IIP Data: ଶିଳ୍ପ ଉତ୍ପାଦନରେ ବଡ଼ ଅଭିବୃଦ୍ଧି, ମାର୍ଚ୍ଚର ୧.୯ ପ୍ରତିଶତ ତୁଳନାରେ ଏପ୍ରିଲରେ IIP ୭.୧%

Published By : Prameya-News7 Bureau | June 10, 2022 IST

ନୂଆଦିଲ୍ଲୀ: ଏପ୍ରିଲରେ ଦେଶର ଶିଳ୍ପ ଉତ୍ପାଦନରେ ବେଶ ଉତ୍ସାହ ଜନକ ରହିଛି । ଏହାସହ ଅର୍ଥବ୍ୟବସ୍ଥାରେ ସୁଧାରର ବଡ଼ ସଂକେତ ଦେଇଛି । ଏପ୍ରିଲରେ ଆଇଆଇପି (ଇଣ୍ଡେକ୍ସ ଅଫ୍ ଇଣ୍ଡଷ୍ଟିୟଲ ପ୍ରଡକ୍ସନ) ୭.୧ ପ୍ରତିଶତ ରହିଛି । ମାର୍ଚ୍ଚରେ ଆଇଆଇପି ୧.୯ ପ୍ରତିଶତ ରହିଥିଲା। ଉତ୍ପାଦନ ଅଭିବୃଦ୍ଧି ହାର ଗୋଟିଏ ମାସ ଆଧାରରେ ୦.୯ ପ୍ରତିଶତରୁ ବଢି ୬.୩ ପ୍ରତିଶତ ହୋଇଛି। ମାର୍ଚ୍ଚ ତୁଳନାରେ ଏପ୍ରିଲରେ ଆଇଆଇପିରେ ୧୩୩.୫ ପ୍ରତିଶତ ବୃଦ୍ଧି ରେକର୍ଡ କରାଯାଇଛି।

ସେହିପରି ମାଇନିଂ ଉଦ୍ୟୋଗର ଅଭିବୃଦ୍ଧି ଏପ୍ରିଲରେ ୭.୮ ପ୍ରତିଶତ ରହିଛି । ମାର୍ଚ୍ଚରେ ଏହା ୪ ପ୍ରତିଶତ ରହିଥିଲା। ଏହାଛଡା ଇଲେକ୍ଟ୍ରିସିଟି ଗ୍ରୋଥ ଏପ୍ରିଲରେ ୧୧.୮ ପ୍ରତିଶତ ହୋଇଛି, ମାର୍ଚ୍ଚରେ ଏହା ୬.୮ ପ୍ରତିଶତ ରହିଥିଲା। ସେହିପରି ପ୍ରଥାମିକ ଦ୍ରବ୍ୟ ହାର ୧୦.୧ ପ୍ରତିଶତରେ ପହଞ୍ଚିଛି ଯାହା ମାର୍ଚ୍ଚ ୨୦୨୨ରେ ୫.୭ ପ୍ରତିଶତରେ ଥିଲା।  

ସେହିପରି ଏପ୍ରିଲରେ କ୍ୟାପିଟାଲ ଗୁଡସ ସେକ୍ଟରରେ ୧୪.୭ ପ୍ରତିଶତ ଅଭିବୃଦ୍ଧି ରେକର୍ଡ ହୋଇଛି । ମାର୍ଚ୍ଚରେ ଏହାର ଅଭିବୃଦ୍ଧି ହାର ୦.୭ ପ୍ରତିଶତ ରହିଥିଲା । ତେବେ ଏପ୍ରିଲରେ ଇନଫ୍ରା ଗୁଡସ ଅଭିବୃଦ୍ଧିରେ ହ୍ରାସ ରେକର୍ଡ ହୋଇଛି । ଏପ୍ରିଲରେ ଇନଫ୍ରା ଗୁଡସ ଅଭିବୃଦ୍ଧି ୩.୮ ପ୍ରତିଶତ ରହିଛି, ମାର୍ଚ୍ଚରେ ଏହି ଅଭିବୃଦ୍ଧି ୭.୩ ପ୍ରତିଶତ ରହିଥିଲା। ସେହିପରି କଜ୍ୟୁମର ଡ୍ୟୁରେବଲ୍ସ ଅଭିବୃଦ୍ଧି ନେଗେଟିଭରୁ ପଜିଟିଭି ଜୋନରେ ପହଞ୍ଚିଛି। ମାର୍ଚ୍ଚରେ କଜ୍ୟୁମର ଡ୍ୟୁରେବଲ୍ସ ଅଭିବୃଦ୍ଧି -୩.୨ ପ୍ରତିଶତ ଥିବା ବେଳେ ଏପ୍ରିଲରେ ଏହା ବୃଦ୍ଧି ପାଇ ୮.୫ ପ୍ରତିଶତ ହୋଇଛି।    

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.