ବେଆଇନ୍‌ ଲୋନ୍‌ ଆପ୍‌ ମାଧ୍ୟମରେ ଠକେଇ, ୩ ଚୀନ୍‌ ନାଗରିକଙ୍କୁ ଲୁକ୍‌ ଆଉଟ୍‌ ନୋଟିସ୍‌

Published By : Prameya-News7 Bureau | July 17, 2022 IST

ଭୁବନେଶ୍ୱର, ୧୭/୦୭: ବେଆଇନ ଡିଜିଟାଲ ଲୋନ ଆପ ମାମଲାରେ ୩ ଚୀନ ନାଗରିକଙ୍କୁ ଲୁକ୍ ଆଉଟ୍ ସର୍କୁଲାର ଜାରି କଲା ଇଓଡବ୍ଲ । ଇଓଡବ୍ଲୁର ଅନୁରୋଧ କ୍ରମେ ବ୍ୟୁରୋ ଅଫ ଇମିଗ୍ରେସନ ଜାରି କରିଛି ଏହି ସର୍କୁଲାର । ଏହି ୩ ଜଣ ହେଲେ Shen Zhenua alias Tony of Jiangsu, Quan Hongwei alias Paul of Jiangsu, Yang Haiying alias Doris of Sichuan।

ଏମାନେ ଇଣ୍ଡୋନେସିଆ, ଶ୍ରୀଲଙ୍କା, ପାକିସ୍ତାନ, ନେପାଲ, ଓ ବାଂଲା ଦେଶରେ ମଧ୍ୟ ଏଭଳି ଠକେଇ କରିଥିବା EOW ପ୍ରମାଣ ପାଇଛି। ସେମାନଙ୍କର ଆମେରିକା ଓ ହଂକଂରେ ଲିଙ୍କ୍‌ ଥିବା ଖବର ମିଳିଛି। ଏହି ଘଟଣାରେ ନୀତିନ ମଲିକକୁ EOW ଗିରଫ କରିଥିଲା। EOW ଏହି ତିନି ଠକଙ୍କ ଭାରତ ପ୍ରତ୍ୟାରୋପଣ ପାଇଁ ଇଣ୍ଟର ପୋଲ ସହ ଯୋଗାଯୋଗ କରିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.