ବେଆଇନ୍ କ୍ରୋମାଇଟ୍ ବିକ୍ରି ଅଭିଯୋଗରେ ଏସଟିଏଫ ଚଢଉ; ୩ଟି ଟ୍ରକ୍ ଓ ଜବତ, ୫ ଅଟକ
19/01/2023 at 11:06 PM

ଭଦ୍ରକ ୧୯/୦୧: ବେଆଇନ କ୍ରୋମାଇଟ ବେପାରୀଙ୍କ ଉପରେ ସ୍ୱତନ୍ତ୍ର ଟାସ୍କ ଫୋର୍ସ ଚଢ଼ଉ କରିଛି। କ୍ରୋମାଇଟ୍ ଚୋରାଚାଲାଣ ଅଭିଯୋଗରେ ୫ ଜଣଙ୍କୁ ଅଟକ ହେବା ସହିତ ୩ଟି ଟ୍ରକ ଓ ଗୋଟିଏ ଡୃଜର ଜବତ ହୋଇଛି। ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ଥାନା ଅଞ୍ଚଳରେ ଏସଟିଏଫ ଅଚାନକ ଏପରି ଚଢ଼ଉ କରିଛି। ଡାହାଲା ଛକରେ ଥିବା ଏକ ହୋଟେଲ ପାଖରେ କ୍ରୋମାଇଟ ଚୋରା ବେପାର କରାଯାଉଥିଲା। ଏନେଇ ଏସ୍ଟିଏଫ ଟିମ ଖବର ପାଇବା ପରେ ଚଢ଼ଉ କରିଥିଲା। ଚଢ଼ାଉ ବେଳେ ୩ ଟି ଟ୍ରକ, ଗୋଟିଏ ଜେସିବି କ୍ରୋମାଇଟ ଜବତ କରିଥିବା ସୂଚନା ମିଳିଛି। ତେବେ ଏହି ବେଆଇନ କ୍ରୋମାଇଟ କାରବାରରେ ସମ୍ପୃକ୍ତ ଥିବା ଅଭିଯୋଗରେ ପୋଲିସ ଜଣେ ପୂର୍ବତନ ସରପଞ୍ଚଙ୍କ ସହିତ ୫ଅଭିଯୁକ୍ତଙ୍କୁ ଅଟକ ରଖି ଅଧିକ ପଚରାଉଚରା କରୁଛି।
Related Posts
ସ୍କୁଲରେ ଭୂତ ଭୟ ! ଦୀର୍ଘ ଦିନ ହେବ ବିଦ୍ୟାଳୟରେ ଝୁଲୁଛି ତାଲା
5 February 2023
ଅଜଣା ଗାଡି ଧକ୍କାରେ ତିନୋଟି ଭାଲୁ ମୃତ
5 February 2023
ପବିତ୍ର ମାଘ ପୂର୍ଣ୍ଣିମା, ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କ ଗଜଉଦ୍ଧାରଣ ବେଶ
5 February 2023
ସିରିଜ୍ ଦୁର୍ଘଟଣା, ତିନୋଟି ବାଇକକୁ ପଛପଟୁ ପିଟିଲା ଟାଟା ଏସି
5 February 2023