ବାଲି ମାଫିଆଙ୍କ କବ୍ଜାରେ ସୋନ୍ ନଦୀ ; ବେଆଇନ ଭାବେ ବ୍ୟାପକ ବାଲି ଚାଲାଣ ଅଭିଯୋଗ
1/12/2018 at 10:08 AM

ବାଲେଶ୍ବର ୦୧|୧୨: ବାଲି ମାଫିଆଙ୍କ କବଜାରେ ସୋନ ନଦୀ । ମୟୁରଭଂଜ ଜିଲ୍ଲାରୁ ପ୍ରବାହିତ ହୋଇ ବାଲେଶ୍ବର ଜିଲ୍ଲା ନୀଳଗିରି ଅଚଂଳକୁ ଆସିଥିବା ସୋନ ନଦୀରେ ବ୍ୟାପକ ବାଲି ଚାଲାଣ ହେଉଛି । କାଠପାଳ ଠାରୁ ପୁନ୍ଦାଳ, ରାଧାକିଶୋରପୁର, ବେଗୁନିଆ ପର୍ଯ୍ୟନ୍ତ ଅଞ୍ଚଳରୁ ମାଫିଆ ମାନେ ଟ୍ରାକ୍ଟର ଯୋଗେ ବାଲି ଉଠାଇ ଅବାଧରେ ଚାଲାମ କରୁଛନ୍ତି । ଖାଲି ସେତିକ ନୁହେଁ ପାଖରେ ଥିବା ବେଆଇନ୍ ଇଟା ଭାଟି ନିକଟରେ ଶତାଧିକ ଟ୍ରିପ୍ ବାଲିକୁ ଗଚ୍ଛିତ ରଖିଥିବା କାଠପାଳ ଗାଁ ଲୋକେ ଅଭିଯୋଗ କରିଛନ୍ତି । ବାଲି ଉଠାଇବା ଦ୍ବାରା ନଦୀକୂଳ ଖାଇ କାଠପାଳ ଗାଁ ପ୍ରତି ବିପଦ ଘାରିଛି । ଏ ନେଇ ଗାଁ ଲୋକେ ବିଭାଗୀୟ ଅଧତ୍କାରୀଙ୍କୁ ଜଣାଇଥିଲେ ମଧ୍ୟ କୌଣସି ସୁଫଳ ମିଳୁନି । ଏପରିକି ସରକାରୀ କର୍ମଚାରୀ ସହିତ ବାଲି ମାଫିଆମାନେ ସଲାସୁତୁରା କରି ଗ୍ରାମବାସୀମାନଙ୍କୁ ମାଡ ମାରି ଧମକ ଦେଇ ଜୋର ଜବରଦସ୍ତ ବାଲି ଉଠାଇ ନେଉଥିବା ଅଭିଯୋଗ ହୋଇଛି ।