ପୁଣି ଆଉ ଜଣେ ଥାନା ଅଧିକାରୀ ରଣଜିତ ସାହୁ ନିଲମ୍ବିତ- ଏସ୍‌ଟିଏଫ୍‌ ସ୍କାନରରେ ଥିଲେ ।

Published By : Prameya-News7 Bureau | November 19, 2019 IST

କଟକ ୧୯।୧୧- ଖୋର୍ଦ୍ଧା ପଥର ମାଫିଆଙ୍କ ସମ୍ପର୍କରେ ଥିବା ଆଉ ଜଣେ ଥାନା ଅଧିକାରୀ ନିଲମ୍ବିତ ହୋଇଛନ୍ତି। ବାଲିଆପାଳ ଥାନା ଆଇଆଇସି ରଣଜିତ୍‌ ସାହୁଙ୍କୁ ପୁଲିସ ଡିଜି ବିଜୟ ଶର୍ମା ନିଲମ୍ବନ କରିଛନ୍ତି । ରଣଜିତ୍‌ ସାହୁ ଆଗରୁ ଖୋର୍ଦ୍ଧା ଥାନାର ଆଇଆଇସି ଥିଲେ । ସେ ପଥରମାଫିଆଙ୍କ ସହ ସମ୍ପର୍କ ଅଭିଯୋଗରେ ଏସ୍‌ଟିଏଫ୍‌ ସ୍କାନରରେ ଥିଲେ ।

ପୂର୍ବରୁ ଇସ୍‌ପେକ୍ଟର ବିକ୍ରମ କେଶରୀ ଜେନାଙ୍କୁ ପୁଲିସ୍‌ ଡିଜି ବେକେ ଶର୍ମା ନିଲମ୍ବିତ କରିଛନ୍ତି । ଖୋର୍ଦ୍ଧା ଜିଲ୍ଲାରେ ଇନିସ୍‌ପେକ୍ଟର ଭାବେ ନିଯୁକ୍ତି ପାଇଥିବା ବିକ୍ରମ କୌଣସି କାରଣ ନ ଦର୍ଶାଇ ଚାକିରି କ୍ଷେତ୍ରରେ ଅନୁପସ୍ଥିତ ରହିିଥିବା ଅଭିଯୋଗ ହୋଇଥିଲା , ସେ ବି ଏସ୍‌ଟିଏଫ୍‌ ସ୍କାନରରେ ଅଛନ୍ତି । ପଥର ଖଣି ମାଫିଆଙ୍କ ସହ ତାଙ୍କର ସମ୍ପର୍କଥିବା ଅଭିଯୋଗ ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.