କଳାହାଣ୍ଡି କଲମପୁର କରମେଲ ନଦୀପଠାରୁ ବେଆଇନ ବାଲି ଚାଲଣ ବେଳେ ୯ଟି ଟ୍ରାକ୍ଟର ଜବତ
9/11/2018 at 11:08 AM

କଳାହାଣ୍ଡି ୯|୧୧: ବେଆଇନ ବାଲି ଚାଲଣ ବେଳେ ୯ଟି ଟ୍ରାକ୍ଟର ଜବତ । କଳାହାଣ୍ଡି ଜିଲ୍ଲା କଲମପୁର କରମେଲ ନଦୀ ପଠାରୁ ବେଆଇନ ବାଲି ଚାଲଣ ବେଳେ ୯ଟି ଟ୍ରାକ୍ଟରକୁ ଜବତ କରିଛନ୍ତି ସ୍ଥାନୀୟ ପୋଲିସ ଓ ତହସିଲ କର୍ମଚାରୀ । ପ୍ରତିଦିନ କଲମପୁର ବ୍ଲକ ହାତୀ ନଦୀର କରମେଳି, ବିରିପୁର, ପାତ୍ରବସା ନଦୀ ଘାଟରୁ ପ୍ରତିଦିନ ଶହ ଶହ ଟ୍ରିପ୍ ବାଲି ଚୋରା ଚାଲାଣ କରାଯାଉଛି । ପ୍ରତିବର୍ଷ ସରକାର ଘାଟ ନିଲାମ ପ୍ରକ୍ରିୟା କରୁଛନ୍ତି କିନ୍ତୁ ମାଫିଆମାନେ ଜାଣି ଶୁଣି ଟେଣ୍ଡର ପ୍ରକ୍ରିୟାରେ ଭାଗ ନେଉ ନାହାଁନ୍ତି । ଫଳରେ ବାଲି ଘାଟ ନିଲାମ ହୋଇ ପାରୁନାହିଁ । ଯାହାର ସୁଯୋଗ ନେଇ ବିନା ରାଜସ୍ବରେ ବାଲି ମାଫିଆ ମାନେ ଶହ ଶହ ଟ୍ରିପ୍ ବାଲି ଚାଲାଣ କରୁଛନ୍ତି ।
Related Posts
ବାଳକ ପେଟରେ ପଶିଗଲା ବର୍ଚ୍ଛା, ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି
29 January 2023
ଏୟାରଲିଫ୍ଟ ହେଲେ ନବ ଦାସ, ଛାତିରେ ବାଜିଛି ଗୁଳି
29 January 2023