ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଚାନ୍ଦବାଲି: କଇଥଖୋଲା ବଜାରରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ୧୦ରୁ ଅଧିକ ଦୋକାନ
  • ||
  • ବ୍ରହ୍ମପୁରରେ ପୁଣି ରାଗିଂ ଅଭିଯୋଗ, ଘରୋଇ ସ୍କୁଲରେ ଜୁନିୟରଙ୍କୁ ପିଟିଲେ ସିନିୟର
  • ||
  • ଭୁବନେଶ୍ୱର: ଗୁମର ଖୋଲିଛି ଶ୍ରଦ୍ଧାଞ୍ଜଳୀ, ଇଡି ହାତରେ ଲାଗିଛି ବିସ୍ଫୋରକ ତଥ୍ୟ
  • ||
  • ଚାନ୍ଦବାଲି: କଇଥଖୋଲା ବଜାରରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ୧୦ରୁ ଅଧିକ ଦୋକାନ
  • ||

ବୃଦ୍ଧି ପାଇବାରେ ଲାଗିଛି ଚୋରା ମଦ କାରବାର, ଅବକାରୀ ନିରୀକ୍ଷକଙ୍କୁ ଦାବିପତ୍ର ଦେଲେ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା

19/08/2021 at 11:03 PM

ପାଟଣା, ୧୯/୦୮: କେନ୍ଦୁଝର ଜିଲ୍ଲା ପାଟଣା ଅବକାରୀ ଥାନା ଅଞ୍ଚଳ ଅଧିନ ଡିଆନାଳୀ ଗ୍ରାମରେ ଚୋରା ଦେଶୀ ମହୁଲି ମଦ ଓ ବିଦେଶୀ ମଦ କାରବାର ବୃଦ୍ଧି ପାଇଥିବା ବେଳେ ମଦ ପିଇ ଘରେ ନାନାଦି ବିଶୃଙ୍ଖଳା ସହ ଲୋକେ ରୋଗରେ ପଡୁଛନ୍ତି। ଖୁଲମ ଖୁଲା ମଦ ବିକ୍ରି ଯୋଗୁ ଏଭଳି ଘଟୁଥିବା ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନେ ଅଭିଯୋଗ କରିଛନ୍ତି ।

ଗୁରୁବାର ଅପରାହ୍ନରେ ପାଟଣା ଅବକାରୀ ଥାନା ନିରୀକ୍ଷକ ଦିଲ୍ଲୀପ କୁମାର ତାଣ୍ଡିଙ୍କୁ ଭେଟି ଅଞ୍ଚଳରେ ଚୋରା ମଦ ବିକ୍ରି କରୁଥିବା ବ୍ୟକ୍ତିଙ୍କ ଉପରେ କଡା କାର୍ଯ୍ୟାନୁଷ୍ଠାନ ନେବାକୁ ଦାବିପତ୍ରରେ ଜଣାଇଛନ୍ତି ।  ଅନ୍ୟ ପଟେ ଅବକାରୀ ଥାନାରେ ଗାଡି ନଥିବାରୁ ଚଢ଼ାଉ ହୋଇ ପାରୁନାହିଁ ବୋଲି ଥାନା ନିରୀକ୍ଷକ କହିବାରୁ ମହିଳା ମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ଆଗକୁ ଚୋରା ମଦ ବେପାରୀ ଓ ମଦ ବିକ୍ରି କରୁଥିବା ବ୍ୟକ୍ତିଙ୍କ ଉପରେ କଡା କାର୍ଯ୍ୟାନୁଷ୍ଠାନ ନିଆନଗଲେ ଅବକାରୀ ଥାନା ଘେରାଉ କରିବେ ବୋଲି ମହିଳାମାନେ ଚେତାବନୀ ଦେଇଛନ୍ତି।

   Related Posts