କଟକରୁ ବେଆଇନ ବାଣ କାରଖାନା ଠାବ; ୩ ଅଟକ
14/10/2018 at 3:54 PM

କଟକ ୧୪/୧୦ : କଟକ ମହାଜନପୁରରେ ବେଆଇନ ବାଣ କାରଖାନା ଠାବ ହୋଇଛି | ଜଗତପୁର ପୋଲିସ ପକ୍ଷରୁ ରେଡ କରାଯାଇଥିଲା | ୪ଟି ଜାଗାରେ ଏକକାଳୀନ ଚଢାଉ କରିଥିଲା ପୋଲିସ | ବେଆଇନ ବାଣ ରଖିବା ଅଭିଯୋଗରେ ୩ ଜଣଙ୍କୁ ଅଟକ ରଖିଛି ଜଗତପୁର ପୋଲିସ | ଘଟଣାସ୍ଥଳରୁ ବିପୁଳ ପରିମାଣର ବାଣ ଓ ବାରୁଦ ଜବତ ହୋଇଛି | ଦୀପାବଳି ପାଇଁ ବାଣ ବନାଉଥିବା ବେଳେ ଚଢାଉ କରିଥିଲା ପୋଲିସ |