<strong>ଡାଟା ଏଣ୍ଟ୍ରି କର୍ମଚାରୀଙ୍କ ନିଯୁକ୍ତିକୁ ନେଇ ତାତିଲେ ଚାଷୀ; ସମବାୟ ସମିତି ଆଗରେ ଧାରଣା</strong>

Published By : Prameya-News7 Bureau | October 26, 2022 IST

ଆନନ୍ଦପୁର ୨୬/୧୦: ସମବାୟ ସମିତିରେ ଡାଟା ଏଣ୍ଟ୍ରି କର୍ମଚାରୀଙ୍କ ବେଆଇନ୍ ନିଯୁକ୍ତିକୁ ନେଇ ତାତିଲେ ଚାଷୀ ଓ ସମବାୟ ସମିତି ନିର୍ଦ୍ଦେଶକ। ଆନନ୍ଦପୁର ଉପଖଣ୍ଡ ସଢ଼ା ସମବାୟ ସମିତିରେ ୨୦୨୦ରେ ବେଆଇନ କାମ କରି ଟଙ୍କା ହଡ଼ପ ଅଭିଯୋଗରେ ତତକାଳୀନ ଡାଟା ଏଣ୍ଟ୍ରି କର୍ମଚାରୀ ମନୋଜ କୁମାର ନାୟକଙ୍କୁ ବହିଷ୍କୃତ କରାଯାଇଥିଲା। ପୁଣିଥରେ ତାଙ୍କୁ ନିଯୁକ୍ତି ଦେବାକୁ ନେଇ ସମବାୟ ସମିତିର ନୂଆ ସଭାପତି ପ୍ରସ୍ତାବ ଦେଇଛନ୍ତି। ଏହାସହ ଏହି ସମବାୟ ସମିତିରେ ଅନ୍ୟ ଏକ ଡାଟା ଏଣ୍ଟ୍ରି ପୋଷ୍ଟ ପାଇଁ ସେହି ସମିତିର ନିର୍ଦ୍ଦେଶକଙ୍କ ସମ୍ପର୍କୀୟଙ୍କୁ ନିଯୁକ୍ତି ଦିଆଯାଇଛି।ଏନେଇ ବାରମ୍ଵାର ଅଭିଯୋଗ ପରେ ମଧ୍ୟ କୌଣସି ସୁଫଳ ମିଳିନାହିଁ।

ଆଜି ସଢା ସମବାୟ ସମିତିର ୫ ଜଣ ନିର୍ଦ୍ଦେଶକଙ୍କ ସହିତ ଅନେକ ଚାଷୀ ଏକାଠି ହୋଇ ସହକାରି ନିବନ୍ଧକଙ୍କୁ ଦାବିପତ୍ର ଦେବା ସହ କାର୍ଯ୍ୟଳୟ ଆଗରେ ଧାରଣାରେ ବସିଛନ୍ତି। ସେମାନେ ତୁରନ୍ତ ସମସ୍ୟାର ସମାଧାନ ଚାହୁଁଥିବା ବେଳେ ସହକାରୀ ନିବନ୍ଧକ ସବୁ ଜାଣିମଧ୍ଯ ଚୁପ୍ ବସିଥିବା ଅଭିଯୋଗ କରିଛନ୍ତି। ଅନ୍ୟପଟେ ଏନେଇ ସହକାରୀ ନିବନ୍ଧକଙ୍କ ସହ ଯୋଗାଯୋଗ କରାଯାଇଥିଲେ ମଧ୍ୟ ସେ ପ୍ରତିକ୍ରିୟା ଦେଇନଥିଲେ। ଯାହାକି ସମବାୟ ସମିତିର ସଭାପତି ଓ ନିବନ୍ଧକଙ୍କ ମଧୁ ଚନ୍ଦ୍ରିକାକୁ ପଦାରେ ପକାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.