'ମୁଁ ଇମ୍ପାକ୍ଟ ରୁଲର ପ୍ରଶଂସକ ନୁହେଁ, କ୍ରିକେଟ୍ ହେଉଛି ୧୧ ଜଣ ଖେଳାଳିଙ୍କ ଖେଳ'

Published By : Prameya-News7 Bureau | April 18, 2024 IST

ନୂଆଦିଲ୍ଲୀ: ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ୍)ରେ ଇମ୍ପାକ୍ଟ ରୁଲ୍ ଯେବେଠୁ ଲାଗୁ ହୋଇଛି, ତେବେଠୁ ଅଲରାଉଣ୍ଡରଙ୍କ ମୁସ୍କିଲ ବଢି ଯାଇଛି। ଇମ୍ପାକ୍ଟ ନିୟମ କାରଣରୁ ଦଳଗୁଡ଼ିକୁ ଚୂଡାନ୍ତ ଏକାଦଶ ବଦଳରେ ଚୂଡାନ୍ତ ଦ୍ଵାଦଶ ଚୟନ କରିବାକୁ ପଡ଼ୁଛି। ଏଥିରେ ଖେଳ ମଝିରେ ଜଣେ ଖେଳାଳିଙ୍କୁ ବଦଳାଯାଇ ପାରୁଛି। ମୁମ୍ବାଇ ଇଣ୍ଡିଆନ୍ସର ପୂର୍ବତନ ଅଧିନାୟକ ରୋହିତ ଶର୍ମା କିନ୍ତୁ ଏହି ନିୟମ ସପକ୍ଷରେ ନାହାନ୍ତି। ଏହା ପଛରେ ରୋହିତ ତର୍କ ମଧ୍ୟ ଦେଇଛନ୍ତି। ଇମ୍ପାକ୍ଟ ରୁଲ୍ ଆସିବାରୁ ଅଧିକ ଖେଳାଳିଙ୍କୁ  ଖେଳିବାର ସୁଯୋଗ ମିଳିଥିଲେ ହେଁ ଅଲରାଉଣ୍ଡରଙ୍କୁ କ୍ଷତି ସହିବାକୁ ପଡ଼ୁଛି। କାରଣ ସବୁ ଦଳ ଖେଳର ପରିସ୍ଥିତିକୁ ଦେଖି ବିଶେଷଜ୍ଞ ବ୍ୟାଟର ଏବଂ ବିଶେଷଜ୍ଞ ବୋଲରଙ୍କୁ ଇମ୍ପାକ୍ଟ ଖେଳାଳି ଭାବେ ବ୍ୟବହାର କରୁଛନ୍ତି।

Also read: ଟି-୨୦ ବିଶ୍ଵକପ୍ ଦଳରେ ଦେଖିବାକୁ ମିଳିବ ନାହିଁ ନୂଆ ଚେହେରା, ଜାଣନ୍ତୁ ସମ୍ଭାବ୍ୟ ୨୦ ଜଣିଆ ଭାରତୀୟ ଦଳ

ରୋହିତ ଶର୍ମା ପଡକାଷ୍ଟ ଶୋ କ୍ଲବରେ ପ୍ରେୟରି ଫାୟରରେ କହିଛନ୍ତି, ମୁଁ ଇମ୍ପାକ୍ଟ ସବଷ୍ଟିଚ୍ୟୁଟ୍ ସପକ୍ଷରେ ନୁହେଁ। ଏଥିରେ ଅଲରାଉଣ୍ଡରଙ୍କ ବହୁତ କ୍ଷତି ଘଟୁଛି। କ୍ରିକେଟ୍‌ ୧୧ ଖେଳାଳିଙ୍କୁ ନେଇ ଖେଳାଯାଏ, ୧୨ ଜଣଙ୍କୁ ନେଇ ନୁହେଁ। ଲୋକଙ୍କୁ ମନୋରଞ୍ଜନ କରାଇବା ନାମରେ ଆମେ ଏହି ଖେଳର ମୌଳିକତାକୁ ହରାଇ ଦେଉଛନ୍ତି। ଶିବମ ଦୁବେ ଓ ଓ୍ଵାଶିଂଟନ ସୁନ୍ଦରଙ୍କ ପରି ଅଲରାଉଣ୍ଡରଙ୍କୁ ତ ଆଇପିଏଲ୍‌ରେ ବୋଲିଂ କରିବାର ସୁଯୋଗ ମିଳୁନି, ଯାହା ଚିନ୍ତାର ବିଷୟ।

ସୂଚନାଯୋଗ୍ୟ, ଏହି ନିୟମ ଅନୁଯାୟୀ ଟସ୍ ପରେ ପ୍ରତ୍ୟେକ ଦଳ ନିଜର ଚୂଡ଼ାନ୍ତ ଏକାଦଶ ଚୟନ କରିବା ସହିତ ଜଣେ ଖେଳାଳିଙ୍କୁ ଇମ୍ପାକ୍ଟ ଖେଳାଳି ଭାବେ ବ୍ୟବହାର କରୁଛନ୍ତି। ଯାହା ଫଳରେ ବିଶେଷଜ୍ଞ ବ୍ୟାଟର ଓ ବୋଲରଙ୍କୁ ଇମ୍ପାକ୍ଟ ଖେଳାଳି ଭାବେ ଉପଯୋଗ କରା ଯାଉଥିବାରୁ ଅଲରାଉଣ୍ଡରଙ୍କ ବହୁତ କ୍ଷତି ଘଟୁଛି। କୌଣସି ଦଳ କାମଚଳା ବୋଲର କିମ୍ବା ବ୍ୟାଟରଙ୍କୁ ଖେଳାଇବାକୁ ଚାହୁଁ ନାହାନ୍ତି। 

ସୂଚନାଯୋଗ୍ୟ, ଅଷ୍ଟ୍ରେଲିଆରେ ଖେଳା ଯାଉଥିବା ବିଗ୍ ବାସ୍‌ ଲିଗ୍‌ରେ ଲାଗୁ ଏହି ଇମ୍ପାକ୍ଟ ରୁଲ୍‌କୁ ବିସିସିଆଇ ଆଇପିଏଲ୍‌ ୨୦୨୩ରୁ ପ୍ରୟୋଗ କରିଛି। ଏହି ନିୟମକୁ ଘରୋଇ କ୍ରିକେଟ୍ ସୟଦ ମୁସ୍ତାକ ଅଲ୍ଲୀ ଟ୍ରଫି ୨୦୨୨ରେ ମଧ୍ୟ ଲାଗୁ କରାଯାଇଥିଲା। ସଂପ୍ରତି ଏହି ନିୟମ ବେଶ ସଫଳ ମଧ୍ୟ   ହୋଇଛି। 

  • IPL
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.