ଋଷ୍ ସୈନ୍ୟଙ୍କୁ ଭାରି ପଡ଼ୁଛି ମୋବାଇଲ୍ ଫୋନ୍, ସହଜରେ ଟାର୍ଗେଟ୍ କରୁଛି ୟୁକ୍ରେନ

Published By : Prameya-News7 Bureau | January 04, 2023 IST

ନୂଆଦିଲ୍ଲୀ: ଋଷ ସେନାକୁ ଭାରି ପଡ଼ୁଛି ମୋବାଇଲ୍ ଫୋନ୍ । ଯୁଦ୍ଧ ସମୟରେ ଅବୈଧ ଫୋନ୍ ରଖିବା ମହଙ୍ଗା ପଡ଼ୁଛି । ମୋବାଇଲ୍ ଯୋଗୁଁ ୟୁକ୍ରେନ ଯୁଦ୍ଧରେ ୮୯ ଋଷ ସୈନ୍ୟଙ୍କ ମୃତ୍ୟୁ ହୋଇଛି । ମୋବାଇଲ୍ ଲାଇଟକୁ ଟାର୍ଗେଟ୍ କରୁଛି ୟୁକ୍ରେନ୍ । ସେନା କ୍ୟାମ୍ପ ଉପରେ ମିସାଇଲ୍ ମାଡ଼ କରୁଥିବା ଋଷ୍ ପ୍ରତିରକ୍ଷା ମନ୍ତ୍ରଣାଳୟ ପ୍ରକାଶ କରିଛି । ଗତ ସପ୍ତାହରେ ୟୁକ୍ରେନ ହମାଲାରେ ୬୩ଜଣ ଋଷ୍ ଯବାନ ପ୍ରାଣ ହରାଇଛନ୍ତି । ଯାହାକୁ ନେଇ ଲୋକେ ସେନା କମାଣ୍ଡରଙ୍କୁ ଦାୟି କରିଛନ୍ତି ।

ରାଇଟର୍ସର ସୂଚନା ଅନୁଯାୟୀ, ୟୁକ୍ରେନ ସୈନ୍ୟ ଋଷ କବଜା କରିଥିବା କ୍ଷେତ୍ରରେ ମିସାଇଲ୍ ମାଡ଼ କରିଛନ୍ତି । ଜୁଡ଼ବା ସହରର ମକିବକାରେ ଥିବା ଋଷ ସୈନ୍ୟ କ୍ୟାମ୍ପକୁ ଟାର୍ଗେଟ କରିଥିଲେ ୟୁକ୍ରେନ ସୈନ୍ୟ । ତେବେ ଏହି ହମଲାକୁ ନେଇ ଋଷ୍ ଏକ ଯାଞ୍ଚ କମିଟି ବସାଇଛି । ବରିଷ୍ଠ ଅଧିକାରୀମାନେ ଘଟଣାର ତଦନ୍ତ କରୁଛନ୍ତି । ଆକ୍ରମଣର ମୁଖ୍ୟ କାରଣ ମୋବାଇଲ୍ ଫୋନ୍ ବୋଲି କହିଛି ପ୍ରତିରକ୍ଷା ମନ୍ତ୍ରଣାଳୟ । ଯୁଦ୍ଧରେ ସୈନ୍ୟଙ୍କ ଅବୈଧ ମୋବାଇଲ୍ ବ୍ୟବହାର ଯୋଗୁ ୟୁକ୍ରେନ୍ ସହଜରେ ଟାର୍ଗେଟ୍ କରୁଛି ବୋଲି ସ୍ପଷ୍ଟ କରିଛି ମନ୍ତ୍ରଣାଳୟ ।   

ଅନ୍ୟପଟେ  ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି ମଙ୍ଗଳବାର ଦେଶବାସୀଙ୍କୁ ସମ୍ବୋଧିତ କରିଥିଲେ । ହେଲେ ଏନେଇ ସେ କୌଣସି ସୂଚନା ଦେଇନାହାନ୍ତି । ମାତ୍ର ଖୁବଶୀଘ୍ର ଋଷ ଏକ ବଡ଼ ହମଲା କରିବା ବୋଲି କହିଛନ୍ତି । ପରାଜୟ ଟାଳିବାକୁ ଋଷ କିଛି ନୂଆ ଯୋଜନା କରୁଛି । ତେଣୁ ଏହାକୁ ରୋକିବାକୁ ହେବ ବୋଲି ୟୁକ୍ରେନ ରାଷ୍ଟ୍ରପତି କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.