ବଡବିଲ ୨୩।୧୦: ବଡବିଲରେ ବେଆଇନ ବିଦେଶୀ ମଦ ବିକ୍ରୟ ଅଭିଯୋଗରେ ଯୋଡା ପୋଲିସ ୨ ଜଣ ମହିଳାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଗିରଫ ୨ ମହିଳା ଯୋଡା ହନୁମାନ ହଟିଂର ବୋଲି ଜଣାପଡିଛି ।
{"id":173564}ସୂଚନାଯୋଗ୍ୟ ଯେ, ମଙ୍ଗଳବାର ଚଢାଉ କରି ପୋଲିସ ଏମାନଙ୍କ ନିକଟରୁ ବିଭିନ୍ନ ବ୍ରାଣ୍ଡର ୯୨ଟି ବୋତଲ ବିଦେଶୀ ମଦ ଜବତ କରିଛି । ଏସବୁ ଭିତରେ ରହିଛି ରୟାଲ ଷ୍ଟଗ୍, ଅଫିସର୍ସ ଚୟସ୍, ବ୍ଲୁ ଏମ୍ପୋରିୟଲ୍ ଭଳି ବ୍ରାଣ୍ଡ୍ । ଜବତ ମଦର ଆନୁମାନିକ ମୂଲ୍ୟ ପାଖାପାଖି ୧୬ ହଜାର ଟଙ୍କା ହେବ ବୋଲି ଆକଳନ କରାଯାଇଛି । ପାର୍ବଣ ଅବସରରେ ଯୋଡାର ଲାଇସେନ୍ସପ୍ରାପ୍ତ ଦୋକାନ ବନ୍ଦ ଥିବାର ସୁଯୋଗରେ ଏମାନେ ବେଆଇନ ଭାବେ ବିଦେଶୀ ମଦ ବିକ୍ରୟ କରୁଥିବାର ସୂଚନା ପାଇଥିଲା ଯୋଡା ପୋଲିସ । ଯୋଡା ଥାନାରେ ପୃଥକ ପୃଥକ ୨ଟି ମାମଲା ରୁଜୁ କରାଯାଇ ଅଭିଯୁକ୍ତ ମହିଳାଙ୍କୁ କୋର୍ଟ ଚାଲାଣ କରାଯାଇଛି ।