ଗଞ୍ଜାମରେ ବେଆଇନ ବାଣ ତିଆରି ବେଳେ ସରଞ୍ଜାମ ଜବତ ; ୩ଜଣ ଗିରଫ, ୩ଜଣ ଫେରାର

Published By : Prameya-News7 Bureau | October 30, 2018 IST

ଗଞ୍ଜାମ ୩୦|୧୦:  ଲକ୍ଷାଧିକ ଟଙ୍କାର ବାଣ ଜବତ । ଗଞ୍ଜାମ ଜିଲ୍ଲା ଗଜିନ୍ଦ୍ରା ଗାଁର ଏକ ଆମ୍ବାତୋଟା ମଧ୍ୟରୁ ଲକ୍ଷାଧିକ ଟଙ୍କାର ବେଆଇନ ବାଣତିଆରି ସରଞ୍ଜାମ ଜବତ କରିଛି ବେଲଗୁଣ୍ଠା ପୋଲିସ । କୌଣସି ସୁତ୍ରରୁ ଖବର ପାଇ ପୋଲିସ ଗଜିନ୍ଦ୍ରା ଗାଁରେ ଚଢାଉ କରିଥିଲା । ବାଣ ତିଆରି ମାଫିଆମାନେ ନଳବଣ୍ଟା ଗାଁରୁ ଆସି ଏଠି ବାଣ ପ୍ରସ୍ତୁତ କରୁଥିଲେ । ପୋଲିସ ଘଟଣା ସ୍ଥଳରୁ ବନ୍ଧୁକ, ବାରୁଦ, ତାଳପତ୍ର ଆଦି ଜବତ କରିଛି । ଘଟଣାରେ ୩ ଜଣଙ୍କୁ ପୋଲିସ ଗିରଫ କରିଥିବା ବେଳେ ଅନ୍ୟ ୩ଜଣ ଫେରାର ହୋଇ ଯାଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.