ନୂଆଦିଲ୍ଲୀ ୧୬।୧୦ ସାଧାରଣତଃ ସମସ୍ତେ ନିଜର ପରିଶ୍ରମ ବଳରେ ପରିଚୟ ସୃଷ୍ଟି କରିବାକୁ ଚାହାଁନ୍ତି । ଏଥିପାଇଁ ଲୋକମାନେ ଅଧିକ କଠିନ ଅଧ୍ୟୟନ କରନ୍ତି । ଯଦି କେବେ ବିଫଳତା ହୁଅନ୍ତି, ତେବେ ପିଲାମାନଙ୍କର ମନୋବଳ ନଭାଙ୍ଗି ପୁଣି ଥରେ ଚେଷ୍ଟା ଜାରି ରଖନ୍ତି । କିନ୍ତୁ ଅନ୍ୟପଟେ କିଛି ଲୋକ ଅଛନ୍ତି ବିଫଳ ହେବା ପରେ ଭାଙ୍ଗି ପଡନ୍ତି ଯାହା ପରେ କିଛି ଭୁଲ୍ ପଦକ୍ଷେପ ମଧ୍ୟ ନିଅନ୍ତି । ଏପରି ଜଣେ ବ୍ୟକ୍ତିଙ୍କ ବିଷୟରେ କହିବାକୁ ଯାଉଛୁ, ଯିଏ କେବଳ ଅଳ୍ପ ବୟସରେ ବଡ଼ ସଫଳତା ହାସଲ କରିଥିଲେ, ଏହା ହେଉଛି ଆଇପିଏସ୍ ଅଧିକାରୀ ମନୋଜ କୁମାର ଶର୍ମାଙ୍କ ନିଆରା କାହାଣୀ। ମନୋଜ ଦ୍ୱାଦଶ ଶ୍ରେଣୀରେ ଫେଲ୍ ହୋଇଥିଲେ। କିନ୍ତୁ ଏହା ସତ୍ତ୍ବେ ସେ ହାର ମାନିନଥିଲେ ଏବଂ ଦେଶର ସବୁଠାରୁ କଠିନ ପରୀକ୍ଷାରେ ସେ ଉତ୍ତୀର୍ଣ୍ଣ ହେବା ପରେ ଆଇପିଏସ୍ ହୋଇଥିଲେ। ତାଙ୍କର ସଫଳତାର କାହାଣୀ ଅତ୍ୟନ୍ତ ଆକର୍ଷଣୀୟ ଏବଂ ଏହା ଛାତ୍ରମାନଙ୍କୁ ମଧ୍ୟ ଉତ୍ସାହିତ କରିବ ।
ମଧ୍ୟପ୍ରଦେଶର ମୁରେନା ରହୁଥିବା ମନୋଜ ଶର୍ମା ପିଲାଦିନରୁ IAS ଅଧିକାରୀ ହେବାକୁ ଚାହୁଁଥିଲେ, କିନ୍ତୁ ଦୁର୍ଭାଗ୍ୟବଶତଃ ସେ ଦ୍ୱାଦଶ ଶ୍ରେଣୀରେ ଫେଲ ହୋଇଥିଲେ। କେବଳ ଏତିକି ନୁହେଁ, ସେ ନବମ ଓ ଦଶମ ଶ୍ରେଣୀରେ ଥାର୍ଡ ଡିଭିଜନ ମଧ୍ୟ ପାଇଥିଲେ। ଦ୍ୱାଦଶ ଶ୍ରେଣୀରେ, ମନୋଜ ହିନ୍ଦୀ ବ୍ୟତୀତ ସମସ୍ତ ବିଷୟଗୁଡିକରେ ଫେଲ ହୋଇଥିଲେ । ତଥାପି, ଅନେକ ଅସଫଳତା ପାଇବା ପରେ ମଧ୍ୟ ମନୋଜ ନିଜ ଉପରେ ବିଶ୍ୱାସ ହରାଇ ନଥିଲେ । ସେ ନିଜ ଲକ୍ଷ୍ୟରୁ ଓହରି ନଥିଲେ ଏବଂ ଦେଶର ସମ୍ମାନଜନକ ପରୀକ୍ଷା ପାଇଁ ୟୁପିଏସସି ପାଇଁ ପ୍ରସ୍ତୁତି ଆରମ୍ଭ କରିଥିଲେ।
ଅନ୍ୟପଟେ ମନୋଜ ତାଙ୍କ ଜୀବନୀ କାହାଣୀକୁ ନେଇ ଏକ ପୁସ୍ତକରେ ଲେଖିଛନ୍ତି। ତାଙ୍କର ଏହି ପୁସ୍ତକର ନାମ ହେଉଛି 'ଟୁଏଲ୍ଭ ଫେଲ୍' । ଏଥିରେ ସେ କହିଛନ୍ତି ଯେ ପାଠ ପଢା ସମୟରେ ସେ ଗ୍ୱାଲିଅରରେ ମଧ୍ୟ ଏକ ଅଟୋ ଚଳାଇଥିଲେ। ତାଙ୍କ ଘରର ଅବସ୍ଥା ସେତେବେଳେ ଏତେ ଖରାପ ଥିଲା ଯେ ତାଙ୍କ ଘରେ ଛାତ ମଧ୍ୟ ନଥିଲା। ଏହି କାରଣରୁ ତାଙ୍କୁ ଭିକାରୀମାନଙ୍କ ସହିତ ମଧ୍ୟ ଶୋଇବାକୁ ମଧ୍ୟ ପଡିଲା । ସେ ବହୁ କଷ୍ଟ ଅଭାବ ଭିତରେ ଗତି କରିଛନ୍ତି । କିନ୍ତୁ ତାଙ୍କର କଠିନ ସଂଘର୍ଷ ତାଙ୍କୁ ଉଚ୍ଚ ଶୀର୍ଷକୁ ପହଞ୍ଚାଇଛି ।
ଦ୍ୱାଦଶ ଶ୍ରେଣୀରେ ପଢୁଥିବା ବେଳେର ମନୋଜ ଏକ ଝିଅକୁ ଭଲ ପାଉଥିଲେ। କିନ୍ତୁ ସେ ତାଙ୍କ ସାମ୍ନାରେ ନିଜ ପ୍ରେମକୁ କେବେ ବି ପ୍ରକାଶ କରି ପାରି ନଥିଲେ। ସେ ଭୟ କରୁଥିଲେ ଯେ ଦ୍ୱାଦଶରେ ଫେଲ୍ ହୋଇଥିବାରୁ ତାଙ୍କ ପ୍ରେମକୁ ପ୍ରତ୍ୟାଖ୍ୟାନ ନ କରି ଦେଉ। ହେଲେ ଶେଷରେ ସେ ଝିଅଟି ସାମ୍ନାରେ ନିଜର ପ୍ରେମ ବ୍ୟକ୍ତ କରିଥିଲେ । କିନ୍ତୁ ଝିଅକୁ ପ୍ରସ୍ତାବ ଦେଇ ସେ କହିଥିଲେ ଯେ ଯଦି ତୁମେ ହଁ କର ଏବଂ ମୋତେ ସମର୍ଥନ କର, ତେବେ ମୁଁ ସମଗ୍ର ବିଶ୍ୱକୁ ଓଲଟାଇ ରଖି ଦେବି । ଏହା ପରେ ମନୋଜ କଠିନ ପରିଶ୍ରମ କଲେ ଏବଂ ସବୁକିଛି ସଫଳ ହେଲା । ସେ UPSC ପରୀକ୍ଷା ଦେଇ ସଫଳତା ପାଇଲେ। ସେ ୨୦୦୫ ବ୍ୟାଚ୍ରେ ମହାରାଷ୍ଟ୍ର କ୍ୟାଡରରୁ ଆଇପିଏସ୍ ହୋଇଥିଲେ । ବର୍ତ୍ତମାନ ତାଙ୍କୁ ମୁମ୍ବାଇର ପଶ୍ଚିମ ଅଞ୍ଚଳର ଅତିରିକ୍ତ କମିଶନର ଭାବରେ ପୋଷ୍ଟ କରାଯାଇଛି। ମନୋଜ ଜୀବନରେ ଅନେକ ବିଫଳତା ଦେଖିବା ପରେ ମଧ୍ୟ ସାହସ ନହାରି ନିଜର ପରିଚୟ ସୃଷ୍ଟି କରିଥିଲେ ।