ବେଆଇନ୍ କାଠ ବୋଝେଇ ପିକଅପ୍ ଭ୍ୟାନ୍ ଜବତ

Published By : Prameya-News7 Bureau | February 03, 2023 IST

ନୀଳଗିରି ୦୩/୦୨: ବେଆଇନ୍ ମୂଲ୍ୟବାନ କାଠ ବୋଝେଇ ପିକଅପକୁ ଭ୍ୟାନ୍ ଜବତ କଲା ବନବିଭାଗ। ଏପରି ଘଟଣା ନୀଳଗିରି ଉପଖଣ୍ଡ ଅଧୀନ ଆନନ୍ଦପୁର ଗାଁରେ ଦେଖିବାକୁ ମିଳିଛି। ଖବର ଅନୁସାରେ ଅଯୋଧ୍ୟା ସଜନାଗଡ଼ ରାସ୍ତା ଦେଇ ଶିଶୁ ଓ ଲିମ୍ୱ କାଠ ବୋଝେଇ ପିକଅପ ଭ୍ୟାନ୍ ଆସୁଥିବା ବନ ବିଭାଗ ଖବର ପାଇଥିଲା। ଏହା ଜାଣି ନୀଳଗିରି ରେଞ୍ଜର ବନକର୍ମଚାରୀଙ୍କୁ ନେଇ ଚଢ଼ଉ କରିଥିଲେ।

ଶେଷରେ କାଠ ବୋଝେଇ ଭ୍ୟାନଙ୍କୁ ଆନନ୍ଦପୁର ଗାଁରୁ ରେଞ୍ଜର ଆଇଶା ଏ ନିଶା ଓ ବନ କର୍ମଚାରୀମାନେ ଜବତ କରିଛନ୍ତି। ଏଥରେ ପ୍ରାୟ ୬୦ ସିଫ୍ଟ ଲିମ୍ବ ଓ ଶିଶୁ କାଠ ଥିବା ଜଣାପଡ଼ିଛି। ଜବତ କାଠର ଆନୁମାନିକ ମୂଲ୍ୟ ୫୦ ହଜାର ଟଙ୍କା ହେବ ବୋଲି କୁହାଯାଛି। ଏହି ଚଢ଼ଉରେ ନୀଳଗିରି ଫରେଷ୍ଟର ରାମଚନ୍ଦ୍ର ଲେଙ୍କା, ମିତ୍ରପୁର ଫରେଷ୍ଟର ସରୋଜ କୁମାର ପ୍ରଧାନ, ଗୋପାଳପୁର ଫରେଷ୍ଟ ଗାର୍ଡ କବିତା ମହାକୁଡ଼ଙ୍କ ସହିତ ସବୁଜବାହିନୀ ସାମିଲ ଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.