ଅଣ୍ଡା, ଚିକେନ୍, ମାଛ, ମଟନ୍ ଆଉ ଆମିଷ କ୍ୟାଟେଗରୀରେ ନାହିଁ

Published By : Prameya-News7 Bureau | December 22, 2020 IST

ନୂଆଦିଲ୍ଲୀ ୨୨/୧୨ : ଯଦି ଆପଣ ଶାକାହାରୀ, ଆପଣ କେବେ ଅଣ୍ଡା, ଚିକେନ୍, ମାଛ କିମ୍ବା ମଟନ୍ ଖାଇନାହାନ୍ତି ତାହେଲେ ଆଗକୁ ବି ଖାଇପାରିବେ ନାହିଁ ବୋଲି କିଛି ମାନେନାହିଁ। ଆପଣ ବର୍ତ୍ତମାନ କୌଣସି ଦିନ ବାର ନ ଦେଖି ଆରାମରେ ଅଣ୍ଡା, ଚିକେନ୍, ମାଛ ଖାଇପାରିବେ। କିନ୍ତୁ ମନେ ରଖନ୍ତୁ ତାହା କେବଳ ଆଇଆଇଟି ଦିଲ୍ଲୀ (IIT Delhi) ରେ ତିଆରି ହୋଇଥିବା ଦରକାର। ଆଇଆଇଟି ଦିଲ୍ଲୀ ଖାସ୍ ପନିପରିବା ଓ ଫଳରୁ ଅଣ୍ଡା, ଚିକେନ୍, ମାଛ ଓ ମଟନ୍ ପ୍ରସ୍ତୁତ କରିଛି। ଏହାର ସ୍ୱାଦ ଓ ବାସନା ପୁରା ଆମିଷ ଭଳି।

{"id":381190,"sizeSlug":"large","linkDestination":"none"}

ମ୍ୟାକ୍ ଅଣ୍ଡା ଚିକେନ୍ ଓ ମଟନ୍-ମାଛ ତିଆରି କରିବାକୁ ଆଇଆଇଟି ଦିଲ୍ଲୀକୁ ଆୱାର୍ଡ ମିଳିଛି। ଆଇଆଇଟି ସେଣ୍ଟର୍ ଫର୍ ରୁରାଲ୍ ଡେଭେଲପମେଣ୍ଟ ଆଣ୍ଡ ଟେକ୍ନୋଲୋଜି ବିଭାଗ ମ୍ୟାକ୍ ଅଣ୍ଡା ଚିକେନ୍ ଓ ମଟନ୍-ମାଛ ପ୍ରସ୍ତୁତ କରିଛି। ଏହି ବିଭାଗର ଛାତ୍ର ଅଂଶୁ ଯାଦବ, କାମାକ୍ଷୀ ଓ ବିନାୟକ ଏହି ରିସର୍ଚ୍ଚରେ ସାମିଲ ଅଛନ୍ତି।

{"id":381196,"sizeSlug":"large","linkDestination":"none"}

ରିସର୍ଚ୍ଚ ପାଇଁ ଏହି ଛାତ୍ରମାନେ ଇନୋଭେଟିବ୍ସ ଫର୍ ଏସଡିଜି ଫର୍ କମ୍ପିଟିସନରେ ପ୍ରଥମ ପୁରସ୍କାର ହାସଲ କରିଛନ୍ତି। ଏହି ପ୍ରତିଯୋଗିତା ୟୁଏନଡିପି (ୟୁନାଇଟେଡ୍ ନେଶନ୍ ଡେଭେଲପମେଣ୍ଟ ପ୍ରୋଗ୍ରାମ୍) ଏକ୍ସେଲେଟର ଲ୍ୟାବ୍ ଇଣ୍ଡିଆ ତରଫରୁ ଆୟୋଜିତ କରାଯାଇଥିଲା।

wp:embed {"url":"https://twitter.com/DDNewslive/status/1341058435509411841","type":"rich","providerNameSlug":"twitter","responsive":true,"className":""}
https://twitter.com/DDNewslive/status/1341058435509411841
/wp:embed

ଆଇଆଇଟି ଦିଲ୍ଲୀ ସୂଚନା ଅନୁଯାୟୀ, ମ୍ୟାକ୍ ଅଣ୍ଡା ଚିକେନ ଓ ମଟନ-ମାଛ ସମ୍ପୂର୍ଣ ଫଳ ଓ ପରିବାରେ ପ୍ରସ୍ତୁତ କରାଯାଇଛି। ଏହାର ସ୍ୱାଦ ଆମିଷ ଭଳି ଏବଂ ନ୍ୟୁଟ୍ରିସନଯୁକ୍ତ। ଏହାକୁ ଅତି ସରଳ ୟୁପିଏ କ୍ଷେତରେ ହେଉଥିବା ଫଳ ଓ ପରିବାରୁ ପ୍ରସ୍ତୁତ କରାଯାଇଛି।

{"id":381193,"sizeSlug":"large","linkDestination":"none"}

ଏହାର ପ୍ରୋଟିନ କେବଳ ଦେଖାଯାଏନି ବରଂ ଏହାର ସ୍ୱାଦ ମଧ୍ୟ ଅଣ୍ଡା ଭଳି। ଯୁଏନଡିପି ଅନୁଯାୟୀ, ମ୍ୟାକ୍ ଏଗ୍ ଇନୋଭେସନ୍ ଏକ ପରଫେକ୍ଟ ଇନୋଭେସନ୍। ନକଲି ଅଣ୍ଡା ଆବିଷ୍କାର ପ୍ରୋଟିନର ଆବଶ୍ୟକତା ପୁରା କରିବା। ଶାକାହାରୀ ପଦାର୍ଥରେ ପ୍ରସ୍ତୁତ କରାଯାଇଥିବା ଏହି ନକଲି ଅଣ୍ଡା ଭୋକ ମେଣ୍ଟାଇବା ସହ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଅନେକ ଆବଶ୍ୟକତାକୁ ପୁରା କରିଥାଏ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.