ଆଶାକର୍ମୀ ଚୟନରେ ଅନିୟମିତତା, ଅଭିଯୋଗ ଆଣିଲେ ଆଶାୟୀ

Published By : Prameya-News7 Bureau | September 29, 2021 IST

ଜଳେଶ୍ୱର, ୨୯/୦୯: ଆଶାକର୍ମୀ ଚୟନରେ ଅନିୟମିତତା । ସାର୍ଟିଫିକେଟ ଯାଞ୍ଚ ନ ହୋଇ ଆଶାକର୍ମୀ ଚୟନ ହୋଇଥିବା ଅଭିଯୋଗ । ଉପଯୁକ୍ତ ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହୋଇଛି । ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ପୌର ପରିଷଦ ଆଶାକର୍ମୀ ଚୟନ ପାଇଁ ଜଳେଶ୍ୱର ଜି.କେ ଭଟ୍ଟର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ତରଫରୁ ଗତ ସେପ୍ଟେମ୍ବର ମାସ ୨୪ ତାରିଖ ଦିନ ବିଜ୍ଞପ୍ତି  ଜାରି ହୋଇଥିଲା । ଏହି ବିଜ୍ଞପ୍ତି ଆଧାରରେ ୧୩ ନମ୍ବର ୱାର୍ଡର ଆଶାକର୍ମୀ ପାଇଁ ୧୩ ଓ ୫ନଂ ୱାର୍ଡରୁ ୧୬ ଜଣ ମହିଳା ଆବେଦନ କରିଥିଲେ । 

ଚୟନ କମିଟି ତରଫରୁ ୨୯ ତାରିଖ ଅପରାହ୍ନ ୨ଟା ସମୟରେ ଚୟନ ପାଇଁ ଦରଖାସ୍ତକାରୀଙ୍କୁ ଜି.କେ.ଭଟ୍ଟର ହସ୍ପିଟାଲକୁ ଡକାଇଥିଲେ । ମାତ୍ର କମିଟି ତରଫରୁ କୌଣସି ସାର୍ଟିଫିକେଟ ଯାଞ୍ଚ ନ କରି ସେହି ୱାର୍ଡ ପାଇଁ ସଂଯୁକ୍ତା ଚାନ୍ଦ ନାମକ ମହିଳାଙ୍କୁ ଚୟନ କରି ନାମ ଘୋଷଣା କରିଥିଲେ । ସାର୍ଟିଫିକେଟ ଯାଞ୍ଚ ନ ହୋଇ ନାମ ଘୋଷଣା ହୋଇଥିବାରୁ ମହିଳାମାନେ ଉତକ୍ଷିପ୍ତ ହୋଇଥିଲେ । ସଂଯୁକ୍ତା ଚାନ୍ଦ ଉକ୍ତ ୱାର୍ଡର ଭୋଟର ହୋଇନଥିବା ବେଳେ ସେ ହାଇସ୍କୁଲ ପାସ କରିନାହାନ୍ତି ବୋଲି ମହିଳାମାନେ ଅଭିଯୋଗ କରିବା ସହିତ ପୁଣି ଥରେ ସାର୍ଟିଫିକେଟ ଯାଞ୍ଚ କରିବାକୁ ଦାବି କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.