ସୁନ୍ଦରଗଡ଼ରେ ବେଆଇନ୍ ଗୋଚାଲାଣ
5/11/2018 at 10:58 AM

ସୁନ୍ଦରଗଡ଼ ୫/୧୧: ଗତ କାଲି ବିଳମ୍ବିତ ରାତିରେ ସୁନ୍ଦରଗଡ଼ ପଟୁ ଏକ ପିକପ୍ ଭ୍ୟାନରେ ୭ଗାଇଙ୍କୁ ବେଆଇନ ଭାବରେ କତଲଖାନା ନିଆ ଯାଉଥିବାର ଖବର ପାଇ ବଜରଙ୍ଗ ଦଳ ବ୍ରାହ୍ମଣୀ ତରଙ୍ଗଥାନା ଟିସିଆଇ ଛକରେ ଗାଡ଼ିକୁ ଅଟକାଇ ଥିଲେ । ଫଳରେ ଗୋରୁ ଗାଡ଼ିଚାଳକ ତଥା ଗୋରୁ ଗାଡ଼ିରେ ବସିଥିବା ତସ୍କର ସହ ବଜରଙ୍ଗ ଦଳର କର୍ମକର୍ତ।ମାନଙ୍କ ସହ ପାଟିତୁଣ୍ଡ ହୋଇଥିଲା । ପାଟିତୁଣ୍ଡ ଶେଷରେ ଗଣ୍ଡଗୋଳର ରୂପ ନେଇଥିଲା। ବଜରଙ୍ଗ ଦଳର କର୍ମକର୍ତ।ମାନେ ଗାଡ଼ିକୁ ଭଙ୍ଗାରୁଜା କରିବା ସହ ବ୍ରାହ୍ମଣୀ ଥାନା ପୋଲିସ କୁ ଖବର ଦେଇଥିଲେ। ଏହି ସମୟରେ ଗୋରୁ ଗାଡ଼ି ଚାଳକ ସହ ଗୋରୁ ତସ୍କର ମାନେ ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲେ। ଖବର ପାଇ ବ୍ରାହ୍ମଣୀ ଥାନା ପୋଲିସ ଘଟଣା ସ୍ଥଳରେ ପହଚିଂ ଗୋରୁ ଚାଲାଣ ଗାଡ଼ିକୁ ଜବତ କରି ଥାନାକୁ ନେଇଯିବା ସହ ଗୋରୁମାନଙ୍କୁ ବେଦବ୍ୟାସ ଗୋଶାଳାକୁ ଲାଳନ ପାଳନ କରିବା ପାଇଁ ହସ୍ତାନ୍ତର କରାଯାଇଛି । ବେଆଇନ୍ ଗୋ ଚାଲାଣ ଏହି ଅଚଂଳରେ ବାରମ୍ବାର ଘଟୁଛି ଯାହା ପାଇଁ ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ରହୁଛି । ତାକୁ ଆଖି ଆଗରେ ରଖି ପୋଲିସ ଘଟଣାକୁ ଗୁରୁତର ଭାବରେ ନେଇ ସରଜମିନ୍ ତଦନ୍ତ କରୁଛି।