ଲକ୍ଷାଧିକ ଟଙ୍କାର ବେଆଇନ୍‌ କଫ୍‌ସିରପ୍‌ ଜବତ, ଘଟଣାସ୍ଥଳରୁ ଗାଡ଼ି ମାଲିକ ଫେରାର

Published By : Prameya-News7 Bureau | January 17, 2023 IST

ସାଲେପୁର, ୧୭/୦୧:  ବେଆଇନ କଫସିରଫ ଜବତ କଲା ଅବକାରୀ ବିଭାଗ। କାର୍‌ରେ ବେଆଇନ ଭାବରେ ଚାଲାଣ ହେଉଥିବା ସମୟରେ ଜବତ ହୋଇଛି କଫ୍‌ସିରପ୍। କଟକ ଚାନ୍ଦବାଲି ରାସ୍ତାର ଜଗତପୁର ଥାନା ଖରାଖିଆ ନିକଟରୁ ଜବତ କରିଛି ସାଲେପୁର ଅବକାରୀ ବିଭାଗ । ଯାହାର ଆନୁମାନିକ ମୂଲ୍ୟ ୩ ଲକ୍ଷ ୩୬ ହଜାର ହେବ ବୋଲି ଅନୁମାନ କରାଯାଉଛି । ଏହି ସବୁ କଫ୍‌ସିରପ୍ ଦୀର୍ଘ ୭ ବର୍ଷ ହେବ ବ୍ୟାନ କରାଯାଇଥିବା ସୂଚନା ଦେଇଛନ୍ତି ସାଲେପୁର ଅବକାରୀ ବିଭାଗ ଇନ୍ସପେକ୍ଟର।

ସୂତ୍ରରୁ ଖବର ପାଇ ସାଲେପୁର ଅବକାରୀ ବିଭାଗର ଉପନିରୀକ୍ଷକ ପେଟ୍ରୋଲିଂ କରିଥିଲେ। ଆଉ ଏହି ସମୟରେ ଏକ କାର୍‌ରୁ ୧୨ ପେଟି ବେଆଇନ କଫସିରଫ ଜବତ କରିବା ସହ ଗାଡି ଚାଳକକୁ ଗିରଫ କରିଥିଲେ। କିନ୍ତୁ ଗାଡ଼ି ମାଲିକ ଘଟଣାସ୍ଥଳରୁ ଖସିଯିବାରେ ସକ୍ଷମ ହୋଇଥିଲା। ଗାଡିଚାଳକ ହେଲେ ଜଗତପୁରଥାନା ପିର ବଜାରର ଜିତେନ୍ଦ୍ର ନଦୀ। ଜିତେନ୍ଦ୍ର ନଦୀକୁ ଗିରଫ ପରେ ସାଲେପୁର ଅବକାରୀ ଥାନାରେ ରଖାଯାଇଛି।

୧୨ ପେଟି ପାଖାପାଖି ୧୯୨୦ ବୋତଲ କଫ୍‌ସିରପ୍ ରହିଛି ଯାହାର ପରିମାଣ ୧୯୨ ଲିଟର ରହିଛି, ଯାହାର ଆନୁମାନିକ ମୂଲ୍ୟ ୩ ଲକ୍ଷ ୩୬ ହଜାର ହେବ ବୋଲି ଅନୁମାନ କରାଯାଉଛି । ଏଥିସହ ଏହି ବେଆଇନ କଫସିରପ କେଉଁଠୁ କେଉଁଆଡେ ଯାଉଥିଲା ଏବଂ କେତେଦିନ ଧରି ଏଭଳି ଚାଲିଛି ଏ ନେଇ ଅଧିକ ତଦନ୍ତ କରାଯାଉଥିବା ନେଇ ଅବକାରୀ ବିଭାଗ ସାଲେପୁର ସୂଚନା ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.