scan steel
web-baneer-728x90
WhatsApp Image 2023-12-06 at 12.52.17
728x90-banner-17.2.24jpg
Untitled-1 copy (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ବ୍ରହ୍ମପୁର ସହରରେ ଛତୁ ଫୁଟିବା ଭଳି ଶିକ୍ଷାନୁଷ୍ଠାନ ଖୋଲିଛି : ଶିକ୍ଷାଦାନ ନାଁରେ ସବୁ ନିୟମ କାନୁନ୍କୁ ଆଖିଠାର ମାରି ଚାଲିଛି ବେପାର

13/01/2019 at 3:10 PM

ବ୍ରହ୍ମପୁର୧୩|୧: ବ୍ରହ୍ମପୁର ସହରରେ ଛତୁ ଫୁଟିବା ଭଳି ଶିକ୍ଷାନୁଷ୍ଠାନ ଖୋଲିଛି । ଶିକ୍ଷାଦାନ ନାଁରେ ସବୁ ନିୟମ କାନୁନ୍‌କୁ ଆଖିଠାର ମାରି ଚାଲିଛି ବେପାର । କୁନି କୁନି ପିଲାଙ୍କ ଜୀବନକୁ ବାଜି ଲଗାଇ ରାଜପଥ କଡ଼ରେ ଖୋଲିଛି ଶହ ଶହ ସ୍କୁଲ୍‌ । ବିନା ଏନଓସିରେ ଚାଲିଛି ଅଧିକାଂଶ ଶିକ୍ଷାନୁଷ୍ଠାନ । ହେଲେ ଗୋଟେ ଅଧେ ଶିକ୍ଷାନୁଷ୍ଠାନ ବିରୋଧରେ ଆକ୍ସନ ନେଇ ଚୁପ୍‌ ବସିପଡ଼ିଛି ଜିଲ୍ଲା ପ୍ରଶାସନ ।

ଦକ୍ଷିଣ ଓଡ଼ିଶାରେ ଶିକ୍ଷା ଓ ବ୍ୟବସାୟର ଏନ୍ତୁଡ଼ିଶାଳ କୁହାଯାଉଥିବା ବ୍ରହ୍ମପୁର ସହରରେ ଚାଲିଛି ପ୍ରାୟ ୨୫୦ ବେସରକାରୀ ଶିକ୍ଷାନୁଷ୍ଠାନ । ଶିକ୍ଷାଦାନ ନାଁରେ ସବୁ ନିୟମ କାନୁନ୍‌କୁ ଆଖି ଠାର ମାରି ବେଧଡ଼କ ଚାଲିଛି ବେପାର ।  ପ୍ରାୟ ଅଧିକାଂଶ ସ୍କୁଲର ଏନଓସି ନାହିଁ । ସେଥିମଧ୍ୟରୁ ଜାତୀୟ ଓ ରାଜ୍ୟ ରାଜପଥ କଡ଼କୁ ଲାଗି ରହିଛି ଅନେକ ସ୍କୁଲ । ପ୍ରତି ମୁହୂର୍ତ୍ତରେ ଜୀବନକୁ ବାଜି ଲଗାଇ ରାସ୍ତା ପାରି ହେଉଛନ୍ତି କୁନି କୁନି ପିଲା । ହେଲେ ନା’ ଜିଲ୍ଲା ଶିକ୍ଷାଧିକାରୀ ନା’ ଜିଲ୍ଲା ପ୍ରଶାସନ କାହାରି ନିଘା ନାହିଁ । ଏଠି ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ନେଇ ଖେଳ ଖେଳାଯାଉଛି । ଏମିତିରେ କେବଳ ଗୋଟେ ଅଧେ ସ୍କୁଲ ବିରୋଧରେ ଅଧପନ୍ତରିଆ ଆକ୍ସନ ନେଇ ଚୁପ୍‌ ବସିପଡ଼ିଛନ୍ତି ସରକାରୀ ବାବୁମାନେ ।

ଖାଲି ଏଇ ଗୋଟିଏ ସ୍କୁଲ ନୁହେଁ, ସରକାରଙ୍କ ସବୁ ନିୟମକୁ ବେଖାତିର କରି ବ୍ରହ୍ମପୁର ସହରରେ ଏମିତି ଅନେକ ସ୍କୁଲ, କଲେଜ ଚାଲିଛି । ଯାହାକୁ ଖୋଦ୍‌ ଜିଲ୍ଲା ଶିକ୍ଷାଧିକାରୀ ବି ସ୍ବିକାର କରୁଛନ୍ତି । ହେଲେ ପଚାରିଲା ବେଳକୁ ମିଳୁଛି ସେଇ ଚିରାଚରିତ ଉତ୍ତର, ଖୁବ୍‌ ଶୀଘ୍ର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

ଯେମିତିକି ଗୋଟେ ବଡ଼ ଦୁର୍ଘଟଣା ନଘଟିଲେ ଆକ୍ସନକୁ ଆସେନି ଆମ ପ୍ରଶାସନ, ସେଇ ନ୍ୟାୟରେ ସବୁ କିଛି ଚାଲିଛି । କାହିଁକି ଏପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇନି ତା’ର ଉତ୍ତର ଦେବା ବଦଳରେ କ୍ୟାମେରା ଆଗରେ ଖୁବ୍‌ ଶୀଘ୍ରର ଟ୍ୟାଗ୍‌ ଦେବାକୁ ଜମାରୁ ବି ଭୁଲନ୍ତିନି ଆମର ସରକାରୀ ବାବୁମାନେ । ତେବେ ସେ ଖୁବ୍‌ ଶୀଘ୍ରଟା କେବେ, ତା ଉପରେ ବି ରହିବ ଆମର ନଜର ।

   Related Posts