ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • ଗଞ୍ଜାମ: ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ବିରୋଧ କପି ବିଜେପି ନେତା ଗିରଫ
  • ||
  • ପୁରୁଷୋତ୍ତମପୁର: ରାଜନୈତିକ ଶତୃତାରୁ ଗୁଳିକାଣ୍ଡ; ଗୁରୁତର ଯୁବକ ମେଡିକାଲ୍‌ରେ ଭର୍ତ୍ତି
  • ||
  • ବୁଲେଟପ୍ରୁଫ୍‌ କଣ୍ଟେନରରେ ରାଲିରେ ପହଞ୍ଚି ସମ୍ବୋଧନ କଲେ ଇମରାନ୍‌, ଆତଙ୍କୀ ଆକ୍ରମଣ ନେଇ ରହିଥିଲା ଚେତାବନୀ
  • ||
  • ଇସ୍ରୋକୁ ବଡ଼ ସଫଳତା, ସଫଳତାପୂର୍ବକ ଲଞ୍ଚ କଲା ଓ୍ବାନଓ୍ବେବର ୩୬ ଉପଗ୍ରହ
  • ||
  • ରାଜଧାନୀରେ ପୁଣି ଏନ୍‌କାଉଣ୍ଟର, ପୋଲିସ ଗୁଳିରେ ଅପରାଧି ଜିତୁ ଆହତ
  • ||
  • ୟୁକ୍ରେନ ସହ ଯୁଦ୍ଧ ମଧ୍ୟରେ ପୁଟିନ୍‌ଙ୍କ ବଡ଼ ଘୋଷଣା, କହିଲେ-ବେଲାରୁସ୍‌ରେ ପରମାଣୁ ହତିଆର ନିୟୋଜିତ କରିବ ରୁଷ
  • ||
  • ଭୂମିକମ୍ପ ଝଟକା ଥରିଲା ରାଜସ୍ଥାନ, ବିକାନୋର ଠାରୁ ୫୧୬ କିମି ଦୂରରେ କେନ୍ଦ୍ରସ୍ଥଳ
  • ||

ଭାରତର ପୁଣି ଡିଜିଟାଲ୍ ଷ୍ଟ୍ରାଇକ୍, ୨୩୨ ମୋବାଇଲ୍ ଆପ୍ ବ୍ୟାନ୍‌, ଚୀନ୍ ଲିଙ୍କ୍ ଥିବା ସୂଚନା

5/02/2023 at 1:54 PM

ନୂଆଦିଲ୍ଲୀ: ଭାରତ ସରକାରଙ୍କ ପୁଣି ଥରେ ଡିଜିଟାଲ୍ ଷ୍ଟ୍ରାଇକ୍ । ୨୩୨ ବେନାମୀ ମୋବାଇଲ୍ ଆପ୍ଲିକେସନ୍ ବ୍ୟାନ୍‌ । ବେଟିଂ ଓ ଲୋନ୍ ଆପ୍‌ର ଉପରେ କଟକଣା ଲାଗିଛନ୍ତି ଭାରତ ସରକାର । ଏଥିରେ ୧୩୮ଟି ବେଟିଂ ଏବଂ ୯୪ଟି ଋଣ କାରବାର ଆପ୍ଲିକେସନ ରହିଥିବା ଜଣାପଡ଼ିଛି । ଏହି ଅପ୍ ଗୁ଼ଡ଼ିକ ସହିତ ଚୀନ୍‌ର କନେକସ୍‌ନ ଥିବାରୁ ସରକାର କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ।

ସୂଚନା ଅନୁଯାୟୀ, ଏହି ଆପ୍ଲିକେସନ ଗୁଡ଼ିକର ଚୀନ୍ ସହିତ ପ୍ରତ୍ୟକ୍ଷ ବା ପରୋକ୍ଷ ଭାବେ ସମ୍ବଦ୍ଧ ରହିଛି । ଗୃହ ମନ୍ତ୍ରାଳୟ ଏହି ୨୩୨ ଆପ୍‌କୁ ଜରୁରୀକାଳୀନ ସ୍ଥିତିରେ ବ୍ଲକ୍ କରିବାକୁ ଅର୍ଥନୈତିକ ଓ ସୂଚାନ ପ୍ରସାରଣ ମନ୍ତ୍ରଣାଳୟକୁ ନିର୍ଦ୍ଦେଶ ଦେଇଛନ୍ତି । ଆଇଟି ଆକ୍ଟ ୬୯ ଆଧାରରେ ସମସ୍ତ ଆପ୍ଲିକେସନକୁ ବ୍ୟାନ କରାଯାଇଛି । ରାଷ୍ଟ୍ରୀୟ ସୁରକ୍ଷା ଦିଗରେ ଏହି ଆପ୍ ଗୁଡ଼ିକ ବିପଦ ବଢ଼ାଉଥିଲେ ।

ଏହି ଆପ୍ଲିକେସନ ଗୁଡ଼ିକ ସ୍ମାର୍ଟଫୋନରେ ଡାଉନଲୋଡ୍ ପାଇଁ ପ୍ଲେ-ଷ୍ଟୋର ଉପଲବ୍ଧ ନଥିଲେ ମଧ୍ୟ ଥାର୍ଡ ପାର୍ଟି ଲିଙ୍କ୍ ମାଧ୍ୟମରେ ଡାଉନଲୋଡ୍ କରି ହେଉଛି । କୌଣସି ସୋସିଆଲ୍ ମିଡିଆ ସାଇଟ୍‌ରେ ମଧ୍ୟ ଗେମ୍ ଖେଳି ହେଉଛି । ଏହାରି ମାଧ୍ୟମରେ କ୍ରିପ୍ଟୋକରେନ୍ସିରେ ପେମେଣ୍ଟ କରି ହେଉଥିଲା । MIBର ସୂଚନା ମୁତାବକ, ଭାରତରେ ଅଧିକାଂଶ ରାଜ୍ୟରେ ବେଟିଂ ଓ ଗାମ୍ବଲିଂ ବେଆଇନ ଘୋଷଣା କରାଯାଉଛି । ଏଗୁଡ଼ିର ବିଜ୍ଞାପନ ଉପରେ ମଧ୍ୟ ପ୍ରତିବନ୍ଧକ ଲଗାଯାଇଛି ।

ଓଡ଼ିଶା, ତେଲଙ୍ଗାନା ଓ ଉତ୍ତର ପ୍ରଦେଶ ଆଦି ରାଜ୍ୟକୁ ଏହି ଆପ୍ଲିକେସନ୍ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଭାରତୀୟ ଗୁଇନ୍ଦା ଏଜେନ୍ସି କହିଥିଲା । ଏହା ପୂର୍ବରୁ ଗୃହ ମନ୍ତ୍ରଣାଳୟ ୨୮ଟି ଚୀନ୍ ଆପ୍‌କୁ ନେଇ ବିଶ୍ଳେଷଣ କରିଥିଲା । ଏଥିରେ ୯୪ଟି ଆପ୍ଲିକେସନ୍ ଥାର୍ଡ ପାର୍ଟି ଲିଙ୍କ୍ ମାଧ୍ୟମରେ କାମ କରୁଥିବା ଜାଣିବାକୁ ପାଇଥିଲେ ।  

 

   Related Posts