ବାରମ୍ୱାର ଅଭିଯୋଗ ପରେ ହେଉନି କାର୍ଯ୍ୟାନୁଷ୍ଠାନ; ମଦ ବ୍ୟବସାୟୀଙ୍କ ଘର ଭଙ୍ଗାରୁଜା କଲେ ଉତ୍ୟକ୍ତ ମହିଳା

Published By : Prameya-News7 Bureau | October 17, 2022 IST

ଯାଜପୁର ୧୭/୧୦: ଚୋରା ମଦ କାରବାରକୁ ବିରୋଧ କରି ତାତିଲେ ଗ୍ରାମବାସୀ। ଏଭଳି ଘଟଣା ବିଂଝାରପୁର ଥାନା ଆଉଁରୀ ପଂଚାୟତ ଡିହକୁଳା ଅଂଚଳରେ ଦେଖିବାକୁ ମିଳିଛି। ଡିହକୁଳା ଗାଁରେ ବିଜୟ ମଳିକଙ୍କ ପୁଅ ସଞ୍ଜୟ ମଳିକ ବହୁ ଦିନ ହେବ ଚୋରା ମଦ କାରବାର କରୁଥିଲା। ଏନେଇ ବାରମ୍ବାର ଅଭିଯୋଗ ପରେ ବି କୌଣସି ପୋଲିସ କିମ୍ୱା ଅବକାରୀ ବିଭାଗ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ହୋଇନଥିଲା। ଫଳରେ ଗାଁର ଯୁବ ପିଲାଠାରୁ ଆରମ୍ଭ କରି ବୁଢ଼ାଙ୍କ ପର୍ଯ୍ୟନ୍ତ ନିଶାଶକ୍ତ ହେଉଥିଲେ। ସ୍ଥାନୀୟ ପୋଲିସ ପାଖରେ ଅଭିଯୋଗ ପରେ ମଧ୍ୟ କୌଣସି ସୁଫଳ ମିଳିନଥିଲା।

ସେଥିପାଇଁ ଆଜି ଗାଁର ୧୦୦ରୁ ଅଧିକ ମହିଳାଙ୍କ ସହିତ ଗାଁ ଲୋକମାନେ ବିରୋଧ ପ୍ରଦର୍ଶନ କରିବା ସହ ଚୋରା ମଦ କାରବାର ଚଳାଇଥିବା ସଞ୍ଜୟ ମଳିକଙ୍କ ଘର ଉପରେ ଆକ୍ରମଣ କରିବା ସହିତ ଭଙ୍ଗାରୁଜା କରିଛନ୍ତି। ଏନେଇ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ସୃଷ୍ଟି ହୋଇଛି। ତୁରନ୍ତ ସ୍ଥାନୀୟ ଅଞ୍ଚଳରୁ ମଦ କାରବାର ବନ୍ଦ ହେବା ସହ ସଞ୍ଜିବ ସହିତ ଅନ୍ୟ ମଦ ବେପାରିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଗାଁ ଲୋକ ଦାବି କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.