ବେଆଇନ୍‌ ଖଣି ଖନନ ମାମଲା, ୬ ଅଧିକାରୀ ନିଲମ୍ବିତ

Published By : Prameya-News7 Bureau | May 25, 2023 IST

ନୟାଗଡ଼ ୨୫।୦୫ : ରଣପୁର ତହସିଲ ମୟୁରଝଲିଆ ଗାଁ ନିକଟ ମାଙ୍କଡା ଖଣିରେ ବେଆଇନ ଖନନ ମାମଲା । ୬ ଅଧିକାରୀଙ୍କ ନିଲମ୍ବନ କଲେ ନୟାଗଡ଼ ଜିଲ୍ଲାପାଳ ରବିନ୍ଦ୍ରନାଥ ସାହୁ । ନିଳମ୍ବିତ ଅଧିକାରୀଙ୍କ ମଧ୍ୟରେ ୨ଜଣ ଆର୍‌ ଆଇ, ୨ଜଣ ସେକ୍ସନ ଅଫିସର ଏବଂ ଜଣେ ସୁପର ଭାଇଜର, ଜଣେ କନିଷ୍ଠ ରାଜସ୍ୱ ସହାୟକ ଅଛନ୍ତି ।  

ଖବର ଅନୁଯାୟୀ, ନୟାଗଡ଼ ଜିଲ୍ଲାପାଳ ରବିନ୍ଦ୍ର ନାଥ ସାହୁ ଆଜି ୬ ଜଣ ରାଜସ୍ୱ ବିଭାଗର କର୍ମଚାରୀଙ୍କୁ ନିଲମ୍ବନ କରିଛନ୍ତି । ଖଣ୍ଡପଡ଼ା ତହସିଲରେ କାର୍ଯ୍ୟରତ ସେକ୍‌ସନ ଅଫିସର ଏମଡି ସୁଲତାନ ହକଙ୍କୁ ନିଲମ୍ବନ କରାଯାଇଥିବା ବେଳେ ରଣପୁର ତହସିଲର ଆରଆଇ ପ୍ରଶାନ୍ତ କୁମାର ନାୟକ, ପ୍ରଶାନ୍ତ କୁମାର ପ୍ରଧାନ, ଭାପୁର ତହସିଲରେ କାର୍ଯ୍ୟରତ କନିଷ୍ଠ ରାଜସ୍ୱ ସହାୟକ ଅରୁଣ କୁମାର ସେଠି, ରଣପୁର ତହସିଲର ରାଜସ୍ୱ ସୁପର ଭାଇଜର ପ୍ରମୋଦ କୁମାର ବେହେରା ଓ ରଣପୁର ତହସିଲର ଚନ୍ଦ୍ରଶେଖର ନନ୍ଦଙ୍କୁ ଜିଲ୍ଲାପାଳ ନିଲମ୍ବନ କରିଛନ୍ତି । ଏମାନଙ୍କ ନାମରେ ଚାନ୍ଦପୁର ଥାନାରେ ଫୌଜଦାରି ମାମଲା ରୁଜ କରାଯାଇଥିଲା ।

ରଣପୁର ତହସିଲ ମୟୁରଝାଲିଆ ଗ୍ରାମରେ ଚାଲିଥିବା ବେଆଇନ ଖଣି ଚାଲାଣରେ ସଂପୃକ୍ତ ଥିବା ନେଇ ଅଭିଯୋଗ ଆସିଥିଲା । ଏନଜିଟି ପକ୍ଷରୁ ଏମାନଙ୍କ ବିରୁଦ୍ଧରେ ଫୌଜଦାରି ମାମଲା ରୁଜୁ କରିବା ପାଇଁ ନୟାଗଡ଼ ଜିଲ୍ଲା ପ୍ରଶାସନକୁ ଚିଠି କରାଯାଇଥିଲା । ରଣପୁର ତହସିଲଦାର ଏମାନଙ୍କ ବିରୁଦ୍ଧରେ ଚାନ୍ଦପୁର ଥାନାରେ ମାମଲା ରୁଜୁ କରିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.