ଚୋରାମରମ ଚାଲାଣ ବେଳେ ତହସିଲଦାରଙ୍କ ଚଢ଼ାଉ : ପୋଖଲିନ ମେସିନ ଜବତ

Published By : Prameya-News7 Bureau | August 18, 2020 IST

ନୀଳଗିରି ୧୮/୮ : ବାଲେଶ୍ବର ଜିଲ୍ଲା ନୀଳଗିରି ଥାନା ଅଧିନସ୍ଥ ନରଣପୁର ଅଞ୍ଚଳରେ ଚୋରା ମୋରମ ଚାଲାଣବେଳେ ଗତକାଲି ରାତିରେ ତହସିଲଦାର ଅଶେଷ କୁମାର ନାୟକ ପୋଲିସ ଫୋର୍ସ ନେଇ ହଠାତ୍ ଚଢ଼ାଉ କରିଛନ୍ତି।

କିଛି ଟ୍ରକ ଛତ୍ରଭଙ୍ଗ ଦେଇ ପଳାଇ ଯାଇଥିବାବେଳେ ଏକ ପୋଖଲୀନ ମେସିନ ଜବତ ହୋଇଛି। ମେସିନକୁ ଏକ ଟ୍ରକ ସାହାଯ୍ୟରେ ନୀଳଗିରି ଥାନାକୁ ଅଣାଯାଇଛି। ତେବେ ଲକ୍ଷାଧିକ ଟଙ୍କାର ଜୋରିମାନା ଧାର୍ଯ୍ୟ ହେବ ବୋଲି ସୂଚନା ମିଳିଛି।

wp:group

 

/wp:group

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.