ଜୟପୁର ମୁଖ୍ୟ ରାସ୍ତାରୁ ଜବରଦଖଲ ଉଚ୍ଛେଦ
Published By : Prameya-News7 Bureau | September 26, 2018 IST
କୋରାପୁଟ ୨୬|୯: ଜୟପୁର ମୁଖ୍ୟ ରାସ୍ତାରୁ ଜବରଦଖଲ ଉଚ୍ଛେଦ କରାଯାଉଛି । ପ୍ରଶାସନର ନିର୍ଦ୍ଦେଶରେ ଉଚ୍ଛେଦ ହେଉଛି । ଉଚ୍ଛେଦରେ ପୌରପାଳିକା,ରାଜସ୍ବ ବିଭାଗ ଓ ପୋଲିସ ସାମିଲ ହୋଇଛନ୍ତି । ୨ ଦିନ ଧରି ଚାଲିବ ଉଚ୍ଛେଦ କାର୍ଯ୍ୟ । ଟ୍ରାଫିକ ସମସ୍ୟା ଉପୁଜିଥିବାରୁ ପ୍ରଶାସନ ପକ୍ଷରୁ ଏହି ଉଚ୍ଛେଦ କରାଯାଉଛି ।ଆଜି ସହରର ମୁଖ୍ୟ ରାସ୍ତାରୁ ଜବର ଦଖଲ ଉଛେଦ ହୋଇଥିବା ବେଳେ ଏହା ଆସନ୍ତାକାଲି ମଧ୍ୟ ଚାଲିବ। ବ୍ୟବସାୟୀ ମାନେ ମୁଖ୍ୟ ରାସ୍ତା କଡରେ ଡ୍ରେନ୍ ଉପରେ ଦୋକାନ ଚଳାଉଥିବା ବେଳେ କିଛି ବ୍ୟବସାୟୀ ଦୋକାନର ସେଡ୍ ରାସ୍ତା ପର୍ଯ୍ୟନ୍ତ ବଢାଇ ଦେଇଛନ୍ତି । ତେଣୁ ରାସ୍ତା ସଙ୍କୁଚିତ ହେବା ସହ ଟ୍ରାଫିକ ସମସ୍ୟା ବଢିବାରେ ଲାଗିଛି । ଟ୍ରାଫିକ୍ ସମସ୍ୟା ସୁଧାରିବାକୁ ଏହି ପଦକ୍ଷେପ ନିଆଯାଉଥିବା କହିଛନ୍ତି ଜୟପୁର ପୌରପାଳିକାର ନିର୍ବାହୀ ଅଧିକାରୀ । ତେବେ ଯେଉଁ ବ୍ୟବସାୟୀମାନେ ଡ୍ରେନ୍ ଉପରେ ବି ଦୋକାନ ପକାଇଛନ୍ତି ସେମାନଙ୍କୁ ବି ଆଗାମୀ ଦିନରେ ଡ୍ରେନ୍ ଉପରୁ ଉଚ୍ଛେଦ କରାଯିବ ବୋଲି ସେ କହିଛନ୍ତି ।