କାର୍ଯ୍ୟାନୁଷ୍ଠାନ ନେଲା ପୋଲିସ; ଉପଜିଲ୍ଲାପାଳଙ୍କୁ ଆକ୍ରମଣ ଅଭିଯୋଗରେ ୧୧ ଗିରଫ; ଭାଙ୍ଗିଲା ବେଆଇନ୍ ଇଟା ଭାଟି
4/02/2023 at 4:59 PM

ବାଲେଶ୍ୱର I ନୀଳଗିରି ୦୪/୦୨: ଗତକାଲି ବାଲେଶ୍ୱର ଉପଜିଲ୍ଲାପାଳଙ୍କୁ ଆକ୍ରମଣ ପରେ ଶନିବାର ଜିଲ୍ଲା ପ୍ରଶାସନ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ସଂଘବଦ୍ଧ ଆକ୍ରମଣ ପରେ ଶୁକ୍ରବାର ଘଟଣାସ୍ଥଳରେ ଜିଲ୍ଲାପାଳ ଓ ଏସପି ଯାଇ ତଦନ୍ତ କରିଥିଲେ। ଏହି ଅଭିଯୋଗରେ ପୋଲିସ ୧୧ ଜଣଙ୍କୁ ଗିରଫ କରିଛି। ସେମାନଙ୍କ ମଧ୍ୟରେ ଜଣେ ଡ୍ରୁଜର ଡ୍ରାଭଭର ଥିବାବେଳେ ଅନେକ ବାଲି ମାଫିଆ ସମ୍ପୃକ୍ତ ଅଛନ୍ତି।

ଶନିବାର ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ଫୁଲାଡ଼ି ଧପଡ଼ା ଅଞ୍ଚଳରେ ଥିବା ଇଟାଭାଟି ଗୁଡିକରେ ଚଢ଼ଉ କରାଯାଇଛି। ଏହି ଆକ୍ରମଣର ମୁଖ୍ୟ ଅଭିଯୁକ୍ତ ଚିତ୍ତରଞ୍ଜନ ବେହେରା ବୋଲି ଜଣାପଡ଼ିଛି। ଶନିବାର ଚିତ୍ତର ଇଟା ଭାଟିରେ ଉପଜିଲ୍ଲାପାଳ ପୋଲିସ ଫୋର୍ସ ନେଇ ଚଢ଼ଉ କରିଛନ୍ତି। ଏହା ସହିତ ସେହି ଅଞ୍ଚଳରେ ଥିବା ଅନ୍ୟ ଇଟାଭାଟିରେ ମଧ୍ୟ ଚଢ଼ଉ କରାଯାଇଛି। ପ୍ରଶାସନିକ ନିର୍ଦ୍ଦେଶରେ ସେଠାରେ ଚିମିନି ଗୁଡ଼ିକ ମେସିନ୍ ଲଗାଇ ଭଙ୍ଗାଯିବା ସହ ସେଠାରେ ଥିବା ବାଲି, ମାଟି, ଇଟା, ଜବତ ହୋଇଛି। କୌଣସି ବିଶୃଙ୍ଖଳା ମୂଳକ ପରିସ୍ଥିତି ପାଇଁ ଘଟଣାସ୍ଥଳରେ ୧୪୪ ଧାରା ଜାରି କରାଯାଇଛି।
ସୂଚନାଥାଉକି, ବାଲେଶ୍ଵରରେ ଏବେ ବାଲି ମାଫିଆଙ୍କ ଦୌରାତ୍ମ୍ୟ ବଢ଼ିବାରେ ଲାଗିଛି। ପୂର୍ବରୁ ମଧ୍ୟ ସେମାନେ ତହସିଲଦାର ଓ ଉପଜିଲ୍ଲାପାଳଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ରେମୁଣା ତହସିଲ ଅଧୀନ ଫୁଲାଡ଼ି ଓ କଣ୍ଟାବଣିଆ ପାଖ ବୁଢ଼ାବଳଙ୍ଗ ବାଲି ଖାଦାନରୁ ଦୀର୍ଘଦିନ ହେଲା ମାଫିଆମାନେ ବାଲି ଉତ୍ତଳନ କରୁଥିଲେ। ଗତ ଗୁରୁବାର ଦିନ ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ଅଞ୍ଚଳରେ ଚଢ଼ଉ କରାଯାଇଥିଲା।

ପୁଣି ଗତକାଲି ବାଲେଶ୍ଵର ଉପଜିଲ୍ଲାପାଳ ଚଭଲ କୁନାଲ ମୋତିରାମ ଟ୍ରକ ଓ ଟ୍ରାକ୍ଟରକୁ ଅଟକାଇ ଗାଡିର କାଗଜପତ୍ର ଯାଞ୍ଚ କରିବା ସହିତ ଜୋରିମାନା ଆଦାୟ କରିବାକୁ ନିର୍ଦେଶ ଦେଇଥିଲେ। ଏପରିକି ଗଛିତ ବାଲିଗୁଡିକୁ ନିଲାମ କରିବା ପାଇଁ ମଧ୍ୟ ନିର୍ଦେଶ ଦେଇଥିଲେ। ଏଥିପାଇଁ ବାଲି ମାଫିଆମାନେ ଉପଜିଲ୍ଲାପାଳଙ୍କ ଉପରକୁ ସଂଘବଦ୍ଧ ଆକ୍ରମଣ କରିଥିଲେ। ତାଙ୍କ ଡ୍ରାଇଭର ଛଡ଼ାଇବାକୁ ଯାଇ ମଧ୍ୟ ଆକ୍ରମଣର ଶିକାର ହୋଇଥିଲେ। ଉଭୟଙ୍କୁ ବାଲେଶ୍ଵର ଜିଲ୍ଲା ମୁଖ୍ୟ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା