ଯୋଗାଣ ବିଭାଗର ଚଢାଉ, ବେଆଇନ ଭାବେ ଗଚ୍ଛିତ ୧୩୮ବସ୍ତା ଚାଉଳ ଜବତ

Published By : Prameya-News7 Bureau | December 19, 2019 IST

ଭଦ୍ରକ ୧୯।୧୨: ରାସ୍ତା କଡରେ ଥିବା ଘର ଭିତରୁ ୧୩୮ ବସ୍ତା ବେଆଇନ ଚାଉଳ ଜବତ ହୋଇଛି । ଭଦ୍ରକ ଜିଲ୍ଲା ଯୋଗାଣ ବିଭାଗ ଚଢ଼ାଉ କରି ଏହି ଚାଉଳ ଜବତ କରିଛି । ଭଦ୍ରକ ଗ୍ରାମାଞ୍ଚଳ ଥାନା ଚଢ଼େୟା ଗାଁ ଜେନାସାହି ରେ ଏକ ଘରେ ବିପୁଳ ପରିମାଣର ବେଆଇନ ଚାଉଳ ଗଚ୍ଛିତ ଥିବା ନେଇ ସୂଚନା ମିଳିଥିଲା । ଭଦ୍ରକ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ପରେ ଯୋଗାଣ ବିଭାଗ ଚଢ଼ାଉ କରିଥିଲା । ଜବତ ହୋଇଥିବା ୧୩୮ ବସ୍ତା ଚାଉଳ ମଧ୍ୟାହ୍ନ ଭୋଜନ ଚାଉଳ କି ସାଧାରଣ ବଣ୍ଟନ ଚାଉଳ ସେ ନେଇ ତଦନ୍ତ ଆରମ୍ଭ ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.