ରତ୍ନ ପଥର ଚୋରା କାରବାରର ଅଭୟାରଣ୍ୟ ସୋନପୁରର ମହାନଦୀ ପଠା, ସବୁଜାଣି ବି ପୋଲିସ ନୀରବ

Published By : Prameya-News7 Bureau | March 09, 2019 IST

ସୁବର୍ଣ୍ଣପୁର ୯|୩ (ଧୀରେନ୍ଦ୍ର ଦାନୀ) : କିଏ ନ ଜାଣଛି  ହୀରା  ଦୁର୍ଲ୍ଲଭ ବୋଲି   । କିଏ ନ ଚାହେଁ ହୀରା ଭଳି ସବୁଠୁଁ ମୂଲ୍ୟବାନ ପଦାର୍ଥ । ଯାହାକି  ଭୀକାରି ଟିଏ କୁ ବି କରିଦିଏ କୋଟିପତି ।  ଏହି ଅମୂଲ୍ୟ  ରତ୍ନ ବେଡଧକ ଭାବେ ଚେରାଚାଲାଣ ହେଉଛି ରାଜ୍ୟ ଏବଂ ଦେଶ ବାହାରକୁ  । ମହାନଦୀ ପଠାରେ ମିଳୁଛି ମୂଲ୍ୟବାନ ହୀରା ଓ ରତ୍ନ ପଥର  । ଏହି ବହୁମୁଲ୍ୟ ହୀରାର ଦିନ ରାତି ଚାଲିଛି ସନ୍ଧାନ  । ମହାନଦୀରେ ପାଣି କମିଯିବା ପରେ ଦିନ ରାତି ଏକ କରି ଏହି ହୀରା ଖୋଜୁଛନ୍ତି ଲୋକେ  । ପ୍ରଶାସନର ନାକ ତେଳେ ବେଧଡକ ଚାଲିଛି ଏହି ବେଆଇନ ରତ୍ନ ପଥର ବ୍ୟାପାର  । କିଛି ସ୍ଥାନୀୟ ଦଲାଲ ଜରିଆରେ ବାହାର ରାଜ୍ୟ ରାଜସ୍ତାନ, ମିରଟ, ସୁରାଟକୁ ଚାଲାଣ ହେଉଛି ଏହି ରତ୍ନ ପଥର  । ସୁବର୍ଣ୍ଣପୁର ଜିଲ୍ଲା ଦେଇ ପ୍ରବାହିତ ମହାନଦୀରେ ବିନିକା ଠାରୁ ସୁବଳୟା ପର୍ଯ୍ୟନ୍ତ ଚାଲଛି ଏହି ରତ୍ନ ପଥର ସନ୍ଧାନ  ।

{"id":91996}

ସୁବର୍ଣ୍ଣପୁର ଜିଲ୍ଲାରେ ଦେଇ ବହିଯାଇଛି ମହାନଦୀ  । ଏହି ମହାନଦୀର ଶୁଖିଲା ଅବବାହିକାରେ ମିଳୁଛି ମୂଲ୍ୟବାନ ହୀରା ଓ ରତ୍ନ ପଥର   । ଏହି ମୂଲ୍ୟବାନ ହୀରା ଏବଂ ରତ୍ନ ପଥର ସନ୍ଧାନରେ ଲାଗିପଡିଛନ୍ତି ଲୋକେ  । ମହାନଦୀର ଯୁଆଡେ ଗଲେ ଦେଖିବାକୁ ମିଳିବ ଏହି ପରି ଦୃଶ୍ୟ  । ଶହ ଶହ ଲୋକ ନଦୀ ଭିତର କୁଡିଆ ଘର କରି ଏହି ପରି ଭାବରେ ବର୍ଷ ବର୍ଷ ଧରି ଖୋଜି  ଚାଲିଛନ୍ତି ଏହି ମୂଲ୍ୟବାନ ରତ୍ନ ପଥର  । ଏବେ ମହାନଦୀରେ ପାଣି କମି କମି ଆସୁଥିବାରୁ ପୁଣି ଲୋକେ ଲାଗିପଡିଛନ୍ତି ରତ୍ନ ପଥର ଖୋଜିବାରେ  । ସୁବର୍ଣ୍ଣପୁର ଜିଲ୍ଲା ଦେଇ ପ୍ରବାହିତ ମହାନଦୀରେ ବିନିକା ଠାରୁ ସୁବଳୟା ପର୍ଯ୍ୟନ୍ତ ଚାଲଛି ଏହି ରତ୍ନ ପଥର ସନ୍ଧାନ    ।ପ୍ରଶାସନର ନାକ ତଳେ ବେଧଡକ ଚାଲିଛି ଏହି ବେଆଇନ ରତ୍ନ ପଥର ବ୍ୟାପାର  । ଆଜି ବି ହୀରା ଭଳି ଅନେକ ମୂଲ୍ୟବାନ ପଥର ବାହାରକୁ ଚୋରାଚାଲାଣ ହେଉଛି । 

{"id":91997}

ସୁବର୍ଣ୍ଣପୁର ଜିଲ୍ଲାର ଏହି ମହାନଦୀ ପଠାରେ ମିଳିଥାଏ ନାନାପ୍ରକାର ମୂଲ୍ୟବାନ ରତ୍ନପଥର  ।ପୋଖରାଜ,ନୀଳା,ମାଣିକ,ଟୋପାଜ ଭଳି ରତ୍ନ ପଥର ସବୁଠୁ ମୂଲ୍ୟବାନ    । ଏହି ରତ୍ନ ପଥର ସଂଗ୍ରହ କରିବାରେ ଲାଗିଛନ୍ତି ମାଫିଆମାନେ  । ସ୍ଥାନୀୟ ଦଲାଲ ଜରିଆରେ ବାହାର ରାଜ୍ୟ ରାଜସ୍ଥାନ, ମିରଟ, ସୁରାଟକୁ ଚାଲାଣ ହେଉଛି ଏହି ରତ୍ନ ପଥର   । ବେଧଡକ ଏହି ବେଆଇନ ବ୍ୟବସାୟ ଚାଲିଥିବାବେଳେ ସରକାର କିମ୍ବା ପ୍ରଶାସନର ଏହା ଉପରେ କୌଣସି ନିୟନ୍ତ୍ରଣ ନାହିଁ  ।  ଖୁ୍ଲ୍ଲମଖୁଳ୍ଲା ଚାଲିଥିବା ଏହି ରତ୍ନ ପଥର ଏବଂ ହୀରା ବ୍ୟବସାୟକୁ ନିୟନ୍ତ୍ରଣ କରୁଛନ୍ତି ମାଫିଆମାନେ  ।

{"id":91998}

ଏହି ଚୋରା ରତ୍ନ ପଥର ବ୍ୟାପାର ବାହାର ରାଜ୍ୟକୁ ଚେର ଲମ୍ବିଥିଲେ ବି ମାଫିଆ ମାନେ ଧରା ପଡୁନାହାନ୍ତି  । କିଛି ସ୍ଥାନୀୟ ଲୋକଙ୍କୁ ଏହି ରତ୍ନ ପଥର ଖୋଜିବା ପାଇଁ ନିୟୋଜିତ କରିଥାନ୍ତି ମାଫିଆ। ତାଙ୍କଠାରୁ ଶାଗ ମାଛ ଦରରେ କିଣି ନେଇଥାନ୍ତି ବେପାରୀମାନେ  । ଏହି ବେଆଇନ ରତ୍ନପଥର ବ୍ୟବସାୟରେ ପ୍ରଶାସନ ଆଙ୍କୁଶ ନ ଥିବାରୁ ଖୋଲା ଖୋଲି ଭାବରେ ଦିନକୁ ଦିନ ବଢିଚାଲିଛି  । ଅନ୍ୟପଟେ ସୁବର୍ଣ୍ଣପୁର ଏସ.ପିଙ୍କୁ ଏହି ବିଷୟରେ ପଚାରିବାରୁ ଏହିପରେ ବେଆଇନ ବ୍ୟବସାୟୀ କରୁଥିବା ବ୍ୟାବସାୟୀଙ୍କ ଉପରେ ଆଇନ ଗତ କାର୍ଯ୍ୟାନୁଷ୍ଠାନୁ ଗ୍ରହଣ କରାଯିବ ବୋଲି  କହିଛନ୍ତି  ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.