IIT ଗୌହାଟୀର ଛାତ୍ରଙ୍କୁ ମିଳିଲା ୨.୪ କୋଟି ଟଙ୍କାର ସାଲେରୀ ପ୍ୟାକେଜ୍ର ଅଫର
2/12/2022 at 11:21 PM

ନୂଆଦିଲ୍ଲୀ: ଇଣ୍ଡିଆନ ଇନଷ୍ଟିଚ୍ୟୁଟ୍ ଅଫ ଟେକ୍ନୋଲୋଜି ଗୌହାଟୀର ୨୦୨୨-୨୩ ଶିକ୍ଷା ବର୍ଷ ପାଇଁ କ୍ୟାମ୍ପସ ପ୍ଲେସମେଣ୍ଟ ଚାଲିଛି। ପ୍ଲେସମେଣ୍ଟର ପ୍ରଥମ ଦିନରେ ୪୬ କମ୍ପାନି ଦ୍ଵାରା ମୋଟ୍ ୧୬୮ ଜଣଙ୍କୁ ଅଫର ଦିଆଯାଇଛି।
ଏହି ନିଯୁକ୍ତିରେ ସବୁଠୁ ଅଧିକ ଅର୍ଥର ଅଫର ୨.୪ କୋଟି ରହିଛି। ଗୌହାଟୀ ଆଇଆଇଟିର ଇତିହାସରେ ଏ ପର୍ଯ୍ୟନ୍ତ ସବୁଠୁ ଏହା ବଡ ଅଫର। ଆଉ ଏହି ଅଫର ଜଣେ ବିଟେକ୍ ଛାତ୍ରଙ୍କୁ ମିଳିଛି। ଟାଇମ୍ସ ଅଫ ଇଣ୍ଡିଆର ରିପୋର୍ଟ ଅନୁଯାୟୀ, ଦୁଇ ଜଣ ବିଟେକ୍ ଛାତ୍ରଙ୍କୁ ୧.୧ କୋଟି ଟଙ୍କାର ଡୋମେଷ୍ଟିକ ସେଲରୀ ପ୍ୟାକେଜ୍ ଅଫର ଦିଆଯାଇଛି।
ସୂଚନାଯୋଗ୍ୟ, ଚଳିତ ବର୍ଷ ଇଞ୍ଜିନିୟରିଂର ଅନେକ ବ୍ରାଞ୍ଚରେ ଯେପରି ସଫ୍ଟଓ୍ଵେର ଡେଭଲପମେଣ୍ଟ, ଡାଟା ସାଇନ୍ସ, କ୍ଵାଣ୍ଟ ଏବଂ କୋର ଇଞ୍ଜିନିୟର, ୟୁଏକ୍ସ ଡିଜାଇନର, ଭିଏଲଏସଆଇ, ହ୍ଵିକଲ୍ ଇଞ୍ଜିନିୟରିଂ, ଏନାଲିଷ୍ଟ, ପ୍ରଡକ୍ଟ ଡିଜାଇନର ଜବ୍ ପ୍ରୋଫାଇଲ ଆଦି ଅଫର ଦିଆଯାଇଥିଲା।
ପ୍ଲେସମେଣ୍ଟର ପ୍ରଥମ ପର୍ଯ୍ୟାୟ ଡିସେମ୍ବର ୧୫ ପର୍ଯ୍ୟନ୍ତ ଜାରି ରହିବ ବୋଲି ଆଶା କରାଯାଉଛି। ପ୍ଲେସମେଣ୍ଟ ପାଇଁ ମୋଟ୍ ୧୨୬୯ ଛାତ୍ର ଆବେଦନ କରିଥିଲେ। ୪୭୦ ପ୍ରୋଫାଇଲ୍ ପାଇଁ ମୋଟ୍ ୨୬୪ କମ୍ପାନି ନିଯୁକ୍ତି ଦେବେ।
ପ୍ଲେସମେଣ୍ଟରେ ବଡ ବଡ କମ୍ପାନି ଯେପରି, ଟେକ୍ସାସ ଇନଷ୍ଟ୍ର୍ୟୁମେଣ୍ଟ୍ସ, ଗୁଗଲ, ଉବେର, କ୍ଵାଲକମ, ସି-ଡଟ୍, ଏନଫେଜ ଏନର୍ଜି, ଓରେକଲ, ନ୍ୟୁଟେନିକ୍ସ, ଥଟସ୍ପଟ୍ ଏମଟିଏସ-୨, ସ୍କ୍ଵାୟରପଏଣ୍ଟ ଏସଡିଇ/କ୍ଵାଣ୍ଟ, ଆମେରିକନ ଏକ୍ସପ୍ରେସ୍, ଜେପି ମୋର୍ଗାନ ଚେସ୍, ବଜାଜ, ରିପଲିଙ୍ଗ, ଟିବ୍ରା, କୋହେସିଟି ପରି ଆଦି କମ୍ପାନି ସାମିଲ୍।