5-Tକୁ ଫୁ – ପାଣିରେ ବୁଡିଯାଇ ମୃତ୍ୟୁ ହୋଇଥିବା ଶିଶୁର ଏତଲା ରଖିଲେନି ଥାନା ଅଧିକାରୀ

Published By : Prameya-News7 Bureau | November 24, 2019 IST

ପଟ୍ଟମୁଣ୍ଡାଇ ୨୪।୧୧ -    ସରକାରଙ୍କ 5-T ର ରୂପାୟନକୁ ନେଇ ଉଠିଛି ପ୍ରଶ୍ନ । ପାଣିରେ ବୁଡି ମରିଥିବା ଜଣେ ୪ ବର୍ଷରୁ ଶିଶୁ କନ୍ୟାର ମୃତଦେହ ସଂପର୍କିତ ଏତଲା ରଖିବାକୁ ସ୍ଥାନୀୟ ଥାନା ମନା କରିଦେବା ପରେ ଏ ଥାନାରୁ ସେ ଥାନାକୁ ଦୌଡିବାକୁ ପଡିଛି ଶିଶୁଟିର ପରିବାର ଲୋକଙ୍କୁ । କେବଳ ସେତିକି ନୁହେଁ ଡାକ୍ତରଖାନାରେ  ଡାକ୍ତର ନଥିବାରୁ ଶିଶୁଟିକୁ ବଞ୍ଚାଇ ହେଲା ନାହିଁ ବୋଲି ଅଭିଯୋଗ କରିଛନ୍ତି ପରିବାର ଲୋକେ । ଏଭଳି ଘଟଣା ଦେଖିବାକୁ ମିଳିଛି କେନ୍ଦ୍ରାପଡା ରାଜନଗର ଡାଙ୍ଗମାଳ ପଞ୍ଚାୟତ ସାରଦାପ୍ରସାଦ ଗାଁରେ ।…  

{"id":189352,"sizeSlug":"large"}

ସରକାରଙ୍କ ୫-ଟି କୁ ଫୁ କରି ଉଡାଇ ଦେଲେ ରାଜନଗର ଥାନା ବାବୁ । ଏତଲା ରଖିବାକୁ ଦେଲେ ପଛଘୁଞ୍ଚା । ଏ ଥାନାରୁ ସେ ଥାନାକୁ ଶିଶୁର ମୃତଦେହ ଧରି ନୟନ୍ତା ହେଲେ ୪ ବର୍ଷ ଶିଶୁର ପରିବାର ଲୋକେ । କେବଳ ସେତିକି ନୁହେଁ  ଡାକ୍ତର ଖାନାରେ ବି ଗୁରୁତର ଶିଶୁକୁ ଚିକିତ୍ସା ନମିଳିବାରୁ ଶିଶୁର ମୃତ୍ୟୁହେବା ନେଇ ଉଠିଛି ସାଂଘାତିକ ପ୍ରଶ୍ନ । କେନ୍ଦ୍ରାପଡା ରାଜନଗର ଡାଙ୍ଗମାଳ ସାରାଦପ୍ରସାଦର ଗାଁର ଏହି ଘଟଣା ଆମ ସରକାରୀ ବ୍ୟବସ୍ଥା ଉପରେ ବଡ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଗାଁର ସୁବ୍ରତ ଗିରିଙ୍କ ୪ ବର୍ଷର ଶିଶୁ କନ୍ୟା ଶୁଭଲକ୍ଷ୍ମୀ ପୋଖରୀ ନିକଟରେ ଦାନ୍ତ ଘସୁଥିବା ବେଳେ ଅସାବଧାନତା ବସତଃ ପାଣିରେ ପଡିଯାଇଥିଲା । ଗୁରୁତର ଅବସ୍ଥାରେ ନିକଟସ୍ଥ ଡାଙ୍ଗମାଳ ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ ପରିବାର ଲୋକେ । ହେଲେ ସେଠାରେ ଡାକ୍ତର ନଥିଲେ ।ସେଠାକାର ଦିଦି ତାଙ୍କୁ କ୍ବାକ୍ ପାଖକୁ ନେବାକୁ ପରାମର୍ଶ ଦେଇଥିଲେ । ଏ ଦୁଆରୁ ସେ ଦୁଆ ଦୌଡିଥିଲେ ପରିବାର ଲୋକେ । ପରେ ଗୁରୁତର ଶିଶୁକୁ ୪୦ କିଲୋମିଟର ରାଜନଗର ସ୍ବାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା । ହେଲେ ସେତେବେଳକୁ ବହୁ ବିଳମ୍ବ ହୋଇଯାଇଥିଲା । ଡାକ୍ତର ଶିଶୁକୁ ମୃତ ଘୋଷଣା କରିଥିଲେ ।

{"id":189353,"sizeSlug":"large"}

ସେଇଠି ସରିନଥିଲା ପରିବାରର ଦୁଃଖ । ଡାକ୍ତର କହିଥିଲ ଶିଶୁଟି ମୃତ ଅବସ୍ଥାରେ ଡାକ୍ତରଖାନାକୁ ଆସିଥିବାରୁ ଥାନାରେ ଏତଲା ଦିଅନ୍ତୁ ତାପରେ ଯାଇ ପୋଷ୍ଟ ମର୍ଟମ ହେବ । ପରିବାର ଲୋକେ ରାଜନଗର ଥାନାରେ ଏନେଇ ଏତଲା ଦେବାକୁ ଯାଇଥିଲେ ବି ଘଟଣା ତାଙ୍କ ଥାନା ଅଧିନରେ ଆସୁନାହି କହି ତାଳଚୁଆ ଥାନାକ ଯିବାକୁ କହିଥିଲେ । ଯେତେ କାକୁତି ମୀନତି ହେଲେ ବି କେହି ଶୁଣିନଥିଲେ । ମୃତଦେହ ଧରି ପରିବାର ଲୋକେ ୫୦ କିମି ଦୂର ତାଳଚୁଆ ଥାନାକୁ ଆଣିଥିଲେ । ହେଲେ ସେଠାରେ ବି ଏତଲା ରଖିବାକୁ ମନା କରାଯାଇଥିଲା । ତେଣୁ ପରିବାର ଲୋକେ ବାଧ୍ୟ ହୋଇ ପୁଣି ଆଳି ଥାନାକୁ ଆସି ଏତଲା ଦେବା ପୋଷ୍ଟମର୍ଟମ୍ ହୋଇଥିଲା । ଏଠି ପ୍ରଶ୍ନ ଓଠୁଛି ରାଜନଗର ଥାନା ବାବୁ କେଉଁ ନିୟମ ଦୃଷ୍ଟିରୁ ଥାନାରୁ ଫେରାଇ ଦେଲେ । ଡାଙ୍ଗମାଳ ସ୍ବାସ୍ଥ୍ୟକେନ୍ଦ୍ରରେ ଡାକ୍ତର ଥିଲେ ହୁଏତ ଶିଶୁର ଜୀବନ ବଞ୍ଚି ଯାଇଥାନ୍ତା । ଏହା କଣ ସରକାରଙ୍କ 5 ଟି ର ନମୂନା ବୋଲି ପ୍ରଶ୍ନ କରିଛନ୍ତି ବୁଦ୍ଧିଜୀବୀ ।

ସରକାର ନିୟମ ପରେ ନିୟମ କରୁଛନ୍ତି । ହଲେ କିଛି ସରକାରୀ କର୍ମଚାରୀ ଏହି ସବୁ ନିୟମକୁ ଫୁ କରି ଉଡାଇ ଦେଉଛନ୍ତି । ଏହି କର୍ମଚାରୀଙ୍କ ବିରୋଧରେ ଆଖି ଦୃଶିଆ କାର୍ଯ୍ୟାନୁଷ୍ଠାନ ହେବା ଉଚିତ୍ ନୁହେଁ କି

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.