Retail icon award
Retail icon award
728*90
728*90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

IIFA 2023 : ଆଲିଆ ଭଟ୍ଟ, ହ୍ରିତିକ୍‌ ରୋଶନ ହେଲେ ଶ୍ରେଷ୍ଠ କଳାକାର, ବ୍ରହ୍ମାସ୍ତ୍ର ଜିତିଲା ସବୁଠାରୁ ଅଧିକ ଆୱାର୍ଡ

29/05/2023 at 10:09 AM

ମୁମ୍ଵାଇ ୨୯।୦୫: ବଲିଉଡର ମୋଷ୍ଟ ପପୁଲାର ଆୱାର୍ଡ ଆଇଫା ଆୱାର୍ଡ । ଶନିବାର ଇଣ୍ଟରନ୍ୟାସନାଲ୍ ଇଣ୍ଡିଆନ୍ ଫିଲ୍ମ ଏକାଡେମୀ ଆୱାର୍ଡ ୨୦୨୩ ଏଡିସନ୍ ଆୟୋଜିତ ହୋଇଥିଲା । ଯେଉଁଥିରେ ସାମିଲ ହୋଇଥିଲେ ବଲିଉଡର ନାମୀଦାମୀ କଳାକାର । ଏହି ବିରାଟ ଆୟୋଜନରେ ଗତ ବର୍ଷ ରିଲିଜ୍ ହୋଇଥିବା ବଲିଉଡ୍ ଚଳଚ୍ଚିତ୍ର ଏବଂ ସେଥିରେ କାମ କରିଥିବା ପ୍ରସିଦ୍ଧ ଅଭିନେତା, ଅଭିନତ୍ରୀ ସମ୍ମାନିତ ହୋଇଛନ୍ତି ।

ଆଇଫା ୨୦୨୩ରେ ଗତ ବର୍ଷର ବ୍ଲକବଷ୍ଟର ଚଳଚ୍ଚିତ୍ରରୁ ବ୍ରହ୍ମାସ୍ତ୍ରକୁ ସବୁଠୁ ଅଧିକ ପୁରସ୍କାର ମିଳିଛି । ‘ବ୍ରହ୍ମାସ୍ତ୍ର’ ଚଳଚ୍ଚିତ୍ର ଆଇଫା ୨୦୧୩ର ୬ଟି ଟ୍ରଫି ନିଜ ନାଁରେ କରିଛି । ଏଥିସହ ସଞ୍ଜୟ ଲୀଲା ବଂଶାଳୀର ‘ଗଙ୍ଗୁବାଇ କାଠିୟାୱାଡ଼ି’କୁ ମଧ୍ୟ ୫ଟି ପୁରସ୍କାର ପ୍ରଦାନ କରାଯାଇଛି । ଏହି ପରିପ୍ରେକ୍ଷୀରେ ଆଲିଆ ଭଟ୍ଟ ନିଜ ଅଭିନୟ ପାଇଁ ପୁଣିଥରେ ଶ୍ରେଷ୍ଠ ଅଭିନେତ୍ରୀ ଭାବେ ସମ୍ମାନିତ ହୋଇଛନ୍ତି । ଆଲିଆ ୪ର୍ଥ ଥର ପାଇଁ ଆଇଫା ଆୱାର୍ଡ ଜିତିଥିଛନ୍ତି। ତେବେ ଅନ୍ୟପଟେ ‘ବିକ୍ରମ ବେଦା’ରେ ଦମଦାର ଅଭିନୟ କରିଥିବା ସୁପରଷ୍ଟାର ହ୍ରିତିକ୍ ରୋଶନଙ୍କୁ ଶ୍ରେଷ୍ଠ ଅଭିନେତା ଭାବେ ସମ୍ମାନିତ ହୋଇଛନ୍ତି । ଯିଏ ନିଜ ଅଭିନୟ ପାଇଁ ଏ ପର୍ଯ୍ୟନ୍ତ ସବୁଠୁ ଅଧିକ ଆଇଫା ଆୱାର୍ଡ ହାସଲ କରିଛନ୍ତି । ମୌନି ରୟ ମଧ୍ୟ ବ୍ରହ୍ମାସ୍ତ୍ର ପାଇଁ ଆଇଫା ପାଇଛନ୍ତି । ଏହା ବ୍ୟତୀତ ରକେଟ୍ରି ଫିଲ୍ମ ପାଇଁ ଆର୍‌ ମାଧବନଙ୍କୁ ମଧ୍ୟ ଆଇଫା ଆୱାର୍ଡ ମିଳିଛି।

ବ୍ରହ୍ମାସ୍ତ୍ର ଚଳଚ୍ଚିତ୍ରରେ କଣ୍ଠଦାନ କରିଥିବା ଅରିଜିତ୍ ସିଂ ଶ୍ରେଷ୍ଠ ଗୀତିକାର ଭାବେ ସମ୍ମାନିତ ହୋଇଛନ୍ତି। ସର୍ବାଧିକ ଆଇଫା ଆୱାର୍ଡ ଜିତିଥିବା ଗୀତିକାର ଭାବେ ଅରିଜିତ୍ ସିଂ ପରିଚିତ । ଗତ ବର୍ଷ ଅଜୟ ଦେବଗନଙ୍କ ଅଭିନୀତ ଦ୍ରିଶ୍ୟମ୍-୨ ଆଇଫା ୨୦୨୩ର ଶ୍ରେଷ୍ଠ ଚଳଚ୍ଚିତ୍ର ଭାବେ ସମ୍ମାନିତ ହୋଇଛି । ବ୍ରହ୍ମାସ୍ତ୍ର ଠାରୁ ଆରମ୍ଭ କରି ଭୁଲ ଭୁଲେୟା-୨ ସମସ୍ତ ଚଳଚ୍ଚିତ୍ର ଆଇଫା ହାସଲ କରିଛନ୍ତି । କିନ୍ତୁ, ଗତ ବର୍ଷ କ୍ରିଟିକ୍ସଠୁ ଆରମ୍ଭ କରି ଢେର ସାରା ପ୍ରଶଂସା ସାଉଁଟିଥିବା ଚଳଚ୍ଚିତ୍ର ଦ କାଶ୍ମୀର ଫାଇଲ୍ସକୁ ଆଇଫା ୨୦୨୩ରେ କୌଣସି ପୁରସ୍କାର ମିଳିନାହିଁ ।

ତେବେ ଚାଲନ୍ତୁ ଜାଣିବା ଆଉ ବାକି ରହିଥିବା ଆଇଫା ଆୱାର୍ଡ ଲିଷ୍ଟ ବିଷୟରେ…

ବେଷ୍ଟ ଫିଲ୍ମ : ଦୃଶ୍ୟମ-୨

ବେଷ୍ଟ ନିର୍ଦ୍ଦେଶକ: ଆର ମାଧବନ୍ (ରକେଟ୍ରି: ନାମ୍ବି ଇଫେକ୍ଟ)

ବେଷ୍ଟ ଆକ୍ଟର ଇନ୍‌ ଲିଡିଂ ରୋଲ (ମହିଳା): ଆଲିଆ ଭଟ୍ଟ (ଗାଙ୍ଗୁବାଇ କାଠିଆୱାଡି)

ବେଷ୍ଟ ଆକ୍ଟର ଇନ୍‌ ଲିଡିଂ ରୋଲ (ପୁରୁଷ): ହ୍ରିତିକ ରୋଶନ

ବେଷ୍ଟ ଆକ୍ଟର ଇନ୍‌ ସପୋର୍ଟିଂ ରୋଲ (ମହିଳା): ମୌନି ରୟ (ବ୍ରହ୍ମାସ୍ତ୍ର: ଭାଗ -୧ )

ବେଷ୍ଟ ଆକ୍ଟର ଇନ୍‌ ସପୋର୍ଟିଂ ରୋଲ (ପୁରୁଷ): ଅନିଲ କପୁର (ଜୁଗଜୁଗ ଜିଓ)

ଆଉଟ୍‌ଷ୍ଟାଡିଂ ଆଚିଭମେଣ୍ଟ ଫ୍ୟାଶନ ଇନ୍‌ ସିନେମା: ମନୀଷ ମଲହୋତ୍ରା

ଆଉଟ୍‌ଷ୍ଟାଡିଂ ଆଚିଭମେଣ୍ଟ ଇନ୍‌ ଇଣ୍ଡିଆନ ସିନେମା: କମଲ ହାସନ

ବେଷ୍ଟ ଏଡାପ୍ତେ ଷ୍ଟୋରୀ: ଆମିଲ କିୟାନ ଖାନ ଏବଂ ଅଭିଷେକ ପାଠକ (ଦୃଶ୍ୟମ-୨)

ବେଷ୍ଟ ଡେବ୍ୟୁ ମେଲ-ଶାନ୍ତୁନୁ ମହେଶ୍ଵରୀ (ଗଙ୍ଗୁବାଇ କାଠିଆୱାଡି ) ଏବଂ ବାବିଲ ଖାନ (କାଲା)

ବେଷ୍ଟ ଡେବ୍ୟୁ ଫିମେଲ-ଖୁସାଲି କୁମାର

ବେଷ୍ଟ ପ୍ଲେବ୍ୟାକ୍‌ ସିଙ୍ଗର-ଶ୍ରେୟା ଘୋଷାଲ(ବ୍ରହ୍ମାସ୍ତ୍ର-ରସିଆ)

ବେଷ୍ଟ ପ୍ଲେବ୍ୟାକ୍‌ ସିଙ୍ଗର ଫିମେଲ- ଅରିଜିତ୍‌ ସିଂ (କେସରିଆ)

ବେଷ୍ଟ ମ୍ୟୁଜିକ୍‌ ଡାଏରେକସନ୍‌-ପ୍ରୀତମ

ବେଷ୍ଟ ଲିରିକିଷ୍ଟ- ଅମିତାଭ ଭଟାଚାର୍ଯ୍ୟ- ବ୍ରହ୍ମାସ୍ତ୍ର- କେସରିୟା

ବେଷ୍ଟ ସିନେମାଟୋଗ୍ରାଫି- ସୁଦୀପ ଭଟାଚାର୍ଯ୍ୟ (ଗଙ୍ଗୁବାଇ)

ବେଷ୍ଟ ସ୍କ୍ରିନ୍‌ଫ୍ଲେ- ସଙ୍ଜୟଲୀଲା ଭନସାଲୀ -ଉତ୍କର୍ଶିନୀ ବଶିଷ୍ଠ (ଗଙ୍ଗୁବାଇ)

ବେଷ୍ଟ ଡାଏଲଗ- ଉତ୍କର୍ଶିନୀ ବଶିଷ୍ଠ, ପ୍ରକାଶ କାପାଡିଆ (ଗଙ୍ଗୁବାଇ କାଠିଆୱାଡି)

ବେଷ୍ଟ କୋରିଓଗ୍ରାଫି-ଭୁଲ୍‌ ଭୁଲେୟାଁ-୨

ବେଷ୍ଟ ସାଉଣ୍ଡ ଡିଜାଇନର- ଭୁଲ୍‌ ଭୁଲେୟାଁ-୨

ବେଷ୍ଟ ଏଡିଟିଂ-ଦୃଶ୍ୟମ-୨

ବେଷ୍ଟ ଓରିଜଲ ଷ୍ଟୋରୀ: ପରଭେଜ୍ ଶେଖ ଏବଂ ଜସ୍ମିଟ୍ ରେନ୍ (ଡାର୍ଲିଙ୍ଗସ୍)

ଆଞ୍ଚଳିକ ସିନେମା: ମରାଠୀ ଚଳଚ୍ଚିତ୍ର ‘ଭେଡ୍’ (ନିର୍ଦ୍ଦେଶକ- ରିତେଶ ଦେଶମୁଖ)

ବେଷ୍ଟ ସ୍ପେଶାଲ ଇଫେକ୍ଟ- ବ୍ରହ୍ମାସ୍ତ୍ର

ବେଷ୍ଟ ବ୍ୟାକ୍‌ଗ୍ରାଉଣ୍ଡ ସ୍କୋର-ବିକ୍ରମ ବେଦା

ବେଷ୍ଟ ବ୍ୟାକଗ୍ରାଉଣ୍ଡ ମିସ୍କିଙ୍ଗ-ମୋନିକା ଓ ମାଇ ଡାର୍ଲିଙ୍ଗ

   Related Posts