ବେଆଇନ ପଥର ଚାଲାଣ ବେଳେ ଧରିଲା ବନ ବିଭାଗ, ନମ୍ବର ବିହୀନ ଟ୍ରାକ୍ଟର ଜବତ
27/09/2020 at 8:32 PM

ପାଟଣା, ୨୭|୦୯: କେନ୍ଦୁଝର ଜିଲ୍ଲାରେ ଗତ କିଛି ଦିନ ଧରି ବିଭିନ୍ନ ଜଙ୍ଗଲରୁ ପଥର ଚୋରା ଚାଲାଣ ବୃଦ୍ଧି ପାଇଛି । ତେବେ ରବିବାର ପାଟଣାରେ ଅନ୍ତର୍ଗତ ଧନୁର୍ଯ୍ୟୟପୁର ରିଜର୍ଭ ଫରେଷ୍ଟରୁ ବେଆଇନ ଭାବେ ଟ୍ରାକ୍ଟର ଯୋଗେ ପଥର ଚୋରା ଚାଲାଣ ହେଉଥିବା ଖବର ପାଇ ବନ ବିଭାଗ ଚଢାଉ କରିଛି । କୌଣସି ସୂତ୍ରରୁ ବନ ବିଭାଗ ଖବର ପାଇଥିଲା ପରେ ଚଢ଼ାଉ କରି ଏକ ନମ୍ବର ବିହୀନ ଟ୍ରାକ୍ଟରକୁ ଜବତ କରିଛି।
ଏହି ଚଢ଼ାଉରେ ପାଟଣା ବନପାଳ ଜୋସ୍ନାରାଣୀ ବେହେରା ବନରକ୍ଷୀ ତ୍ରିନାଥ ଜେନା ସମେତ ପାରା ଷ୍ଟାଫ ସାମିଲ ଥିଲେ । ସୂଚନା ଯୋଗ୍ୟ ଯେ, ପୁର୍ବରୁ ସଂରକ୍ଷିତ ଜଙ୍ଗଲରୁ ବେ ଆଇନ ପଥର ଚୋରା ଚାଲାଣ ହେଉଥିବା ଅଭିଯୋଗ ହେଇ ଆସୁଥିଲା।