ରୋମ: ସୁସ୍ଥ ହୋଇ ଡାକ୍ତରଖାନାରୁ ଫେରିଲେ କ୍ୟାଥିଲିକ୍ ଚର୍ଚ୍ଚ ମୁଖ୍ୟ ପୋପ୍ ଫ୍ରାନ୍ସିସ୍। ବ୍ରୋଙ୍କାଇଟିସ ରୋଗର ଚିକିତ୍ସା ପରେ ସୁସ୍ଥ ହୋଇ ଫେରିବା ପରେ ତାଙ୍କ ଅନୁଯାୟୀମାନଙ୍କୁ ପୋପ୍ କହିଛନ୍ତି ମୁଁ ଏବେ ବି ବଞ୍ଚିଛି।
ସୂଚନା ଥାଉକି ଗତ ବୁଧବାର ୮୬ ବର୍ଷୀୟ ପୋପ୍ ଫ୍ରାନ୍ସିସ୍ଙ୍କର ଛାତିରେ ଯନ୍ତ୍ରଣା ହେବାରୁ ତାଙ୍କୁ ରୋମର ଗିମିଲି ହସ୍ପିଟାଲ୍କୁ ନିଆଯାଇଥିଲା। ଡାକ୍ତରଖାନାରେ ତାଙ୍କୁ ଆଣ୍ଟିବାୟୋଟିକ୍ ଦେବା ପରେ ଏହା କାମ କରିଥିଲା ବୋଲି ହସ୍ପିଟାଲ୍ ପକ୍ଷରୁ କୁହାଯାଇଥିଲା। ଆଜି ସେ ସୁସ୍ଥ ହୋଇ ଫେରିଛନ୍ତି।
I thank everyone for their closeness and prayer. I entrust the sick to Mary, especially the youngest, like those I met in the oncology ward at Gemelli. Let us pray for those who suffer the loss of dear ones and for those who work in hospitals. It takes courage. I admire them. pic.twitter.com/WBUBDEmzdW
— Pope Francis (@Pontifex) April 1, 2023
ପୋପ୍ ଅସୁସ୍ଥ ହେବା ପରେ ଦେଶ ବିଦେଶର ବିଭିନ୍ନ ନେତାମାନେ ତାଙ୍କୁ ଆଶୁ ଆରୋଗ୍ୟ କାମନା କରିଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ତାଙ୍କ ସୁସ୍ଥ କାମନା କରିଥିଲେ।
ସୁସ୍ଥ ହେଇ ଫେରିବା ପରେ ସମସ୍ତଙ୍କୁ ଧନ୍ୟବା ଦେଇଛନ୍ତି ପୋପ୍। ସେ ଟ୍ୱିଟ୍ କରି ଲେଖିଛନ୍ତି “ମୁଁ ସମସ୍ତଙ୍କୁ ସେମାନଙ୍କର ନିକଟତା ଓ ପ୍ରାର୍ଥନା ପାଇଁ ଧନ୍ୟବାଦ ଦେଉଛି।”