ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଚାନ୍ଦବାଲି: କଇଥଖୋଲା ବଜାରରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ୧୦ରୁ ଅଧିକ ଦୋକାନ
  • ||
  • ବ୍ରହ୍ମପୁରରେ ପୁଣି ରାଗିଂ ଅଭିଯୋଗ, ଘରୋଇ ସ୍କୁଲରେ ଜୁନିୟରଙ୍କୁ ପିଟିଲେ ସିନିୟର
  • ||
  • ଭୁବନେଶ୍ୱର: ଗୁମର ଖୋଲିଛି ଶ୍ରଦ୍ଧାଞ୍ଜଳୀ, ଇଡି ହାତରେ ଲାଗିଛି ବିସ୍ଫୋରକ ତଥ୍ୟ
  • ||
  • ଚାନ୍ଦବାଲି: କଇଥଖୋଲା ବଜାରରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ୧୦ରୁ ଅଧିକ ଦୋକାନ
  • ||

କୋଭିଡ ଯୋଗୁ ବାର୍ଦ୍ଧକ୍ୟରେ ବାଧ୍ୟ ହେଉଛନ୍ତି ବିଗ୍-ବି, ହାତରେ ତିଆରୁଛନ୍ତି ଚା ଓ ଜଳଖିଆ

28/08/2022 at 5:58 PM

ମୁମ୍ବାଇ ୨୮।୮: ବଲିଉଡ ମହାନାୟକ ଅର୍ଥାତ ଅମିତାଭ ବଚ୍ଚନ ପୁଣି ଥରେ କୋଭିଡରେ ଆକ୍ରାନ୍ତ ହୋଇଛନ୍ତି। ନିଜେ ବିଗ୍-ବି ସୋସିଆଲ ମିଡିଆରେ ତାଙ୍କର କରୋନା ଖବର ପୋଷ୍ଟ କରିଥିଲେ। ଏବେ ଡାକ୍ତର ତାଙ୍କୁ ଘରେ କ୍ୱାରେଣ୍ଟାଇନରେ ରହିବାକୁ ପରାମର୍ଶ ଦେଇଛନ୍ତି। ନିଜ ଘରେ ଅମିତାଭ ବଚ୍ଚନ ପରିବାର ଓ ପାରିଚାରକଙ୍କ ଠାରୁ ପୃଥକ ହୋଇ ଚଳୁଛନ୍ତି। ଏଥିରେ ସେ ନିଜର କାମ ସବୁ ଏବେ ନିଜେ କରୁଛନ୍ତି। ଏ ବାବଦରେ ବିଗ-ବି ତାଙ୍କ ବ୍ଲଗରରେ ପୋଷ୍ଟ କରିଛନ୍ତି।

ବ୍ଲଗ ଜରିଆରେ ବିଗ୍-ବି ତାଙ୍କ ହେଲଥ୍ ଅପଡେଟ୍ ମଧ୍ୟ ଦେଇଛନ୍ତି। ଏଥିରେ କରୋନା ଯୋଗୁ ତାଙ୍କ ଜୀବନ କିପରି ବଦଳି ଯାଇଛି ତାର ସୂଚନା ମଧ୍ୟ ଦେଇଛନ୍ତି। ଏକ ଦୀର୍ଘ ପୋଷ୍ଟରେ ସେ ତାଙ୍କର ଦିନଚର୍ଯାର ସୂଚନା ଦେଇଥିବା ବେଳେ ଦିନତମାମ ଯାହାଯାହା କରୁଛନ୍ତି ତାହା ଉଲ୍ଲେଖ କରିଛନ୍ତି। ଏଥିରେ ସେ ନିଜ ଘର ନିଜେ ଓଳାଉଥିବା ବେଳେ ଶୋଇବା ପାଇଁ ନିଜ ବିଛଣା ନିଜେ ତିଆରି କରୁଥିବା ଉଲ୍ଲେଖ କରିଛନ୍ତି। କେବଳ ଏତିକି ନୁହେଁ କରୋନା ଏକାନ୍ତ ବାସ ଯୋଗୁ ବିଗ-ବି ନିଜ ଲାଟିନ ନିଜେ ସଫା କରୁଥିବା ମଧ୍ୟ ଉଲ୍ଲେଖ କରିଛନ୍ତି।

ଘରେ ତାଙ୍କ ଲାଗି ନୂଆ କର୍ମଚାରୀଙ୍କୁ ନିଯୁକ୍ତ କରାଯାଇଛି। ତେବେ ସେମାନଙ୍କୁ କାମ ବୁଝାଇବା ଅମିତାଭଙ୍କ ଲାଗି କାଠିକର ପାଠ ହେଉଛି। ଏଣୁ ସେମାନଙ୍କୁ କାମ ବତାଇବା ଅପେକ୍ଷା ନିଜ କାମ ନିଜେ କରିବା ନୀତିରେ ଘରେ ଆବଶ୍ୟକ ସ୍ଥଳରେ ସେ ସ୍ୱିଚ୍ ଅନଅଫ ମଧ୍ୟ କରୁଛନ୍ତି। ଅମିତାଭ ବ୍ଲଗରେ କୋଭିଡ ଯୋଗୁ ସେ ଏବେ ନିଜ କାମ ନିଜେ କରିବା ଶିଖି ଯାଇଥିବା ଉଲ୍ଲେଖ କରିଛନ୍ତି। ଯେଉଁଥିରେ ସେ ନିଜଲାଗି ନିଜର ବିଛଣା ପାରିବାଠୁ ଆରମ୍ଭ କରି ନିଜ କପଡା ନିଜେ ଧୋଇ ଶୁଖାଉଥିବା ଚଟାଣ ଓ ଟଏଲେଟ ମଧ୍ୟ ସଫା କରୁଥିବା ସୂଚିତ କରିଛନ୍ତି।

ବିଗ-ବି ଏହା ଖୁବ୍ ମଜାଦାର ଓ ନିଜକୁ ସନ୍ତୁଷ୍ଟ କରିବା ଭଳି କାମ ବୋଲି ଉଲ୍ଲେଖ କରିଛନ୍ତି। ବିନା ନର୍ସିଂ ଷ୍ଟାଫରେ ନିଜ ଔଷଧ ନିଜେ ଖାଉଥିବା ଉଲ୍ଲେଖ କରିଛନ୍ତି। ସବୁ ଫୋନ କଲର ସେ ନିଜେ ଜବାବ ଦେଉଥିବା ବେଳେ ନିଜ ଚିଠି ନିଜେ ଲେଖୁଥିବା ଉଲ୍ଲେଖ କରିଛନ୍ତି। ଏପରି ହେବା ଯୋଗୁ କର୍ମଚାରୀଙ୍କ ଉପରେ ନିର୍ଭରଶୀଳତା ହ୍ରାସ ହୋଇଥିବା ସେ ଉଲ୍ଲେଖ କରିଛନ୍ତି। ଏଥିରୁ ମୁଁ ସେମାନଙ୍କ ଦ୍ୱାରା ମୋର କେତେ କାମ କରାଇ ନେଉଥିଲି ତାହା ଏବେ ଅନୁଭବ କରିପାରୁଥିବା ବେଳେ ସମାନଙ୍କ ଲାଗି ମନରେ ଏବେ ସମ୍ମାନ ଉଦ୍ରେକ ହୋଇଥିବା ଉଲ୍ଲେଖ କରିଛନ୍ତି।

   Related Posts