Retail icon award
Retail icon award
728*90
728*90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଫଟୋ ସେୟାର କଲେ ଇଲିଆନା, କହିଲେ- ଯେତେବେଳେ ମୁଁ ଭାଙ୍ଗିପଡିଥିଲି ସେତେବେଳେ…

10/06/2023 at 1:07 PM

ମୁମ୍ଵାଇ ୧୦।୦୬: ବିଟାଉନ୍‌ର ଜଣାଶୁଣା ଅଭିନେତ୍ରୀ ଇଲିଆନା ଡି’କ୍ରୁଜ।  ଯିଏ ଅଳ୍ପ ଫିଲ୍ମ କରିକି ବି ଲୋକପ୍ରିୟ ହୋଇଛନ୍ତି । ଯାହା ତାଙ୍କ ପ୍ରଶଂସକଙ୍କ ହୃଦୟରେ ସ୍ଥାନ ସୃଷ୍ଟି କରିଛି। ହିନ୍ଦୀ ସିନେମାରେ ଅଭିନେତ୍ରୀ ହେବା ବ୍ୟତୀତ ଇଲିଆନା ଦକ୍ଷିଣ ସିନେମାରେ ମଧ୍ୟ କାମ କରିଛନ୍ତି। କିଛି ଦିନ ପୂର୍ବରୁ ଅଭିନେତ୍ରୀ ତାଙ୍କ ଗର୍ଭବତୀ ଥିବା ନେଇ କନଫର୍ମ କରିଥିଲେ। ସେ ଟି-ସାର୍ଟରେ ଛୋଟ ପିଲାଟିର ଫଟୋ ସହିତ ‘ମାମା’ ଲେଖାଯାଇଥିବା ଏକ ଲକେଟ୍‌ ସେୟାର କରିଥିଲେ। ହେଲେ ଇଲିଆନା କେବେ ପ୍ରକାଶ କରିନାହାଁନ୍ତି ଯେ ତାଙ୍କ ସନ୍ତାନର ପିତା କିଏ । ବର୍ତ୍ତମାନ ଅଭିନେତ୍ରୀ ହେବାକୁ ଥିବା ଶିଶୁର ପିତାଙ୍କ ସହ ଏକ ବ୍ଲର ଫଟୋ ସେୟାର କରିଛନ୍ତି ।

ଏହି ସମୟରେ ଅଭିନେତ୍ରୀ ପିଲାର ପିତାଙ୍କ ସହ ଏକ ଅସ୍ପଷ୍ଟ ଥିବା ଫଟୋ ସହିତ ଏକ ସୁନ୍ଦର କ୍ୟାପସନ୍ ମଧ୍ୟ ଲେଖିଛନ୍ତି। ଯେଉଁଥିରେ ସେ ଲେଖିଛନ୍ତି ‘ଗର୍ଭବତୀ ହେବା କେତେ ସୁନ୍ଦର ଆଶୀର୍ବାଦ ଅଟେ । ମୁଁ କଳ୍ପନା କରିପାରୁ ନାହିଁ । ତୁମ ଭିତରେ ଏକ ଜୀବନ ଜନ୍ମ ହେବାର ଅନୁଭୂତି କେତେ ଆନନ୍ଦଦାୟକ ତାହା କଳ୍ପନା କରିପାରିବି ନାହିଁ । ମୁଁ ଶୀଘ୍ର ତୁମକୁ ଦେଖା କରିବାକୁ ଯାଉଛି। ‘

ଏହା ବ୍ୟତୀତ ତ ସେ ଆହୁରି ଲେଖିଛନ୍ତି, ‘ଯେତେବେଳେ ମୁଁ ଭାଙ୍ଗି ଯାଇଥିଲି, ଏହି ସୁନ୍ଦର ଲୋକ ମୋତେ ସାହସ ଦେଇଥିଲେ। ଏହା ସହ ସହାସ ଦେଇଛନ୍ତି । ସେ ମୋର ଲୁହ ପୋଛି ଦିଅନ୍ତି, ଏବଂ ବହୁତ ମଜା କରି ମୋତେ ହସାନ୍ତି। ମୋର ସବୁ ସମସ୍ୟାକୁ ଦୂର କରି ଦେଇଥିଲେ। ମଲାଇକା ଆରୋରା ଓ ନର୍ଗିସ୍‌ ମଧ୍ୟ ଇଲିଆନାଙ୍କ ପୋଷ୍ଟକୁ ବହୁତ ପସନ୍ଦ କରିଛନ୍ତି । ଏହିସବୁ ଦେଖିବା ପରେ ପ୍ରଶଂସକମାନେ ଭିନ୍ନ ଭିନ୍ନ କମେଣ୍ଟ ଦେଇଛନ୍ତି। ହେଲେ ଏବିବି କଳ୍ପନା ଜଳ୍ପନା ଚାଲିଛି ସେହି ବ୍ୟକ୍ତି ଜଣକ କିଏ।

   Related Posts